ଦେଶ- ବିଦେଶ

ସିଆରପିଏଫ୍‌ ଜଣେ ଯବାନଙ୍କୁ ଚାକିରିରୁ ବହିଷ୍କାର କରିଛି

ସିଆରପିଏଫ୍‌ ଜଣେ ଯବାନଙ୍କୁ ଚାକିରିରୁ ବହିଷ୍କାର କରିଛି

ଯବାନ ଜଣଙ୍କ ଜଣେ ପାକିସ୍ତାନୀ ମହିଳାଙ୍କୁ ବିବାହ କରିଥିବା ଖବର ଲୁଚାଇଥିବାରୁ ତାଙ୍କୁ ବିଦା କରାଯାଇଛି

ନୂଆଦିଲ୍ଲୀ/ଭୁବନେଶ୍ୱର୦୪.୦୫.୨୦୨୫ (ଏସ .ଏମ ) : ସିଆରପିଏଫ୍‌ ଶନିବାର ଏହାର ଜଣେ ଯବାନଙ୍କୁ ବହିଷ୍କାର କରିଛି। ଯବାନ ଜଣଙ୍କ ଜଣେ ପାକିସ୍ତାନୀ ମହିଳାଙ୍କୁ ବିବାହ କରିଥିବା ଖବର ଲୁଚାଇଥିବାରୁ ତାଙ୍କୁ ବିଦା କରାଯାଇଛି। ଏନେଇ ସିଆରପିଏଫ୍‌ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ସିଆରପିଏଫ୍‌ର ୪୧ ବାଟାଲିଅନର ସିଟି/ଜିଡି ମୁନିର ଅହମଦ ଜଣେ ପାକିସ୍ତାନୀ ନାଗରିକଙ୍କୁ ବିବାହ କରିଥିବା ଖବର ଲୁଚାଇଥିବାରୁ ତାଙ୍କୁ ତତ୍କାଳ ସେବା ନିବୃତ୍ତ କରାଯା‌ଉଛି।ତାଙ୍କର ଏଭଳି କାର୍ଯ୍ୟ ଚାକିରିର ଆଚରଣକୁ ଉଲ୍ଲଂଘନ କରିଛି ଏବଂ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି। ଅହମଦ ୨୦୨୩ରେ ପାକିସ୍ତାନ ସିଆଲକୋଟର ମିନାଲ ଖାନ୍‌ଙ୍କୁ ବିବାହ କରିବାପାଇଁ ସିଆରପିଏଫ୍‌ରୁ ଅନୁମତି ମାଗିଥିଲେ। କିନ୍ତୁ ସିଆରପିଏଫ୍‌ ତାଙ୍କ ଅନୁରୋଧ ଉପରେ ନିଷ୍ପତ୍ତି ନେବା ପୂର୍ବରୁ ଅହମଦ ୨୦୨୪ ମେ’ ୨୪ରେ ଖାନ୍‌ଙ୍କୁ ବିବାହ କରିଥିଲେ। 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *