ରାଜନୀତିରାଜ୍ୟଶିକ୍ଷାସମସ୍ୟା ଭିତ୍ତିକ ଖବର

ସୈତାନ, ଯୌନ ପିପାସୁ ମାଷ୍ଟ୍ରେଙ୍କର କଳା କାରନାମ

ସୈତାନ, ଯୌନ ପିପାସୁ ମାଷ୍ଟ୍ରେଙ୍କର କଳା କାରନାମ

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏ କେଳେଙ୍କାରିଆ ଶିକ୍ଷକ ଖାଲି ବାଲେଶ୍ବରରେ ବଦନାମ ହୋଇ ନାହାନ୍ତି ଇଏ ଯୁଆଡେ ଯୁଆଡେ ଯାଇଛନ୍ତି ସିଆଡେ ସିଆଡେ ନାଁ ପକେଇଛନ୍ତି । କଲେଜକୁ, ଶିକ୍ଷାନୁଷ୍ଠାନକୁ ବଦନାମ କରିଛନ୍ତି । ତେଣୁ ଅନେକ ତାଙ୍କୁ ନାଁ ପକା ସାରେ ବୋଲି ବି କହିବାକୁ ପଛାଉନାହାନ୍ତି

ଭୁବନେଶ୍ବର୧୬-୦୭-୨୦୨୫ (ଏସ .ଏମ ) : ବାଲେଶ୍ବର ଫକୀର ମୋହନ କଲେଜର ପୀଡିତା ଯେଉଁ ଅଧ୍ୟାପକଙ୍କ ପାଇଁ ଆତ୍ମାହୁତି କଲେ ଏବଂ ପରେ ଜୀବନ ହାରିଲେ ସିଏ ଆଉ କେହି ନୁହଁନ୍ତି ସିଏ ବିଇଡି ବିଭାଗର ମୁଖ୍ୟ ସମୀର କୁମାର ସାହୁ । ଯାହାଙ୍କୁ ପୋଲିସ ଗିରଫ କରି ସାରିଛି । ଯେତେବେଳେ ବାଲେଶ୍ବର ଘଟଣାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି ଠିକ୍ ସେତେବେଳେ ବଦନାମ ପ୍ରଫେସରଙ୍କ ବାବଦରେ ସାମ୍ନାକୁ ଆସିବାରେ ଲାଗିଛି ଗୋଟେ ପରେ ଗୋଟେ ସତ । ସୈତାନ, ଯୌନ ପିପାସୁ ମାଷ୍ଟ୍ରେଙ୍କର କଳା କାରନାମ ଏବଂ ରସିକ ଗୁଣର ପର୍ଦ୍ଦାଫାସ ଧିରେଧିରେ ହେବାରେ ଲାଗିଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏ କେଳେଙ୍କାରିଆ ଶିକ୍ଷକ ଖାଲି ବାଲେଶ୍ବରରେ ବଦନାମ ହୋଇ ନାହାନ୍ତି କି କଲେଜକୁ ବଦନାମ କରି ନାହାନ୍ତି ବରଂ ଇଏ ଯୁଆଡେ ଯୁଆଡେ ଯାଇଛନ୍ତି ସିଆଡେ ସିଆଡେ ନାଁ ପକେଇଛନ୍ତି । କଲେଜକୁ, ଶିକ୍ଷାନୁଷ୍ଠାନକୁ ବଦନାମ କରିଛନ୍ତି । ତେଣୁ ଅନେକ ତାଙ୍କୁ ନାଁ ପକା ସାରେ ବୋଲି ବି କହିବାକୁ ପଛାଉନାହାନ୍ତି ।

ଏ ଚରିତ୍ର ଦୋଷ ଥିବା ଅଧ୍ୟାପକଙ୍କ କଳା କାରନାମାର ଚିଠା ଢେର ଲମ୍ବା । ତାଙ୍କ କଳା ଇତିହାସ ବି ବହୁତ ଗଭୀର । ଏ ବିବାଦୀୟ ଅଧ୍ୟାପକ ନିଜ କାଣ୍ଡ କାରନାମକୁ ନେଇ ସବୁବେଳେ ଚର୍ଚ୍ଚାରେ । ଚାକିରି ଆରମ୍ଭରୁ ହିଁ ସିଏ ବିବାଦୀୟ । ଛାତ୍ରୀଙ୍କ ମୃତ୍ୟୁ ପରେ ସମୀର ସାହୁଙ୍କ ବିକୃତ ମାନସିକତାକୁ ଏବେ ସାମ୍ନାକୁ ଆସିଛି । କେମିତି ଛାତ୍ରୀଙ୍କ ପ୍ରତି ତାଙ୍କର ଦୁର୍ବଳତା ଥିଲା ତାହାର ପର୍ଦ୍ଦାଫାସ ଧିରେଧିରେ ହେଉଛି ।

ତେବେ ଚାକିରି ଜୀବନ ଆରମ୍ଭରୁ ହିଁ ସମୀର ବଦନାମ । ଢେଙ୍କାନାଳ ଭୁବନର ବାଜିରାଉତ କଲେଜରୁ ଚାକିରି ଆରମ୍ଭ କରିଥିଲେ ହେଁ ନିଜର ବିବାଦୀୟ କାର୍ଯ୍ୟକଳାପ ପାଇଁ ସେଠାରେ ସେ ଛଟେଇ ହୋଇଥିଲେ । ଏହି ଘଟଣା ପରେ ତାଙ୍କୁ କେନ୍ଦୁଝରର ଚମ୍ପୁଆ ଚନ୍ଦ୍ରଶେଖର କଲେଜକୁ ବଦଳି କରାଯାଇଥିଲା । ଏଠାରେ ଅଧ୍ୟାପକ ଭାବେ କାମ କରୁଥିବା ବେଳେ ଜଣେ ଛାତ୍ରୀଙ୍କ ସହ ଅନୈତିକ ସମ୍ପର୍କ ରଖି ଧରାପଡ଼ିଥିଲେ । ଯେଉଁଥିପାଇଁ ତାଙ୍କୁ ବାଲେଶ୍ୱରକୁ ବଦଳି କରାଯାଇଥିଲା ।

ସେ କେନ୍ଦୁଝର ହେଉ କି କୋରାପୁଟ, ଢେଙ୍କାନାଳ ହେଉ କି କେନ୍ଦ୍ରାପଡା ଅବା ବାଲେଶ୍ବର । ଯୁଆଡେ ଗଲେ ବି ସିଏ ବଦନାମର ବାଦସାହା ବନିଯାଆନ୍ତି । ଏହି ଚାରିତ୍ରିକ ଦୋଷ ପାଇଁ ସିନା ତାଙ୍କୁ ବାରମ୍ବାର ଗୋଟେ କଲେଜରୁ ଅନ୍ୟ ଏକ କଲେଜକୁ ବଦଳି ହେଉଥିଲା ହେଲେ ତାଙ୍କ ଚରିତ୍ର କିନ୍ତୁ ବଦଳୁ ନଥିଲା । ମତେ ଯେତେ ମାଠିବୁ ମାଠ.. ମୁଁ ସେହି ଦରପୋଡ଼ା କାଠ ଭଳି ସେ ପୁଣି ନିଜ ପୁରୁଣା ଚରିତ୍ର ନୂଆ ନୂଆ ଜାଗାରେ ଦେଖାନ୍ତି । ଯୌନ ପିପାସୁ ସମୀର ସାହୁଙ୍କ ଏଭଳି କାରନାମାର ରେକର୍ଡ ରହିଥିବା ବେଳେ ବିଭିନ୍ନ କଲେଜରେ ସେ ଚାକିରି କରୁଥିବା ସମୟରେ ଛାତ୍ରୀଙ୍କ ମାର୍କ କାଟିଦେବା, ବ୍ୟାକ ଲଗାଇବା ଭଳି ଭୟ ଦେଖାଇ ଶାରୀରିକ ଶୋଷଣ,ମାନସିକ ନିର୍ଯାତନା,ଅଶ୍ଳୀଳ ଚାଟିଂ ଆଦି କରୁଥିବା ଅଭିଯୋଗ ଆସେ ।

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଫଟୋ

ନିଜ ସହକର୍ମୀଙ୍କୁ ନାଲିଆଖି ଦେଖାଇବା ସହ ଛାତ୍ରୀଙ୍କୁ ନେଇ ବୁଲିବା ଏବଂ କଲେଜରେ ଆଡ୍ଡା କରିବା ଭଳି ଅଭିଯୋଗ ତାଙ୍କ ନାଁରେ ରହିଛି । ଶିକ୍ଷା ବିଭାଗରେ କନିଷ୍ଠ ଅଧ୍ୟାପକ ଭାବେ ୨୦୨୧ ମସିହା ଅକ୍ଟୋବର ୧୦ରୁ ୨୦୨୩ ଫେବ୍ରୁଆରୀ ୨୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ସମୀର । ଚମ୍ପୁଆ କଲେଜରେ ତାଙ୍କର ୧ ବର୍ଷ ୪ ମାସର କାର୍ଯ୍ୟକାଳରେ ବିବାଦ ଭରି ରହିଥିଲା । ନିୟମିତ ସେ କ୍ଳାସ୍ ବାହାନାରେ ଛାତ୍ରୀମାନଙ୍କୁ ଦୀର୍ଘ ସମୟ ଧରି କ୍ଳାସରେ ଅଟକାଇ ରଖୁଥିଲେ। ଛାତ୍ରୀଙ୍କ ସରଳତାର ସୁଯୋଗ ନେଇ ସେମାନଙ୍କୁ ବ୍ଲାକମେଲିଂ କରି ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ।

ପରୀକ୍ଷାରେ ଭଲ ନମ୍ବର ରଖିବା ପାଇଁ କେବଳ ଛାତ୍ରୀ ନୁହେଁ ଛାତ୍ରଙ୍କୁ ମଧ୍ୟ ବ୍ୟବହାର କରି ସେ ଧରାପଡ଼ିଥିଲେ । ଅନେକ ସମୟରେ ପଢ଼ାଇବା ବାହାନାରେ ଛାତ୍ରୀ ରହୁଥିବା ମେସ୍ ଓ ହଷ୍ଟେଲକୁ ଯାଇ ସମୟ ଅତିବାହିତ କରୁଥିଲେ ରସିକିଆ ସାର୍ । ଖାଲି କଣ ସେତିକି, ନିରୋଳାରେ ମଧ୍ୟ ଛାତ୍ରୀଙ୍କୁ ନେଇ ବୁଲାବୁଲି କରି ଅତୀତରେ ଧରା ବି ପଡ଼ିଥିଲେ । ତାଙ୍କର ଚାରିତ୍ରିକ ଦୋଷ ଦୁର୍ବଳତା ଯୋଗୁଁ କଲେଜର ଅନେକ ସହକର୍ମୀ ତାଙ୍କୁ ପସନ୍ଦ କରୁ ନଥିଲେ ।

ତାଙ୍କ ନାଁରେ ଅଭିଯୋଗ ହୋଇଥିଲେ ମଧ୍ୟ କର୍ତ୍ତୃପକ୍ଷ ତାଙ୍କୁ ଘଣ୍ଟ ଘୋଡ଼ାଇ ରଖୁଥିବା ନେଇ ଶୁଣିବାକୁ ମିଳିଛି । ସମୀରଙ୍କ ଘର କଟକଜିଲ୍ଲା ବଡ଼ମ୍ବା ଅଞ୍ଚଳରେ ହୋଇଥିବା ବେଳେ ଜଣେ ଟାଣୁଆ ରାଜନେତାଙ୍କ ସମ୍ପର୍କୀୟ ଯୋଗୁଁ ସେ କଲେଜ କର୍ତ୍ତୃପକ୍ଷଙ୍କୁ ନିଜ କାବୁରେ ରଖି ଛାତ୍ରଛାତ୍ରୀକୁ ବ୍ଲାକମେଲିଂ କରୁଥିଲେ । ବାଲେଶ୍ଵର ଘଟଣା ପରେ ଏବେ ଅନେକ ସହକର୍ମୀ ତାଙ୍କ ବିରୋଧରେ ମୁହଁ ଖୋଲିଛନ୍ତି । ଆଉ ସମୀର ହରଡ ଘଣାରେ ପଡିଛନ୍ତି । ଚାରିତ୍ରିକ ଦୋଷ ଥିବା ସମୀରଙ୍କ ଅତୀତକୁ ଦେଖି ଗୋଟେ କଥା ମନେପଡୁଛି.. ସବୁ ଦିନ ଚୋର ଘର ଅନ୍ଧାର ନଥାଏ..

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *