HealthLatestରାଜ୍ୟସମସ୍ୟା ଭିତ୍ତିକ ଖବରସ୍ୱାସ୍ଥ୍ୟ /ରୋଗ ଆରୋଗ୍ୟ

ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜରେ ବଡ଼ ଅଘଟଣ

ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜରେ ବଡ଼ ଅଘଟଣ

କୋରାପୁଟର ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜରେ ଭୁଲ୍ ଇଞ୍ଜେକସନ୍ ଦିଆଯିବା ଯୋଗୁ ଚାଲିଗଲା ୫ ରୋଗୀଙ୍କ ଜୀବନ। ଆଇସିୟୁରେ ଚିକିତ୍ସିତ ୩ ଓ ଓ୍ବାର୍ଡରେ ଥିବା ୨ ରୋଗୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି

କୋରାପୁଟ/ଭୁବନେଶ୍ୱର ୦୪-୦୬-୨୦୨୫(ଏସ .ଏମ ) : କୋରାପୁଟର ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜରେ ଭୁଲ୍ ଇଞ୍ଜେକସନ୍ ଦିଆଯିବା ଯୋଗୁ ଚାଲିଗଲା ୫ ରୋଗୀଙ୍କ ଜୀବନ। ଆଇସିୟୁରେ ଚିକିତ୍ସିତ ୩ ଓ ଓ୍ବାର୍ଡରେ ଥିବା ୨ ରୋଗୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ତେବେ ଏନେଇ ମେଡିକାଲ୍ କର୍ତ୍ତୃପକ୍ଷ ଏଯାଏ ମୁହଁ ଖୋଲୁନାହାନ୍ତି। ତେଣେ ଏହି ଘଟଣାକୁ ନେଇ ମେଡିକାଲ୍ କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। ଏଣେ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ସର୍ଜରୀ ୱାର୍ଡରେ ଗତକାଲି ରାତିରେ ଅଳ୍ପ ସମୟ ମଧ୍ୟରେ ୫ ଜଣ ରୋଗୀଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ବଢ଼ିଛି ଅସନ୍ତୋଷ। ସର୍ଜରୀ ୱାର୍ଡରେ ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ କୋରାପୁଟ, ବୋରିଗୁମ୍ମା, କଳାହାଣ୍ଡି, ସେମିଳିଗୁଡା, ମାଛରା ଭଳି ବିଭିନ୍ନ ଅଞ୍ଚଳରୁ ଅନେକ ଗୁରୁତର ରୋଗୀ ହସ୍ପିଟାଲର ଆଇସିୟୁ ଏବଂ ସର୍ଜରୀ ଓ୍ବାର୍ଡରେ ଚିକିତ୍ସିତ ହେଉଥିଲେ। ହଠାତ୍ ରାତି ୧୧ ରୁ ପ୍ରାୟ ଅଧଘଣ୍ଟା ମଧ୍ୟରେ ଆଇସିୟୁର ଗୁରୁତର ଚିକିତ୍ସିତ ରୋଗୀଙ୍କ ଭିତରୁ ଶୂକ୍ରା ମାଝୀ, ରୁକୁଣି ପେଣ୍ଟିଆ ଓ ଫୁଲମତି ମାଝୀ ତିନି ଜଣଙ୍କ ମୃୃତ୍ୟୁ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ସାଧାରଣ ସର୍ଜରୀ ୱାର୍ଡର ବେଡ଼ରେ ଥିବା ଭଗବାନ ପରିଜା ଓ ବତୀ ଖରା ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା।ତୁରନ୍ତ ରୋଗୀ ସମ୍ପର୍କୀୟଙ୍କ ଉତ୍ତେଜନା ଦେଖି ଟାଉନ୍ ଥାନା ପୁଲିସ ପକ୍ଷରୁ ପୋଲିସ ମୃତୟନ କରା ଯାଇଥିଲା। ଅନ୍ୟପଟେ ରୋଗୀଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ଅନୁସାରେ ଆଇସିୟୁରେ ଅପରେସନ ପରେ ରୋଗୀ ଠିକ୍ ଥିଲେ। ରାତ୍ରୀକାଳୀନ ଦାୟିତ୍ଵରେ ଥିବା କର୍ମଚାରୀ ଇଞ୍ଜେକ୍ସନ ଦେବାର ୧୫ ମିନିଟ ଭିତରେ ଆଇସିୟୁରେ ତିନି ରୋଗୀଙ୍କ ମୃତ୍ୟୁ ହୋଇଥିଲା। ରୋଗୀ ସମ୍ପର୍କୀୟଙ୍କ ଅଭିଯୋଗ ଅନୁସାରେ ଭୁଲ ଇଞ୍ଜେକ୍ସନ ଦେଇ ଦେବାରୁ ଏପରି ହୋଇଛି। କିନ୍ତୁ ବେଡରେ ଥିବା ରୋଗୀଙ୍କ ମୃତ୍ୟୁ ନେଇ କିଛି ସ୍ପଷ୍ଟତା ମିଳି ପାରିନାହିଁ। ତେବେ ଅଳ୍ପ ସମୟ ଭିତରେ ରାତି ରାଉଣ୍ଡର ଶେଷ ଡୋଜରେ ଆଇସିୟୁରେ ତିନି ଏବଂ ବେଡ଼ରେ ଦୁଇ ରୋଗୀଙ୍କ ମୃତ୍ୟୁ ନେଇ ପରିବାର ପ୍ରଶ୍ନ ଉଠାଉଥିବାରୁ ଶବ ଜବତ୍ କରିଛି ଟାଉନ୍ ପୁଲିସ। ଏତେ ବଡ଼ ଘଟଣା ଘଟିଥିଲେ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ କୈାଣସି ସ୍ପଷ୍ଟୀକରଣ ଦେଇ ନାହାନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *