ଅପରାଧଦେଶ- ବିଦେଶସମସ୍ୟା ଭିତ୍ତିକ ଖବର

ହାଫିଜ ସଇଦ୍ ପୁଣି ସକ୍ରିୟ ହୋଇଯାଇଛି ଲସ୍କର ଆତଙ୍କବାଦୀ ଶିବିରରେ ଆତଙ୍କବାଦୀମାନଙ୍କୁ ତାଲିମ ଦେଉଛି

ହାଫିଜ ସଇଦ୍ ପୁଣି ସକ୍ରିୟ ହୋଇଯାଇଛି ଲସ୍କର ଆତଙ୍କବାଦୀ ଶିବିରରେ ଆତଙ୍କବାଦୀମାନଙ୍କୁ ତାଲିମ ଦେଉଛି

ଭାରତର ଅପରେସନ ସିନ୍ଦୂରରେ ଧ୍ବଂସ ପାଇଥିବା ପାକିସ୍ତାନର ଆତଙ୍କବାଦୀ ଶିବିରଗୁଡିକ ଏବେ ଧୀରେ ଧୀରେ ଖୋଲିବା ଆରମ୍ଭ କରିଛନ୍ତି । ବଡ଼ ଖବର ହେଉଛି କୁଖ୍ୟାତ ଆତଙ୍କବାଦୀ ତଥା ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଟ ହାଫିଜ ସଇଦ୍ ପୁଣି ସକ୍ରିୟ ହୋଇଯାଇଛି

ଲାହୋର/ନୂଆଦିଲ୍ଲୀ ୧୬-୦୭-୨୦୨୫ (ଏସ .ଏମ ) : ଭାରତର ଅପରେସନ ସିନ୍ଦୂରରେ ଧ୍ବଂସ ପାଇଥିବା ପାକିସ୍ତାନର ଆତଙ୍କବାଦୀ ଶିବିରଗୁଡିକ ଏବେ ଧୀରେ ଧୀରେ ଖୋଲିବା ଆରମ୍ଭ କରିଛନ୍ତି । ବଡ଼ ଖବର ହେଉଛି କୁଖ୍ୟାତ ଆତଙ୍କବାଦୀ ତଥା ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଟ ହାଫିଜ ସଇଦ୍ ପୁଣି ସକ୍ରିୟ ହୋଇଯାଇଛି । ସେ ଜେଲରେ ଥିବା ପାକିସ୍ତାନ କହୁଥିବାବେଳେ ସେ ଖୋଲା ଖୋଲି ବୁଲୁଛି ଓ ଲସ୍କର ଆତଙ୍କବାଦୀ ଶିବିରରେ ଆତଙ୍କବାଦୀମାନଙ୍କୁ ତାଲିମ ଦେଉଛି । ଏ ନେଇ ଏକ ଭିଡିଓ ଭାଇରାଲ ହୋଇଛି।

ଭିଡିଓରେ ଦେଖାଯାଉଛି ଯେ ହାଫିଜ୍ ସଇଦ୍ ଶହ ଶହ ଆତଙ୍କବାଦୀଙ୍କ ମଧ୍ୟରେ ଅଛି ଓ ସେମାନଙ୍କ ତାଲିମ କାର୍ଯ୍ୟର ନିରୀକ୍ଷଣ କରୁଛି । ଏଥିରେ ଲସ୍କର-ଏ-ତୈବା ଆତଙ୍କବାଦୀମାନେ ଛୋଟ ଛୋଟ ଗୋଷ୍ଠୀରେ ବିଭକ୍ତ ହୋଇ ତାଲିମ ନେଉଥିବାର ଦେଖାଯାଉଛି।

ଭିଡିଓଟି ଲାହୋରର କୁହାଯାଉଛି ଏବଂ ହାଫିଜ୍ ସଇଦ ଲାହୋରର ମୁରିଦକେ କ୍ୟାମ୍ପରେ ଲସ୍କର ଆତଙ୍କବାଦୀଙ୍କୁ ତାଲିମ ଦେବା ଆରମ୍ଭ କରିଛି। ଏହି ତାଲିମ ଶିବିରରେ ଲସ୍କର ଆତଙ୍କବାଦୀମାନେ ଶାରିରୀକ ଅଭ୍ୟାସ କରୁଥିବାର ଦେଖାଯାଉଛି। ଏହି ତାଲିମ ଶିବିରରେ ଆତଙ୍କବାଦୀମାନଙ୍କୁ ପଛପଟୁ ହାତ ବାନ୍ଧି ପହଁରିବା ତାଲିମ ଦିଆଯାଉଛି। ଲସ୍କର ଆତଙ୍କବାଦୀମାନଙ୍କୁ ଖଣ୍ଡା ଲଢ଼ିବାଠାରୁ ଆରମ୍ଭ କରି ଜୁଡୋ-କରାଟେ ଏବଂ ଘୋଡା ଚାଳନ ପର୍ଯ୍ୟନ୍ତ ସବୁକିଛି ଶିଖାଯାଉଛି। ସୂଚନାଯୋଗ୍ୟ ଯେ ମୁରିଦକେ ଶିବିର ଉପରେ ଗତ ମେ ମାସରେ ଭାରତ ଆକ୍ରମଣ କରିଥିଲା ।

 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *