ସିଏସଆଇଆର–ଆଇଏମଏମଟି ସହ ବୁଝାମଣାପତ୍ର ସ୍ୱାକ୍ଷର କଲା ଏସସିସିଏଲ୍
ସିଏସଆଇଆର–ଆଇଏମଏମଟି ସହ ବୁଝାମଣାପତ୍ର ସ୍ୱାକ୍ଷର କଲା ଏସସିସିଏଲ୍
ସିଙ୍ଗାରେନି କୋଲିୟାରି ଜ୍କମ୍ପାନି ଲିମିଟେଡ୍ ଏକ ପ୍ରମୁଖ ଜାତୀୟସ୍ତରୀୟ ଗବେଷଣା ସଂଗଠନ, ବୈଜ୍ଞାନିକ ଏବଂଶିଳ୍ପ ଗବେଷଣା ପରିଷଦ- ଖଣିଜ ଏବଂ ସାମଗ୍ରୀ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି।
ଭୁବନେଶ୍ୱର ୧୩-୦୬-୨୦୨୫(ଏସ.ଏମ ) : ସିଙ୍ଗାରେନି କୋଲିୟାରି ଜ୍କମ୍ପାନି ଲିମିଟେଡ୍ (ଏସସିସିଏଲ୍) ଏକ ପ୍ରମୁଖ ଜାତୀୟସ୍ତରୀୟ ଗବେଷଣା ସଂଗଠନ, ବୈଜ୍ଞାନିକ ଏବଂଶିଳ୍ପ ଗବେଷଣା ପରିଷଦ (ସିଏସଆଇଆର)- ଖଣିଜ ଏବଂ ସାମଗ୍ରୀ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଏମଏମଟି), ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରି ଗୁରୁତ୍ୱପୂର୍ଣ୍ଣ ଖଣିଜ ଉତ୍ପାଦନ କ୍ଷେତ୍ରରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି।ଏହି ବୁଝାମଣାପତ୍ର ଅନୁସନ୍ଧାନ, ବୈଜ୍ଞାନିକ ଗବେଷଣା, ଉନ୍ନତ ପ୍ରଯୁକ୍ତିର ପ୍ରୟୋଗ, ଗୁରୁତ୍ୱପୂର୍ଣ୍ଣ ଖଣିଜ ଉତ୍ପାଦନ ଏବଂ ପରିବେଶ ଅନୁକୂଳ ଖନନ ପଦ୍ଧତି ଗ୍ରହଣ କ୍ଷେତ୍ରରେ ପାରସ୍ପରିକ ସହଯୋଗ ପାଇଁ ଲକ୍ଷ୍ୟ ରଖି କରାଯାଇଛି।ବୁଝାମଣାପତ୍ର ସ୍ଵାକ୍ଷର ହେବା ଅବସରରେ ଭୁବନେଶ୍ୱରସ୍ଥିତ ସିଏସଆଇଆର– ଆଇଏମଏମଟି କାର୍ଯ୍ୟାଳୟରେ ଉଭୟ ସଂଗଠନର ପ୍ରତିନିଧିମାନେ ଉପସ୍ଥିତଥିଲେ।ଏହି ଅବସରରେ ଏସସିସି ଏଲ୍ରସିଏମଡି ଏନ. ବଳରାମ କହିଛନ୍ତିଯେ, ଏହା ଗୁରୁତ୍ୱପୂର୍ଣ୍ଣ ଖଣିଜ କ୍ଷେତ୍ରରେ ସିଙ୍ଗାରେନିର ପାଦଚିହ୍ନ ବିସ୍ତାର କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ।ନୀତି ଆୟୋଗର ସଦସ୍ୟ ଏବଂ ଡିଆରଡିଓର ପୂର୍ବତନ ଡିଜି ପଦ୍ମଭୂଷଣ ଡକ୍ଟରଭି. କେ. ସାରସ୍ୱତଙ୍କ ସହିତସି ଏସଆଇଆର– ଆଇଏମଏମଟି ନିର୍ଦ୍ଦେଶକ ଡକ୍ଟର ରାମାନୁଜ ନାରାୟଣ, ଉଭୟ ପ୍ରତିଷ୍ଠାନର ବରିଷ୍ଠ ଅଧିକାରୀ ଏବଂ ଏସସିସିଏଲ୍ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦେଶକ ଶ୍ରୀଏନ. ବଳରାମଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।
ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦେଶକ ଶ୍ରୀଏନ. ବଳରାମ କହିଥିଲେ ଯେ, କମ୍ପାନିର ବ୍ୟବସାୟ ବିବିଧତାର ଏକ ଅଂଶ ଭାବରେ ଏବଂ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏସସିସିଏଲ୍ ଗୁରୁତ୍ବପୂର୍ଣ୍ଣ ଖଣିଜ କ୍ଷେତ୍ରରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଛି, ଯାହା ଫଳରେ ଏହି ବୁଝାମଣାପତ୍ର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ ଖୁଣ୍ଟ ପାଲଟିଯାଇଛି।ସେ ଗୁରୁତ୍ୱାରୋପ କରିଥିଲେ ଯେ, ସିଏସଆଇଆର– ଆଇଏମଏମଟି ସହିତ ମିଳିତ ସହଯୋଗ ଏସସିସିଏଲ୍ ଖଣି କ୍ଷେତ୍ରରେ ଉପସ୍ଥିତ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ଅନୁସନ୍ଧାନ, ଉତ୍ପାଦନ ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗକୁ ସହଜ କରିବ। ସିଏସଆଇଆର– ଆଇଏମଏମଟି ଏହି କ୍ଷେତ୍ରରେ ଏସସିସିଏଲ୍ ପ୍ରସ୍ତାବିତ ପଦକ୍ଷେପ ଗୁଡ଼ିକୁ ସମ୍ପୂର୍ଣ୍ଣ ବୈଷୟିକ ସହାୟତା ପ୍ରଦାନ କରିବ ଏବଂ ଚୁକ୍ତିନାମାରେ ଉଲ୍ଲେଖ କରାଯାଇ ଥିବା ପରି ଉତ୍ପାଦନ ପ୍ରକ୍ରିୟା ସମୟରେ ପରିବେଶ ଦୃଷ୍ଟିକୋଣରୁ ଉପଯୁକ୍ତ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସୁନିଶ୍ଚିତ କରିବ।