LatestNewsPoliticsTechnologyTOP STORIESଦେଶ- ବିଦେଶବିଶେଷ ସ୍ତମ୍ବରାଜନୀତିରାଜ୍ୟସମସ୍ୟା ଭିତ୍ତିକ ଖବର

ସ୍ନାନ ଯାତ୍ରାରେ ମୋବାଇଲ ନେଇଥିଲେ ସେବାୟତ, ଖୁବ୍‌ଶୀଘ୍ର ହେବ ନୋଟିସ୍‌

ସ୍ନାନ ଯାତ୍ରାରେ ମୋବାଇଲ ନେଇଥିଲେ ସେବାୟତ, ଖୁବ୍‌ଶୀଘ୍ର ହେବ ନୋଟିସ୍‌

ଗତ ସ୍ନାନଯାତ୍ରାରେ ଯେଉଁ ସେବାୟତମାନେ ସ୍ନାନ ମଣ୍ଡପରେ ମୋବାଇଲ ନେଇଥିଲେ ସେମାନଙ୍କୁ ଚିହ୍ନଟ କରାଯାଇଛି। ଖୁବ୍ଶୀଘ୍ର ସେମାନଙ୍କୁ ନୋଟିସ ଦିଆଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ପୂର୍ବରୁ ଆମେ କଟକଣା କରିଥିଲୁ। କିନ୍ତୁ କେତେକ ମାନି ନଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯିବ।

ପୁରୀ ୨୫-୦୬-୨୦୨୫ (ଏସ.ଏମ.) : ତ ସ୍ନାନଯାତ୍ରାରେ ଯେଉଁ ସେବାୟତମାନେ ସ୍ନାନ ମଣ୍ଡପରେ ମୋବାଇଲ ନେଇଥିଲେ ସେମାନଙ୍କୁ ଚିହ୍ନଟ କରାଯାଇଛି। ଖୁବ୍ଶୀଘ୍ର ସେମାନଙ୍କୁ ନୋଟିସ ଦିଆଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ପୂର୍ବରୁ ଆମେ କଟକଣା କରିଥିଲୁ। କିନ୍ତୁ କେତେକ ମାନି ନଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆସନ୍ତା ରଥଯାତ୍ରାରେ ଏହାକୁ କଡ଼ାକଡ଼ି କରାଯିବ। ରଥ ଉପରେ ଅଣସେବାୟତ ଚଢ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ପହଣ୍ଡି ଶୃଙ୍ଖଳିତ କରିବା ପାଇଁ ପହଣ୍ଡି ଦଳ ଗଠନ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ। ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ଶୃଙ୍ଖଳିତ କରିବା ପାଇଁ ଭକ୍ତ ନିବାସରେ ବସିଥିବା ବୈଠକ ପରେ ସେ ଏଭଳି ସୂଚନା ଦେଇଛନ୍ତି।ରଥଯାତ୍ରାରେ ଶ୍ରୀଜୀଉମାନଙ୍କ ପହଣ୍ଡି ପରେ ରଥ ଉପରେ ଶୋଧ କରିବା ପାଇଁ ସ୍ବତନ୍ତ୍ର ଶୋଧ ଦଳ ଗଠନ କରାଯାଇଛି। ତା ସହିତ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ, କର୍ମଚାରୀ, ମହାରଣା, କମାର, ଭୋଇମାନଙ୍କୁ ନେଇ ନିର୍ଦ୍ଦେଶକ ଓ ବୈଷୟିକ ଦଳ ଗଠନ କରାଯାଇଛି।ଏହି ଦଳ ଶ୍ରୀଗୁଣ୍ଡିଚା ଓ ବାହୁଡ଼ାରେ ରଥଟଣା ସମୟରେ ଆବଶ୍ୟକ ପରାମର୍ଶ ଦେବେ। ନନ୍ଦୀଘୋଷ ରଥର ଶୋଧଦଳରେ ଜିଲ୍ଲାପାଳ, ନୀତି ପ୍ରଶାସକ, ସିଟି ଡିଏସ୍ପିଙ୍କ ସମେତ ୮ ଜଣ ରହିଥିବା ବେଳେ ନିର୍ଦ୍ଦେଶକ ଦଳରେ ୧୧ଜଣ ଓ ବୈଷୟିକ ଦଳରେ ୪ ଜଣ ଅଛନ୍ତି। ତାଳଧ୍ବଜ ଶୋଧଦଳରେ ଏସ୍ପି, ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ, ଉପଜିଲ୍ଲାପାଳଙ୍କ ସମେତ ୯ ଜଣ ରହିଥିବା ବେଳେ ନିର୍ଦ୍ଦେଶକ ଦଳରେ ୧୦ ଜଣ ଓ ବୈଷୟିକ ଦଳରେ ୪ ଜଣ ରହିଛନ୍ତି। ଦର୍ପଦଳନ ଶୋଧଦଳରେ ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଏସ୍ପିଙ୍କ ସମେତ ୮ ଜଣ ରହିଥିବା ବେଳେ ନିର୍ଦ୍ଦେଶକ ଦଳରେ ଭୋଇ ସର୍ଦ୍ଦାରଙ୍କ ସମେତ ୧୨ ଜଣ ଓ ବୈଷୟିକ ଦଳରେ ୪ ଜଣ ରହିଛନ୍ତି।ଶୋଧଦଳ ସମ୍ପୃକ୍ତ ରଥର ଚାରମାଳ ତଳେ ରହି ଦଳରେ ଥିବା ଶ୍ରୀମନ୍ଦିର ପୁଲିସ ସହାୟତାରେ ସେବକମାନଙ୍କୁ ଚିହ୍ନଟ କରିବେ। ଯଦି କୌଣସି ଅନଧିକୃତ ବ୍ୟକ୍ତି ରଥରେ ଚଢ଼ିବାକୁ ଉଦ୍ୟମ କରନ୍ତି ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। କୌଣସି ଦର୍ଶନାର୍ଥୀଙ୍କୁ ମଧ୍ୟ ଛାଡ଼ିବେ ନାହିଁ। ରଥ ଉପରେ କଡ଼ା ନଜର ରଖିବେ। ଯଦି କେହି ଗଳିପଶି କିମ୍ବା ସେବକ ବେଶରେ ଚଢ଼ି ଯାଇଥାଏ ତେବେ ତୁରନ୍ତ ଚିହ୍ନଟ କରି ସେମାନଙ୍କୁ ଓହ୍ଲାଇ ଦେବେ। କୌଣସି କାରଣରୁ ଦଇତାପତି ସେବକଙ୍କ ଦ୍ଵାରା ରଥ ଉପରେ ଶୋଧ ନିୟନ୍ତ୍ରିତ ହୋଇ ନପାରିଲେ ଦଇତାପତିଙ୍କ ପରାମର୍ଶ କ୍ରମେ ଏହି ଶୋଧ ଦଳଙ୍କ ଜରିଆରେ ରଥଶୋଧ କରାଯିବାକୁ ନିଷ୍ପତ୍ତି ହୋଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *