ଘଟଣା ଦୁର୍ଘଟଣାଦେଶ- ବିଦେଶପାଣିପାଗ

ସିକିମ୍‌ର ସାମରିକ ଶିବିରରେ ଭୂସ୍ଖଳନ

ସିକିମ୍‌ର ସାମରିକ ଶିବିରରେ ଭୂସ୍ଖଳନ

ଉତ୍ତର ସିକିମ୍‌ର ଛଟେନଠାରେ ଥିବା ଏକ ସାମରିକ ଶିବିର ଉପରେ ରବିବାର ସନ୍ଧ୍ୟାରେ ଭୂସ୍ଖଳନ ଘଟି ୩ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବାବେଳେ ୬ ଜଣ ନିଖୋଜ ହୋଇଛନ୍ତି

ଗାଙ୍ଗଟକ୍‌/ଭୁବନେଶ୍ୱର ୦୩-୦୬-୨୦୨୫(ଏସ .ଏମ ) : ତ୍ତର ସିକିମ୍‌ର ଛଟେନଠାରେ ଥିବା ଏକ ସାମରିକ ଶିବିର ଉପରେ ରବିବାର ସନ୍ଧ୍ୟାରେ ଭୂସ୍ଖଳନ ଘଟି ୩ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବାବେଳେ ୬ ଜଣ ନିଖୋଜ ହୋଇଛନ୍ତି। ସୋମବାର ଅପରାହ୍ଣରେ ହାବିଲଦାର ଲଖିନ୍ଦର ସିଂହ, ଲାନ୍‌ସ ନାଏକ ମନିଷ ଠାକୁର ଓ ପୋର୍ଟର ଅଭିଷେକ ଲଖଦାଙ୍କ ପାର୍ଥିବ ଶରୀର ଉଦ୍ଧାର କରାଯାଇଛି। ରବିବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଘଟିଥିଲା। ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୪ ଜଣଙ୍କୁ ସାମାନ୍ୟ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ନିଖୋଜ ୬ ଜଣଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳ କଷ୍ଟକର ପରିସ୍ଥିତିରେ ୨୪ ଘଣ୍ଟିଆ କାମ କରୁଛନ୍ତି। 

ଗତ କିଛି ଦିନ ଧରି ସିକିମ୍‌ରେ ଲଗାଣ ବର୍ଷା ଲାଗି ରହିଥିବାରୁ ଅନେକ ସ୍ଥାନରେ ଭୂସ୍ଖଳନ ହୋଇଛି। ନାଗରିକ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ କର୍ତ୍ତୃପକ୍ଷ ଦିନରାତି କାମ କରୁଛନ୍ତି। ବର୍ଷା ପ୍ରଭାବିତ ଅଞ୍ଚଳରେ ଫସି ରହିଥିବା ପର୍ଯ୍ୟଟକଙ୍କୁ ସ୍ଥାନାନ୍ତର ପାଇଁ ପ୍ରୟାସ ଜାରି ରହିଛି। ଉତ୍ତର ସିକିମ୍‌ର ଲାଚୁଙ୍ଗରୁ ଫସି ରହିଥିବା ପର୍ଯ୍ୟଟକଙ୍କ ପ୍ରଥମ ଦଳକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ରବିବାର ୧୮ଟି ଗାଡ଼ି ଲୋୟର ଜୋଙ୍ଗୁର ଫିଡ଼ାଙ୍ଗରେ ପହଞ୍ଚିଛି। ସ୍ଥାନୀୟ ପ୍ରଶାସନ, ପୁଲିସ, ସେନା, ବିଆର୍‌ଓ, ଆଇଟିବିପି, ବନ ବିଭାଗ, ଲଚୁଙ୍ଗ ଜୁମସା, ଟାସ୍, ଏସ୍‌ଏଚ୍ଆର୍‌ଏ, ଡ୍ରାଇଭର ସଂଘ, ଅନ୍ୟ ପର୍ଯ୍ୟଟନ ଅଂଶୀଦାର ଓ ସ୍ଥାନୀୟ ବାସିନ୍ଦାଙ୍କ ମିଳିତ ଉଦ୍ୟମରେ ଆଜି ସକାଳେ ଲାଚୁଙ୍ଗରୁ ପର୍ଯ୍ୟଟକଙ୍କୁ ସ୍ଥାନାନ୍ତର ଆରମ୍ଭ ହୋଇଛି। ସଦ୍ୟତମ ସୂଚନା ଅନୁଯାୟୀ ୭୩୭ ଜଣ ପୁରୁଷ, ୫୬୧ ଜଣ ମହିଳା ଓ ୩୮୦ ଜଣ ଶିଶୁଙ୍କୁ ମିଶାଇ ମୋଟ ୧୬୭୮ ଜଣ ପର୍ଯ୍ୟଟକଙ୍କୁ ନେଇ ୨୮୪ଟି ପର୍ଯ୍ୟଟନ ଗାଡ଼ି ଏବଂ ୧୬ଟି ବାଇକ୍‌ର ଏକ ‘କାଫିଲା’ ସଫଳତାର ସହ ଫିଡ଼ାଙ୍ଗ ଅଭିମୁଖେ ଥେଙ୍ଗ ଚେକ୍ ପୋଷ୍ଟ ଅତିକ୍ରମ କରିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *