LatestNewsPoliticsTOP STORIESଦେଶ- ବିଦେଶବାଣିଜ୍ୟମନୋରଞ୍ଜନ

‘ସିନ୍ଦୂର’ ଶୀର୍ଷକ ପାଇଁ ସିନେ-ନିର୍ମାତା ଙ୍କ ମଧ୍ୟରେ ଲାଗିଲା ପ୍ରତିଯୋଗିତା

‘ସିନ୍ଦୂର’ ଶୀର୍ଷକ ପାଇଁ ସିନେ-ନିର୍ମାତା ଙ୍କ ମଧ୍ୟରେ ଲାଗିଲା ପ୍ରତିଯୋଗିତା

ଭାରତ ପକ୍ଷରୁ ହୋଇଥିବା ଅପରେସନ ସିନ୍ଦୂର ପରେ ସିନେମା ଶିଳ୍ପରେ ‘ସିନ୍ଦୂର’ ଶୀର୍ଷକୁ ନେଇ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଆବେଦନ ପ୍ରକ୍ରିୟା ଜାରି ରହିଛି। ଏଯାବତ ୧୫ଜଣ ସିନେମା ନିର୍ମାତା ଆବେଦନ କରିଛନ୍ତି।

ନୂଆଦିଲ୍ଲୀ/ଭୁବନେଶ୍ୱର ୧୦-୦୫-୨୦୨୫ ( ଏସ.ଏମ ) :  ଭାରତ ପକ୍ଷରୁ ହୋଇଥିବା ଅପରେସନ ସିନ୍ଦୂର ପରେ ସିନେମା ଶିଳ୍ପରେ ‘ସିନ୍ଦୂର’ ଶୀର୍ଷକୁ ନେଇ ପ୍ରତିଯୋଗିତା ଆରମ୍ଭ ହୋଇଛି।ଫେଡେରେସନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଜର ଅଧ୍ୟକ୍ଷ ବି.ଏନ ତିୱାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଆତଙ୍କବାଦୀ ଆକ୍ରମଣର କଡ଼ା ଜବାବ ଦେବାକୁ ଯାଇ ଭାରତ ଅପରେସନ ‘ସିନ୍ଦୂର’କୁ ଅସ୍ତ୍ର କରି ପ୍ରତିଶୋଧ ନେଇଛି। ଏହି ଅପରେସନର ନାମକୁ ସିନେମାର ଶୀର୍ଷିକ କରିବା ପାଇଁ ଏଯାବତ ୧୫ଜଣ ସିନେମା ନିର୍ମାତା ଆବେଦନ କରି ସାରିଛନ୍ତି। ଏହି ପଞ୍ଜୀକରଣ ଇଣ୍ଡିଆନ ମୋସନ ପିକଚର ପ୍ରଡ୍ୟୁସର୍ସ ଆସୋସିଏସ ମାଧ୍ୟରେ କରାଯାଉଛି। ପ୍ରକାଶିତ ରିପୋର୍ଟ ମୁତାବକ, ଦେଶ ସହିତ ଜଡ଼ିତ କୌଣସି ବି ଘଟଣା ଘଟିଲେ ସଙ୍ଗେସଙ୍ଗେ ସିନେମା ନିର୍ମାତାମାନେ ଉକ୍ତ ଘଟଣାକୁ ଆଧାର କରି ସିନେମା ତିଆରି କରିବା ଆରମ୍ଭ କରି ଦେଇଥାଆନ୍ତି। ଉଦାହରଣ ସ୍ବରୂପ; ଉରି, ୱାର ଓ ଫାଇଟର। ଏହି ସିନେମାଗୁଡ଼ିକ ଦେଖିବା ପରେ ଦେଶଭକ୍ତି ସିନେମା ପ୍ରତି ଦର୍ଶକଙ୍କ ଚାହିଦା ବୃଦ୍ଧି ପାଇଛି। ତେଣୁ ଦର୍ଶକଙ୍କ ରୁଚିକୁ ଦେଖି ଦେଶଭକ୍ତିର ସିନେମା ତିଆରି କରିବା ପାଇଁ ସିନେମା ନିର୍ମାତାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗି ରହିଛି।ସିନେମା ନିର୍ମାତା ଅଶୋକ ପଣ୍ଡିତ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଅପରେସନ ସିନ୍ଦୂର’ ନାମକୁ ରେଜିଷ୍ଟ୍ରେସନ କରିବା ପାଇଁ ଆବେଦନ କରିଛି। ତେବେ ଏହି ଶୀର୍ଷକକୁ ନେଇ ସିନେମା ତିଆରି ହେବ ନା ନାହିଁ । ତାହାକୁ ନେଇ କିଛି ସ୍ପଷ୍ଟ ସୂଚନା ଏବେ ଦିଆଯାଇ ପାରିବ ନାହିଁ। କାରଣ ଶୀର୍ଷକ ବିନା ସିନେମା ତିଆରି କରିବାର ଯୋଜନା କରାଯାଇ ପାରି ନଥାଏ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *