ଅପରାଧଦୁର୍ନୀତିରାଜ୍ୟ

ସାମ୍ବାଦିକଙ୍କୁ ହାତଗୋଡ଼ ବାନ୍ଧି ମାଡ଼ ମରାଯିବା ଘଟଣା

ସାମ୍ବାଦିକଙ୍କୁ ହାତଗୋଡ଼ ବାନ୍ଧି ମାଡ଼ ମରାଯିବା ଘଟଣା

ପୁଇଁତଲା ଥାନା ଅନ୍ତର୍ଗତ କୁଲ୍ଥିପାଲି ଗାଁରେ ବରିଷ୍ଠ ଟିଭି ସାମ୍ବାଦିକ ବିଜୟ କୁମାର ପ୍ରଧାନଙ୍କୁ ହାତଗୋଡ଼ ବାନ୍ଧି ମାଡ଼ ମରାଯିବା ଘଟଣାରେ ପୁଲିସ ଜଣେ ନାବାଳକ ସମେତ ୪ଜଣଙ୍କୁ ଗିରଫ କରିଥିବାର ସୂଚନା ରହିଛି। ତେବେ ମାଷ୍ଟରମାଇଣ୍ଡ ବୋଲି କୁହାଯାଉଥିବା ଠିକାଦାର ଗଜେନ୍ଦ୍ର ଦଳେଇ ଫେରାର ଥିବା ଜଣାପଡିଛି

କଣ୍ଟାବାଞ୍ଜି/ଭୁବନେଶ୍ୱର ୨୬-୦୫-୨୦୨୫(ଏସ .ଏମ ) : ଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ କୁଲ୍ଥିପାଲି ଗାଁରେ ବରିଷ୍ଠ ଟିଭି ସାମ୍ବାଦିକ ବିଜୟ କୁମାର ପ୍ରଧାନଙ୍କୁ ହାତଗୋଡ଼ ବାନ୍ଧି ମାଡ଼ ମରାଯିବା ଘଟଣାରେ ପୁଲିସ ଜଣେ ନାବାଳକ ସମେତ ୪ଜଣଙ୍କୁ ଗିରଫ କରିଥିବାର ସୂଚନା ରହିଛି। ତେବେ ମାଷ୍ଟରମାଇଣ୍ଡ ବୋଲି କୁହାଯାଉଥିବା ଠିକାଦାର ଗଜେନ୍ଦ୍ର ଦଳେଇ ଫେରାର ଥିବା ଜଣାପଡିଛି । ଗିରଫ ୩ ସାବାଳକ ଅଭିଯୁକ୍ତ ହେଲେ ଅବିନାଶ ଦଳେଇ, ଆଦିତ୍ୟ ଜେନା ଓ ଗୁମର ନାୟକ।ପୁଇଁତଲା ଥାନା ଅନ୍ତର୍ଗତ କୁଲ୍ଥିପାଲି ଗାଁରେ ବରିଷ୍ଠ ଟିଭି ସାମ୍ବାଦିକ ବିଜୟ କୁମାର ପ୍ରଧାନଙ୍କୁ ହାତଗୋଡ଼ ବାନ୍ଧି ମାଡ଼ ମରାଯିବା ଘଟଣାରେ ପୁଲିସ ଜଣେ ନାବାଳକ ସମେତ ୪ଜଣଙ୍କୁ ଗିରଫ କରିଥିବାର ସୂଚନା ରହିଛି। ତେବେ ମାଷ୍ଟରମାଇଣ୍ଡ ବୋଲି କୁହାଯାଉଥିବା ଠିକାଦାର ଗଜେନ୍ଦ୍ର ଦଳେଇ ଫେରାର ଥିବା ଜଣାଯାଇଛି। ଗିରଫ ୩ ସାବାଳକ ଅଭିଯୁକ୍ତ ହେଲେ ଅବିନାଶ ଦଳେଇ, ଆଦିତ୍ୟ ଜେନା ଓ ଗୁମର ନାୟକ।ଅଭିଯୋଗ ଅନୁସାରେ, କୁଲ୍ଥିପାଲି ଗାଁରେ ଦଶ ଲକ୍ଷ ଟଙ୍କାର ଏକ ଗାର୍ଡୱାଲ୍ କାମ ଚାଲିଥିଲା। ଯାହାର କୌଣସି ସୂଚନା ଫଳକ ନା ଥିବା ବେଳେ ଏଥିରେ ବ୍ୟାପକ ଦୁର୍ନୀତିର ଅଭିଯୋଗ ଆସିଥିଲା। ଏହାର ଖବର ସଂଗ୍ରହ କରିବାକୁ ସାମ୍ବାଦିକ ବିଜୟ କୁମାର ପ୍ରଧାନ ସେହି ଗାଁକୁ ଯାଇଥିଲେ। ତେବେ ସେଠାରେ ସେ ଭିଡ଼ିଓ ଉତ୍ତୋଳନ କରୁଥିବା ସମୟରେ କିଛି ଗୁଣ୍ଡା ଆସି ତାଙ୍କୁ ହଠାତ୍ ମାଡ଼ ମାରିବା ଆରମ୍ଭ କରିଥିଲେ। ତାଙ୍କର ହାତଗୋଡ଼ ବାନ୍ଧି ଦେଇ ଗାଁ ମଝିରେ ବୁଲାଇବା ସହ ଗାଁ ଦାଣ୍ଡରେ ତାଙ୍କୁ ବାନ୍ଧି ରଖିଥିଲେ। ଏବଂ ଲାତ ବିଧା ଚପଲରେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଦୁଇ ଘଣ୍ଟାର ନିର୍ଯାତନା ପରେ ତାଙ୍କୁ ଏକ ମନ୍ଦିରକୁ ନେଇ ଏହି ଘଟଣା କିମ୍ବା କାମର କୌଣସି ସମ୍ବାଦ ପରିବେଷଣ ନ କରିବାକୁ ଶପଥ କରାଇଥିଲେ। ସେହିପରି ସାମ୍ବାଦିକଙ୍କ କ୍ୟାମେରା ଓ ଦୁଇଟି ମୋବାଇଲ ଭାଙ୍ଗି ଦେଇ ନଷ୍ଟ କରିବା ସହ ତାଙ୍କ ଟଙ୍କା ପଇସା ମଧ୍ୟ ଲୁଟି ନେଇଥିଲେ ବୋଲି ସଂପୃକ୍ତ ସାମ୍ବାଦିକ ବିଜୟ କୁମାର ପ୍ରଧାନ ପୁଇଁତଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *