ଅପରାଧଦେଶ- ବିଦେଶସମସ୍ୟା ଭିତ୍ତିକ ଖବର

ହରିୟାଣା ଟ୍ରେନ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ହରିୟାଣା ଟ୍ରେନ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ହରିୟାଣାର ପାନିପତ ରେଳ ଷ୍ଟେସନ୍‌‌ରେ ରହିଥିବା ଏକ ଟ୍ରେନ୍‌ର ଖାଲି ବଗିରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ତାଙ୍କୁ ସୋନିପତଠାରେ ରେଳ ଧାରଣାକୁ ଫୋପାଡ଼ି ଦିଆଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି

ପାନିପତ/ଭୁବନେଶ୍ୱର ୦୯-୦୭-୨୦୨୫(ଏସ .ଏମ ) : ରିୟାଣାର ପାନିପତ ରେଳ ଷ୍ଟେସନ୍‌‌ରେ ରହିଥିବା ଏକ ଟ୍ରେନ୍‌ର ଖାଲି ବଗିରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ତାଙ୍କୁ ସୋନିପତଠାରେ ରେଳ ଧାରଣାକୁ ଫୋପାଡ଼ି ଦିଆଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ରେଳ ଧାରଣା ଉପରେ ପଡ଼ିଥିବା ସମୟରେ ମହିଳାଙ୍କ ‌ଗୋଡ଼ ଉପରେ ଆଉ ଏକ ଟ୍ରେନ୍‌ ମାଡ଼ି ଯାଇଥିଲା। ସେ ତାଙ୍କର ୨ଟି ଯାକ ଗୋଡ଼ ହରାଇ ଦେଇଥିଲେ ବି ସୌଭାଗ୍ୟବଶତଃ ବଞ୍ଚି ଯାଇଛନ୍ତି। ଜୁନ୍‌ ୨୪ ତାରିଖରେ ହରିୟାଣାର ସୋନିପତରେ ଏହି ଘଟଣା ଘଟିଥିଲା। ପୁଲିସ ଜୁନ୍‌ ୨୬ ତାରିଖରେ ତାଙ୍କ ସ୍ବାମୀଙ୍କଠାରୁ ମିସିଂ ରିପୋର୍ଟ ପାଇଥିଲା। ଜୁନ୍‌ ୨୪ ତାରିଖରୁ ମହିଳା ଜଣଙ୍କ ନିଖୋଜ ଥିବା ନେଇ ତାଙ୍କ ସ୍ବାମୀ ପୁଲିସରେ ଏତଲା ରୁଜୁ କରିଥିଲେ। ସ୍ବାମୀଙ୍କ ସହ ଝଗଡ଼ା ହେବାପରେ ମହିଳା ଜଣଙ୍କ ଘର ଛାଡ଼ି ପଳାଇଥିଲେ। ୨ ଦିନ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ତାଙ୍କ ସ୍ବାମୀ ପୁଲିସରେ ଏତଲା ରୁଜୁ କଲେ।

ପୀଡ଼ିତା କହିଛନ୍ତି ଯେ ନିକଟସ୍ଥ ରେଳ ଷ୍ଟେସନ୍‌ରେ ତାଙ୍କୁ ଜଣେ ବ୍ୟକ୍ତି କହିଥିଲା ଯେ ତାଙ୍କ ସ୍ବାମୀ ତାଙ୍କୁ ପଠାଇଛନ୍ତି। ମହିଳାଙ୍କୁ ଉକ୍ତ ବ୍ୟକ୍ତି ଜଣଙ୍କ ଏକ ଟ୍ରେନ୍‌କୁ ନେଇ ଏକ ଖାଲି ବଗିରେ ଦୁଷ୍କର୍ମ କରିଥିଲା। ପରେ ଅନ୍ୟ ୨ ଜଣ ମଧ୍ୟ ତା’ ସହ ସାମିଲ ହୋଇଥିଲେ। ଏହାପରେ ପୀଡ଼ିତାଙ୍କୁ ସୋନିପତ ନେଇ ତାଙ୍କୁ ରେଳ ଧାରଣାରେ ପକାଇ ଦିଆଯାଇଥିଲା ଏବଂ ସେଠାରେ ତାଙ୍କ ଉପରେ ଏକ ଟ୍ରେନ୍‌ ମାଡ଼ିଯିବାରୁ ସେ ଉଭୟ ଗୋଡ଼ ହରାଇଛନ୍ତି।

ନାବାଳିକାଙ୍କୁ ଅପହରଣ; ଟ୍ରେନ୍‌ରେ ଦୁଷ୍କର୍ମ

ଥାନେ: ମହାରାଷ୍ଟ୍ରର ଥାଣେ ଜିଲ୍ଲାର ଜଣେ ନାବାଳିକାଙ୍କୁ ଅପହରଣ କରିନେଇ ଅକୋଲା ନେବା ରାସ୍ତାରେ ଟ୍ରେନ୍‌ରେ ଦୁଷ୍କର୍ମ କରାଯାଇଛି। ପୁଲିସ ଅଭିଯୁକ୍ତକୁ ଧରିବାକୁ ବ୍ୟାପକ ତଲାସୀ ଚଳାଇଛି। କଲ୍ୟାଣର ସରକାରୀ ରେଳବାଇ ପୁଲିସ (ଜିଆର୍‌ପି) ଇନସପେକ୍ଟର ପନ୍ଧାରି କାଣ୍ଡେ କହିଛନ୍ତି, ଜୁନ୍‌ ୩୦ରେ ଡୋମ୍ବିଭାଲି ଅଞ୍ଚଳର ମନପଡ଼ା ଆଦିଭାଲିର ଜଣେ ୧୬ ବର୍ଷୀୟ ନାବାଳିକାଙ୍କୁ ୨୦ ବର୍ଷର ଯୁବକ ଅପହରଣ କରିନେଇଥିଲା। ଅକୋଲାକୁ ନେବା ରାସ୍ତାରେ ନାବାଳିକାଙ୍କୁ ସେ ଟ୍ରେନ୍‌ରେ ଦୁଷ୍କର୍ମ କରିଥିଲା। ତେବେ ଅକୋଲାରେ ରହୁଥିବା ଯୁବକଙ୍କ ପିତାମାତା ଯୁବକଙ୍କୁ କିମ୍ବା ଉକ୍ତ ନାବାଳିକାଙ୍କୁ ଘରେ ପୂରାଇ ଦେଇନଥିଲେ। ଫଳରେ ଯୁବକଜଣକ ନାବାଳିକାକୁ ଅକୋଲା ଷ୍ଟେସନରେ ଛାଡ଼ି ଚାଲିଯାଇଥିଲେ। ଜିଆର୍‌ପି କର୍ମଚାରୀମାନେ ନାବାଳିକାଙ୍କୁ ଷ୍ଟେସନରେ ଏକୁଟିଆ ଦେଖି ପଚରାଉଚରା କରିଥିଲେ। ପଚରାଉଚରାରେ ନାବାଳିକା ଜଣକ ସମସ୍ତ ଘଟଣା କହିବା ସହ ଯୁବକଜଣକ ଟ୍ରେନ୍‌ରେ ଦୁଷ୍କର୍ମ କରିଥିବା ଜଣାଇଥିଲେ। ବିଏନ୍‌ଏସ୍‌ର ଧାରା ୬୪, ୭୪, ୧୩୭ ଏବଂ ପୋକ୍‌ସୋ ଧାରାରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଧରିବାକୁ ତଲାସୀ ଆରମ୍ଭ ହୋଇଛି ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *