ରାଜ୍ୟ

ସୂର୍ଯ୍ୟମନ୍ଦିରରୁ ବାଲିକଢ଼ା ସ୍ଥିତି ଅନୁଧ୍ୟାନ କଲେ ଏଏସ୍‌ଆଇ ମହାନିର୍ଦ୍ଦେଶକ

ସୂର୍ଯ୍ୟମନ୍ଦିରରୁ ବାଲିକଢ଼ା ସ୍ଥିତି ଅନୁଧ୍ୟାନ କଲେ ଏଏସ୍‌ଆଇ ମହାନିର୍ଦ୍ଦେଶକ

ଶନିବାର ପୂର୍ବାହ୍ଣରେ କୋଣାର୍କ ସୂର୍ଯ୍ୟମନ୍ଦିର ଜଗମୋହନରୁ ବାଲି କାଢ଼ିବା ପାଇଁ ଟନେଲ୍‌ ନିର୍ମାଣର ଶୁଭାରମ୍ଭ କରାଯାଇଛି

କୋଣାର୍କ/ଭୁବନେଶ୍ୱର୨୫.୦୫.୨୦୨୫ (ଏସ .ଏମ ) : ନିବାର ପୂର୍ବାହ୍ଣରେ କୋଣାର୍କ ସୂର୍ଯ୍ୟମନ୍ଦିର ଜଗମୋହନରୁ ବାଲି କାଢ଼ିବା ପାଇଁ ଟନେଲ୍‌ ନିର୍ମାଣର ଶୁଭାରମ୍ଭ କରାଯାଇଛି। ଏଏସ୍‌ଆଇର ମହାନିର୍ଦ୍ଦେଶକ(ସଂରକ୍ଷଣ) ଡକ୍ଟର ଯଦୁବୀର ସିଂ ରାୱତ ପ୍ରାଥମିକସ୍ତରରେ ଗର୍ଭଗୃହ ମଧ୍ୟକୁ ମନ୍ଦିରର ପଶ୍ଚିମ ପାର୍ଶ୍ୱରେ ଏକ ଟନେଲ ନିର୍ମାଣ କରାଯିବା ପାଇଁ ସର୍ବସମ୍ମତ ନିଷ୍ପତ୍ତିକ୍ରମେ ଡିଜି ଶ୍ରୀ ରାୱତ ଗର୍ଭଗୃହର ଶୀର୍ଷରେ ନଡ଼ିଆ ବାଡ଼େଇ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଆଜି ଡିଜି ଶ୍ରୀ ରାୱତ୍‌ଙ୍କ ସମେତ ସଂରକ୍ଷଣ ଏଡିଜି ଜାନ୍‌ଭି ଶର୍ମା, ସଂରକ୍ଷଣ ନିର୍ଦ୍ଦେଶକ, ସଂରକ୍ଷଣ ବିଜ୍ଞାନ ନିର୍ଦ୍ଦେଶକ, ଆଇଆଇଟି ଖଡ଼ଗପୁରର ଅଧିକାରୀ ଓ ଟେକ୍‌ନିକାଲ୍‌ ସଦସ୍ୟଙ୍କ ଉପସ୍ଥିତିରେ ଏକ ୧୫ଜଣିଆ କୋର୍‌ କମିଟି ସୂର୍ଯ୍ୟମନ୍ଦିରର ସ୍ଥିତି ଅନୁଧ୍ୟାନ କରିଥିଲେ।ବିଶେଷ ଭାବେ ବାଲି କାଢ଼ିବା ପ୍ରସଙ୍ଗରେ ଏଏସ୍‌ଆଇ ପୁରୀ ସର୍କଲ ସୁପରିନ୍‌ଟେଣ୍ଡେଣ୍ଟ ଡି ବି ଗଡ଼ନାୟକଙ୍କ ସହିତ ସବିଶେଷ ଆଲୋଚନା କରିବା ସହିତ ବାଲି କାଢ଼ିବା ପାଇଁ ପୂର୍ବରୁ ପ୍ରସ୍ତୁତ ଟ୍ରେସ୍‌ ମ୍ୟାପ ଦେଖି ଟିକିନିକି ପଚାରି ବୁଝିଥିଲେ। କିଭଳି ମନ୍ଦିର ଗର୍ଭଗୃହ ମଧ୍ୟରୁ ସୁରକ୍ଷିତ ଭାବରେ ବାଲି କଢ଼ାଯିବ ସେ ସମ୍ପର୍କରେ ଶ୍ରୀ ରାୱତ ଉପସ୍ଥିତିରେ ଅନ୍ୟବରିଷ୍ଠ ଅଧିକାରୀମାନଙ୍କ ସହିତ ସବିଶେଷ ଆଲୋଚନା କରାଯାଇଥିଲା। ପରେ ସମସ୍ତ ଅଧିକାରୀ ସୂର୍ଯ୍ୟମନ୍ଦିର ଉପରକୁ ଚଢ଼ି ମନ୍ଦିରର ଶୀର୍ଷରେ ଥିବା ଗର୍ଭଗୃହର ସ୍ଥିତି ଅନୁଧ୍ୟାନ କରିଥିଲେ। ସୂଚନାଯୋଗ୍ୟ ଯେ, ସୂର୍ଯ୍ୟମନ୍ଦିର ଭିତର ଓ ବାହାରର ସମସ୍ତ ସ୍ଥିତି ସୁରକ୍ଷିତ ରହିଛି ଓ ଆଗକୁ ପର୍ଯ୍ୟାୟକ୍ରମେ ଗର୍ଭଗୃହରୁ ବାଲି କଢ଼ାଯିବ ନେଇ ମେକାନିକାଲ୍‌ ପ୍ଲାଟଫର୍ମର ନିର୍ମାଣ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇଯାଇଛି। ଗର୍ଭଗୃହ ମଧ୍ୟକୁ ଯିବାପାଇଁ ଏକ ଟନେଲ୍‌ର କାର୍ଯ୍ୟ ସରିଲେ ଗର୍ଭଗୃହ ମଧ୍ୟରେ ଥିବା ବାଲିର ସ୍ଥିତିକୁ ନଜରରେ ରଖି ସାବଧାନତାର ସହିତ ବାଲି କଢ଼ାଯିବ ବୋଲି ଡିଜି ଶ୍ରୀ ରାଓତ ସୂଚନା ଦେଇଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70