ଅପରାଧଖେଳଦେଶ- ବିଦେଶ

ସାମିଙ୍କୁ ମିଳିଲା ହତ୍ୟା ଧମକ

ସାମିଙ୍କୁ ମିଳିଲା ହତ୍ୟା ଧମକ

ସାମିଙ୍କୁ ଇ-ମେଲ ମାଧ୍ୟମରେ ହତ୍ୟା ଧମକ ମିଳିଥିବା ସୂଚନା ରହିଛି। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି

ନୂଆଦିଲ୍ଲୀ/ଭୁବନେଶ୍ୱର ୦୬-୦୫-୨୦୨୫(ଏସ .ଏମ ) : ଭାରତୀୟ କ୍ରିକେଟର ମହମ୍ମଦ ସାମିଙ୍କୁ ହତ୍ୟା ଧମକ ମିଳିଛି। ୧ କୋଟି ଟଙ୍କା ନ ଦେବା କାରଣରୁ ଶାମିଙ୍କୁ ଇ-ମେଲ ମାଧ୍ୟମରେ ହତ୍ୟା ଧମକ ମିଳିଥିବା ସୂଚନା ରହିଛି। ଏହା ଘଟଣା ସାମ୍ନାକୁ ଆସିବା ପରେ ଅମରୋହା କ୍ରାଇମ୍ ବ୍ରାଞ୍ଚ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି।ଧମକ ପାଇବା ପରେ ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ସାମି ଅମରୋହା ପୁଲିସକୁ ଘଟଣା ବିଷୟରେ ଜଣାଇ କହିଥିଲେ, ‘ପ୍ରଥମେ ମୁଁ ମଇ ୪ ତାରିଖ ସନ୍ଧ୍ୟାରେ ଏକ ଇମେଲ୍ ଜରିଆରେ ହତ୍ୟା ଧମକ ପାଇଥିଲି। ଏହାପରେ ସୋମବାର ମଇ ୫ ତାରିଖ ସକାଳେ ଦ୍ୱିତୀୟ ହତ୍ୟା ଧମକର ଇମେଲ୍ ପାଇଛି। ସାମିଙ୍କ ଭାଇ ମହମ୍ମଦ ହସିବ ମଧ୍ୟ ପୁଲିସକୁ ଏ ବିଷୟରେ ଲିଖିତ ସୂଚନା ଦେଇଛନ୍ତି।ମହମ୍ମଦ ଶାମି ଅମରୋହା ପୁଲିସ ଷ୍ଟେସନରେ ଅଭିଯୋଗ କରିବା ମାତ୍ରେ ଅମରୋହା କ୍ରାଇମବ୍ରାଞ୍ଚ ଟିମ୍ ସଙ୍ଗେସଙ୍ଗେ ତଦନ୍ତ ଆରମ୍ଭ କରିଛି। ପୁଲିସକୁ ମିଳିଥିବା ଅଭିଯୋଗ ଅନୁଯାୟୀ, କର୍ଣ୍ଣାଟକର ପ୍ରଭାକର ନାମକ ଜଣେ ବ୍ୟକ୍ତି ମହମ୍ମଦ ସାମିଙ୍କୁ ଏକ ମେଲ୍ ପଠାଇଛନ୍ତି, ଯେଉଁଥିରେ ସାମି ୧ କୋଟି ଟଙ୍କା ନ ଦେଲେ ତାଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଛନ୍ତି। ମହମ୍ମଦ ସାମି ସମ୍ପ୍ରତି ଆଇପିଏଲ ୨୦୨୫ ଟୁର୍ଣ୍ଣାମେଣ୍ଟରେ ବ୍ୟସ୍ତ ଅଛନ୍ତି। ସାମି ସନରାଇଜର୍ସ ହାଇଦ୍ରାବାଦ ଦଳର ଜଣେ ସଦସ୍ୟ ଭାବେ ନିଜର ପ୍ରଦର୍ଶନ ଦେଖାଉଛନ୍ତି। ଏହି ଆଇପିଏଲରେ ହାଇଦ୍ରାବାଦ ଦଳର ପ୍ରଦର୍ଶନ କିଛି ଭଲ ରହିନାହିଁ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *