LatestNewsSportsଖେଳଦେଶ- ବିଦେଶ

ହିଟ୍ ମ୍ୟାନ୍ ରୋହିତ ଟେଷ୍ଟ୍ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଛନ୍ତି

ହିଟ୍ ମ୍ୟାନ୍ ରୋହିତ ଟେଷ୍ଟ୍ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଛନ୍ତି

ଦେଶର ପ୍ରତିନିଧିତ୍ବ କରିବା ମୋ ପାଇଁ ଗର୍ବ ଓ ଗୌରବର ବିଷୟ। ଏହି ଯାତ୍ରାରେ ମୋତେ ଭଲପାଇବା ଓ ସମର୍ଥନ ଦେଇଥିବା ସମସ୍ତ ମହାନୁଭବଙ୍କୁ ହୃଦୟର ଗଭୀରତମ କୋଣରୁ କୃତଜ୍ଞତା ଜଣାଉଛି

ମୁମ୍ବାଇ/ଭୁବନେଶ୍ୱର ୦୮.୦୫.୨୦୨୫(ଏସ .ଏମ ) : ହିଟ୍ ମ୍ୟାନ୍ ତଥା ଭାରତୀୟ ଅଧିନାୟକ ରୋହିତ ଶର୍ମା ଟେଷ୍ଟ୍ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଛନ୍ତି। ଇଂଲଣ୍ଡ ଗସ୍ତରେ ତାଙ୍କୁ ଅଧିନାୟକ ପଦରୁ ହଟାଇବାକୁ ଚୟନକର୍ତ୍ତା ନୀତିଗତ ନିଷ୍ପତ୍ତି ନେଇ ସାରିଥିବାର ଖବର ପଦାକୁ ଆସିବାର କିଛି ସମୟ ଭିତରେ ହିଁ ରୋହିତ ନିଜ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ଲେଖି ଟେଷ୍ଟ୍‌ରୁ ଅବସର ଘୋଷଣା କରିଛନ୍ତି। ତେବେ ପୂର୍ବଭଳି ସେ ଦିନିକିଆ କ୍ରିକେଟ୍ ଖେଳିବା ଜାରି ରଖିବେ। ୩୭ ବର୍ଷୀୟ ରୋହିତ ଲେଖିଛନ୍ତି, ସମସ୍ତଙ୍କୁ ପ୍ରଣାମ, ମୁଁ ଆପଣମାନଙ୍କୁ କହିବାକୁ ଚାହେ ଯେ ମୁଁ ଟେଷ୍ଟ୍ କ୍ରିକେଟ୍‌ରୁ ଅବସର ନେଉଛି। ଧଳା ପୋଷାକ‌ରେ ଦେଶର ପ୍ରତିନିଧିତ୍ବ କରିବା ମୋ ପାଇଁ ଗର୍ବ ଓ ଗୌରବର ବିଷୟ। ଏହି ଯାତ୍ରାରେ ମୋତେ ଭଲପାଇବା ଓ ସମର୍ଥନ ଦେଇଥିବା ସମସ୍ତ ମହାନୁଭବଙ୍କୁ ହୃଦୟର ଗଭୀରତମ କୋଣରୁ କୃତଜ୍ଞତା ଜଣାଉଛି। ଦିନିକିଆ କ୍ରିକେଟ୍‌ରେ ମୁଁ ଭାରତର ପ୍ରତିନିଧିତ୍ବ କରିବା ଜାରି ରଖିବି। ରୋହିତ ପୂର୍ବରୁ ଟ୍ବେଣ୍ଟି-୨୦ରୁ ଅବସର ନେଇ ସାରିଛନ୍ତି। ଏବେ ଟେଷ୍ଟ୍ ଛାଡ଼ିବା ପରେ ଏକ ଯୁଗର ଅବସାନ ଘଟିଛି। ଏଥିପାଇଁ ମଧ୍ୟ ଆଗାମୀ ସମୟରେ ପ୍ରଶଂସକମାନେ ତାଙ୍କୁ କେବଳ ଏକଦିବସୀୟ କ୍ରିକେଟ୍ ଖେଳୁଥିବାର ଦେଖିବାକୁ ପାଇବେ। ରୋହିତ ତାଙ୍କ ଶେଷ ଟେଷ୍ଟ୍ ବର୍ଡର-ଗାଭାସ୍କର୍ ଟ୍ରଫିର ଚତୁର୍ଥ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ। ଯାହାକୁ ଭାରତ ହାରି ଯାଇଥିଲା। ତାଙ୍କ ପ୍ରଦର୍ଶନ ମଧ୍ୟ ଆଦୌ ଭଲ ନଥିଲା। ଫଳରେ ସିଡ୍‌ନିରେ ଖେଳାଯାଇଥିବା ପଞ୍ଚମ ତଥା ଶେଷ ଟେଷ୍ଟ୍‌ରୁ ସେ ନିଜ ତରଫରୁ ଓହରି ଯାଇଥିଲେ। ସେବେଠାରୁ ରୋହିତଙ୍କ ଟେଷ୍ଟ୍ କ୍ୟାରିୟର୍‌କୁ ନେଇ ଅନିଶ୍ଚିତତା ଲାଗି ରହିଥିଲା। ଗତବର୍ଷ ସେ ୮ ଟେଷ୍ଟ୍‌ର ୧୫ ପାଳିରୁ ମାତ୍ର ୧୦.୯୩ ହାରରେ ରନ୍ ସଂଗ୍ରହ କରିଥିଲେ। ସେଥିମଧ୍ୟରେ ୧୦ ଥର ଏକଅଙ୍କ ଆଗକୁ ବଢ଼ି ପାରି ନଥିଲେ। ଏଣୁ ଆସନ୍ତା ଜୁନ୍‌ ମାସରେ ଇଂଲଣ୍ଡ ବିପକ୍ଷରେ ଭାରତ ଖେଳିବାକୁ ଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଚୟନକର୍ତ୍ତା ତାଙ୍କୁ ଅଧିନାୟକ ପଦରୁ ହଟାଇବାର ସଙ୍କେତ ଦେଇ ସାରିଥିଲେ। ରୋହିତ ଦଳରେ ସ୍ଥାନ ପାଇବା ନେଇ ମଧ୍ୟ ଆଶଙ୍କା ରହିଥିଲା। ସୂଚନାଯୋଗ୍ୟ ଯେ ରୋହିତ ୬୭ ଟେଷ୍ଟ୍ ଖେଳି ୪୦.୫୭ ହାରରେ ୪୩୦୧ ରନ୍ କରିଛନ୍ତି। ସେଥିମଧ୍ୟରେ ରହିଛି ୧୮ ଅର୍ଦ୍ଧଶତକ, ୧୨ ଶତକ। ସେ ମଧ୍ୟ ୨୪ ଟେଷ୍ଟ୍‌ରେ ଭାରତର ନେତୃତ୍ବ ନେଇ ୧୨ଟିରେ ବିଜୟୀ ହୋଇଥିଲା ବେଳେ ୯ଟିରେ ପରାଜିତ ହୋଇଛନ୍ତି। ରୋହିତ ଅବସର ନେବା ପରେ ତାଙ୍କୁ ପରବର୍ତ୍ତୀ ଜୀବନ ଲାଗି ଚାରିଆଡ଼ୁ ଶୁଭକାମନାର ସୁଅ ଛୁଟିଛି। ଭାରତୀୟ କ୍ରିକେଟ୍ ପାଇଁ ତାଙ୍କ ଅବଦାନକୁ ପ୍ରଶଂସକ ସଲାମ କରିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *