TOP STORIESରାଜ୍ୟ

ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ

ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ

ସୈନିକ ସ୍କୁଲ ନିକଟରେ ଥିବା ଅସ୍ଥାୟୀ ଡର୍ମ୍ପିଂୟାର୍ଡ ହଟାଇବା ଏବଂ ସୈନିକ ସ୍କୁଲ ସ୍ଥାନାନ୍ତରଣ ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଜୋର ଧରିଛି

ଚନ୍ଦ୍ରଶେଖରପୁର/ଭୁବନେଶ୍ୱର ୦୫.୦୫.୨୦୨୫(ଏସ .ଏମ ) : ସୈନିକ ସ୍କୁଲ ନିକଟରେ ଥିବା ଅସ୍ଥାୟୀ ଡର୍ମ୍ପିଂୟାର୍ଡ ହଟାଇବା ଏବଂ ସୈନିକ ସ୍କୁଲ ସ୍ଥାନାନ୍ତରଣ ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଜୋର ଧରିଛି। ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ ଆହ୍ବାନକ୍ରମେ ଆଜି ସକାଳ ୯ଟାରେ ଶତାଧିକ ସ୍ଥାନୀୟ ଜନସାଧାରଣ ସୈନିକ ସ୍କୁଲ ମୁଖ୍ୟ ପ୍ରବେଶ ପଥରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ସ୍ଲୋଗାନ ଲେଖାଥିବା ପ୍ଲାକାର୍ଡ ଧରିବା ସହିତ ମାନବ ଶୃଙ୍ଖଳ ମାଧ୍ୟମରେ ସୈନିକ ସ୍କୁଲ ଫାଟକ ବନ୍ଦ କରି ଧାରଣାରେ ବସି ରହିଥିଲେ। ସେମାନେ କହିଲେ ଅଳିଆ ଗଦା ଉଠେଇବା ଦାବିରେ ସରକାରୀ ଦଳ ବିଜେପି ଏକ ମାସ ଧରି ଗେଟ୍‌ ଆଗରେ ଧାରଣାରେ ବସିଥିଲା। ଏବେକାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧାରଣା ସ୍ଥଳରେ ଯୋଗଦେଇ ଏଠାରୁ ଅଳିଆ ଗଦା ହଟେଇବାକୁ ପୂର୍ବ ସରକାରଙ୍କ ନିକଟରେ ଦାବି କରିଥିଲେ। ନିର୍ବାଚନ ସମୟରେ ମଧ୍ୟ ଏଠାରୁ ଅଲିଅଗଦା ଉଠେଇନେବାକୁ ବିଜେପି ପ୍ରତିଶ୍ରୁତି ଦେଇଥିଲା। ମାତ୍ର ଦଳ ନିଜର ପ୍ରତିଶ୍ରୁତି ପାଳନ କରିପାରି ନାହିଁ।

୭ ଦିନ ମଧ୍ୟରେ ପଦକ୍ଷେପ ନେବାକୁ ଦାବି
ମନ୍ତ୍ରୀ, ସଚିବଙ୍କ ଘର ଆଗରେ ଅଳିଆ ପଡ଼ିବ

 ଯଦି ଆସନ୍ତା ସାତ ଦିନ ଭିତରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆ ନଯାଏ ତେବେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ, ସଚିବ, ଭୁବନେଶ୍ୱର ମେୟର ଓ କମିସନରଙ୍କ ସରକାରୀ ବାସଭବନ ଆଗରେ ପ୍ରତିକାତ୍ମକ ଭାବେ ଅଳିଆ ଫିଙ୍ଗାଯିବ ବୋଲି ଅଭିଯାନର ସଦସ୍ୟ ତଥା ଓଡ଼ିଶା ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟ ଘୋଷଣା କରିଛନ୍ତି। ନେତା ଓ ସରକାରୀ ବାବୁଙ୍କ ଘର ଆଗରେ ଅଳିଆ ଗଦା ହୋଇ ପଚାଗନ୍ଧ ବାହାରିଲେ ସେମାନେ ଅଳିଆ ଗଦା ଯୋଗୁଁ ଏହି ଅଞ୍ଚଳବାସୀ କିଭଳି ହିନସ୍ଥା ହେଉଛନ୍ତି ତାହା ଅନୁଭବ କରିପାରିବେ ବୋଲି ଆନ୍ଦୋଳନକାରୀମାନେ କହିଥିଲେ। ବରିଷ୍ଠ ସେନା ଅଧିକାରୀ କର୍ଣ୍ଣଲ ଜେକେ ଶତପଥୀ, ଜର୍ଦମାନ ସିଂହ, କ୍ୟାପଟେନ ଏସ ଏସ ଦେବ, ଜେ କେ ମହାନ୍ତି, ବିସ୍ମୟ ମହାପାତ୍ର, ପ୍ରଜ୍ଞା ମହାନ୍ତି, ରାଜ୍ୟ କର୍ମଚାରୀ ମହାମଞ୍ଚ ଉପଦେଷ୍ଟା ପ୍ରଭାତ ମହାନ୍ତି, ରଙ୍ଗଚରଣ ପ୍ରଧାନ, ଅଶୋକ ପାଲଟାସିଂ ସମେତ ଅଭିଭାବକ ମହାସଂଘ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ, ମହାସଚିବ ଅଶୋକ ପାଇକରାୟ, ତାପସ ଦାସ, ଅନନ୍ତ ରାଉତ ପ୍ରମୁଖ ସାମିଲ ହୋଇଥିଲେ। ସେହିପରି ସୈନିକ ସ୍କୁଲ ବଞ୍ଚାଅ ଅଭିଯାନର ଆବାହକ ଭକ୍ଷାକାରୀ ତ୍ରିପାଠୀ, ସିଦ୍ଧେଶ୍ୱର ନାୟକ, ପ୍ରିତିଶ ବାସା, ଉମାକାନ୍ତ ବାରିକ, ତ୍ରିନାଥ ସାହୁ, ସତ୍ୟବ୍ରତ ମହାନ୍ତି, ସୁବ୍ରତ ସାହୁ, ମିଟୁ ଜେନା, ପ୍ରତାପ ପରିଡା, ସରୋଜ ରଉତରାୟ, ଚିନ୍ତାମଣି ବାରିକ, ପ୍ରତାପ ସାହୁ, ଧିରୁକୁଟି ବସ୍ତି ସଭାପତି ସଞ୍ଜୟ ମଲ୍ଲିକ, ଉଦୟନାଥ ବାରିକ, ସୈନିକ ସ୍କୁଲ ଅଭିଭାବକ ସଂଘ ସଭାପତି ଆଶୁତୋଷ ମିଶ୍ର, ସଚିନ୍ଦ୍ର ପାତ୍ର, ଗଗନ ପଣ୍ଡା, ଶରତ ମହାରଣା, ଜୀବନ ସାହୁ, ଦିଲ୍ଲୀପ ଦାଶଶର୍ମା, ଦିଲୀପ ଦାସ, ସମାଜସେବୀ ମଧୁସ୍ମିତା ଦାଶ ପ୍ରମୁଖ ଏହି ଜନପ୍ରତିବାଦରେ ଭାଗ ନେଇଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *