ଅପରାଧରାଜ୍ୟ

ହଜାରେ କେଜି ଗଞ୍ଜେଇ ଜବତ

ହଜାରେ କେଜି ଗଞ୍ଜେଇ ଜବତ

ପାଡୁଆ ଥାନା ସମ୍ମୁଖ ମୁଖ୍ୟ ରାସ୍ତା ରାସ କାର୍ଯ୍ୟାଳୟ ନିକଟରୁ ଏକ ଟ୍ରକରୁ ୧ ହଜାର ୫ କେଜି ଗଞ୍ଜେଇ ଜବତ କରିଛି ପୁଲିସ । ପୁଲିସ ଡ୍ରାଇଭରକୁ ଗିରଫ କରିଥିବା ବେଳେ ଆଉ ଜଣେ ଅଭିଯୁକ୍ତ ଘଟଣା ସ୍ଥଳରୁ ଚମ୍ପଟ ମାରିଛି।

କୋରାପୁଟ/ଭୁବନେଶ୍ୱର ୧୨-୦୪-୨୦୨୫(ଏସ. ଏମ ) : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ସମ୍ମୁଖ ମୁଖ୍ୟ ରାସ୍ତା ରାସ କାର୍ଯ୍ୟାଳୟ ନିକଟରୁ ପୁଲିସ ଏକ ଟ୍ରକରୁ ୧ ହଜାର ୫ କେଜି ଗଞ୍ଜେଇ ଜବତ କରିଛି। ପୁଲିସ ଡ୍ରାଇଭରକୁ ଗିରଫ କରିଥିବା ବେଳେ ଆଉ ଜଣେ ଅଭିଯୁକ୍ତ ଘଟଣା ସ୍ଥଳରୁ ଚମ୍ପଟ ମାରିଛି। ଗିରଫ ଡ୍ରାଇଭରର ହେଉଛି ରାଜସ୍ଥାନର ଭିଲୱାରା ଜିଲ୍ଲା ବଦନାର ଥାନା ବାରାରି ୟୋମକା ବାରୀୟା ଗାଁର ଦେବୀ ସିଂ।ଆର ଜେ ୧୪ଜି ଆର ୧୩୦୨ ନାମକ ଯୋଗେ ପାଡୁଆ ଥାନା ଅଧୀନ ବୁଡିଙ୍ଗ ଗାଁ ରୁ ରାଜସ୍ଥାନକୁ ଗଞେଇ ଚାଲାଣ ହେଉଥିବା ଖବର ପାଇ ପାଡୁଆ ଥାନା ଏସ ଆଇ ହିମାଂଶୁ ବେନିୟା ଏବଂ ଟିମ ମୁଖ୍ୟ ରାସ୍ତାରେ ଏହି ଟ୍ରକକୁ ଅଟକାଇଥିଲେ। ନିମ୍ବ ଚାରା ବୋଝେଇ ଟ୍ରକ୍ ର ଡାଲାରେ ସ୍ଵତନ୍ତ୍ର ଚେମ୍ବର୍ ରେ ଗଞେଇ ଥିବା ଦେଖି ଗଞେଇ ସହ ଟ୍ରକକୁ ଜବତ କରି ଡ୍ରାଇଭରକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଚମ୍ପଟ ମାରିଥିଲା। ଓଜନ ପରେ ୧ ହଜାର ୫ କେଜି ଗଂଜେଇ ଥିବା ଜଣା ପଡ଼ିଛି। ଏସ ଆଇ ଦୀପକ ବାରିକ ତଦନ୍ତ ଅଧିକାରୀ ଭାବେ ତଦନ୍ତ ଜାରି ରଖିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *