ସର୍ବଦଳୀୟ ସଂସଦୀୟ ପ୍ରତିନିଧିମଣ୍ଡଳରେ ତୃଣମୂଳରୁ ଯିବେ ଅଭିଷେକ ବାନାର୍ଜୀ
ସର୍ବଦଳୀୟ ସଂସଦୀୟ ପ୍ରତିନିଧିମଣ୍ଡଳରେ ତୃଣମୂଳରୁ ଯିବେ ଅଭିଷେକ ବାନାର୍ଜୀ
ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଜନମତ ସୃଷ୍ଟି କରିବାକୁ ବିଦେଶ ଗସ୍ତ କରିବାକୁ ଥିବା ସଂସଦୀୟ ଦଳରେ ତୃଣମୂଳ କଂଗ୍ରେସ ତରଫରୁ ୟୁସୁଫ ପଠାନଙ୍କ ବଦଳରେ ଅଭିଷେକ ବାନାର୍ଜୀଙ୍କ ନାମ ସୁପାରିଶ କରାଯାଇଛି
ନୂଆଦିଲ୍ଲୀ/ଭୁବନେଶ୍ୱର ୨୦-୦୫-୨୦୨୫(ଏସ.ଏମ ) : ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଜନମତ ସୃଷ୍ଟି କରିବାକୁ ବିଦେଶ ଗସ୍ତ କରିବାକୁ ଥିବା ସଂସଦୀୟ ଦଳରେ ତୃଣମୂଳ କଂଗ୍ରେସ ତରଫରୁ ୟୁସୁଫ ପଠାନଙ୍କ ବଦଳରେ ଅଭିଷେକ ବାନାର୍ଜୀଙ୍କ ନାମ ସୁପାରିଶ କରାଯାଇଛି ।ପୂର୍ବରୁ କେନ୍ଦ୍ର ସରକାର ତୃଣମୂଳରୁ ପଠାନଙ୍କ ନାମ ଏହି ଦଳରେ ରଖାଯାଇଥିଲା, କିନ୍ତୁ ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏହାକୁ ନାପସନ୍ଦ କରିଥିଲେ । ନିଜେ ପଠାନ ମଧ୍ୟ ଏହି ସଂସଦୀୟ ଦଳରୁ ନିଜକୁ ଅଲଗା କରିନେଇଥିଲେ । ପୂର୍ବରୁ କେନ୍ଦ୍ର ସରକାର ତୃଣମୂଳରୁ ପଠାନଙ୍କ ନାମ ଏହି ଦଳରେ ରଖାଯାଇଥିଲା, କିନ୍ତୁ ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏହାକୁ ନାପସନ୍ଦ କରିଥିଲେ । ନିଜେ ପଠାନ ମଧ୍ୟ ଏହି ସଂସଦୀୟ ଦଳରୁ ନିଜକୁ ଅଲଗା କରିନେଇଥିଲେ ।ଏହାକୁ ନେଇ ବିବାଦ ଦେଖାଯିବା ପରେ ଦଳ ପକ୍ଷରୁ କୁହାଯାଇଥିଲା ଯେ ଦଳ ସରକାରଙ୍କ ଏହି କୂଟନୈତିକ ପଦକ୍ଷେପକୁ ବିରୋଧ କରୁନାହିଁ, କେବଳ ଏତିକି କହୁଛି ଯେ ଦଳର ପ୍ରତିନିଧିକୁ କେନ୍ଦ୍ର ସରକାର ନ ବାଛି ଦଳକୁ ବାଛିବାକୁ ଦିଅନ୍ତୁ । ତେବେ ଏହାର ଦିନକ ପରେ ସେ ନିଜ ପୁତୁରା ଅଭିଷେକଙ୍କ ନାମ ସୁପାରିଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ଓ ଭାରତର ଅପରେସନ ସିନ୍ଦୁର ବିରୋଧରେ ସାରା ବିଶ୍ବରେ ଜନମତ ସୃଷ୍ଟି କରିବାକୁ ଭାରତ ସରକାର ବିଭିନ୍ନ ଦେଶକୁ ସର୍ବଦଳୀୟ ସଂସଦୀୟ ପ୍ରତିନିଧିମଣ୍ଡଳ ପଠାଉଛନ୍ତି ।