ଅପରାଧଦେଶ- ବିଦେଶସମସ୍ୟା ଭିତ୍ତିକ ଖବର

ହସିନାଙ୍କୁ ଅଭିଯୁକ୍ତ ଦର୍ଶାଇଲା ଟ୍ରିବ୍ୟୁନାଲ୍‌

ହସିନାଙ୍କୁ ଅଭିଯୁକ୍ତ ଦର୍ଶାଇଲା ଟ୍ରିବ୍ୟୁନାଲ୍‌

ବାଂଲାଦେଶରେ ଏକ ସ୍ବତନ୍ତ୍ର ଟ୍ରିବୁନାଲ ଗୁରୁବାର ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କୁ ଗଣହତ୍ୟା ଏବଂ ମାନବିକତା ବିରୋଧୀ ଅପରାଧ ଅଭିଯୋଗରେ ଅଭିଯୁକ୍ତ ଦର୍ଶାଇଛନ୍ତି

ଢାକା/ନୂଆଦିଲ୍ଲୀ୧୧-୦୭-୨୦୨୫(ଏସ .ଏମ ) : ବାଂଲାଦେଶରେ ଏକ ସ୍ବତନ୍ତ୍ର ଟ୍ରିବୁନାଲ ଗୁରୁବାର ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କୁ ଗଣହତ୍ୟା ଏବଂ ମାନବିକତା ବିରୋଧୀ ଅପରାଧ ଅଭିଯୋଗରେ ଅଭିଯୁକ୍ତ ଦର୍ଶାଇଛନ୍ତି। ଆଇସିଟି (ଇଣ୍ଟରନ୍ୟାସନାଲ କ୍ରାଇମ୍‌ସ ଟ୍ରିବୁନାଲ ଅଫ ବାଂଲାଦେଶ) ଆସନ୍ତା ଅଗଷ୍ଟ ୩ ତାରିଖରୁ ହସିନାଙ୍କ ବିରୋଧରେ ତାଙ୍କ ଅନୁପସ୍ଥିତିରେ ବିଚାରଣ ଆରମ୍ଭ କରିବେ।

ଟ୍ରିବୁନାଲ ହାସିନା ଏବଂ ତାଙ୍କ ସମୟର ଗୃହ ମନ୍ତ୍ରୀ ଅସଦୁଜ୍‌ଜମାନ୍‌ ଖାନ କମଲ , ତତ୍କାଳୀନ ପୁଲିସ ଆଇଜି ଚୌଧୁରୀ ଅବଦୁଲ୍ଲା ଏଆଇ ମମୁନ୍‌ଙ୍କ ବିରୋଧରେ ଚାର୍ଜ ଫ୍ରେମ୍‌ କରିଛନ୍ତି। ଆଇଟିସି ଖଣ୍ଡପୀଠ କହିଛନ୍ତି, ହସିନାଙ୍କ ସହ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଗତବର୍ଷ ଜୁଲାଇ-ଅଗଷ୍ଟ ଆନ୍ଦୋଳନ ସମୟ‌ରେ ଗଣହତ୍ୟା ଏବଂ ନିର୍ଯାତନା ସମେତ ୫ଟି ଅଭିଯୋଗ ରହିଛି। ହସିନା ଯଦି ଏହି ମାମଲାରେ ଦୋଷୀସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇପାରେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *