ଘଟଣା ଦୁର୍ଘଟଣାଦେଶ- ବିଦେଶସମସ୍ୟା ଭିତ୍ତିକ ଖବର

ହିମାଚଳରେ ପ୍ରକୃତିର ତାଣ୍ଡବଲୀଳା ପରେ ଆସିଲା ହୃଦୟବିଦାରକ ଦୃଶ୍ୟ

ହିମାଚଳରେ ପ୍ରକୃତିର ତାଣ୍ଡବଲୀଳା ପରେ ଆସିଲା ହୃଦୟବିଦାରକ ଦୃଶ୍ୟ

ପ୍ରକୃତି କୋପ ଯେ କେତେ ଭୟଙ୍କର ହୋଇପାରେ ତାର ବଡ ଉଦାହରଣ ହିମାଚଳର ମଣ୍ଡିରୁ ଆସି ଥିବା ଚିତ୍ର ହିଁ ବଖାଣୁଛି । କିଏ ପରିବାର ହରାଇଛି, କିଏ ଘରଦ୍ବାର ଦୋକାନ ହରାଇଛି, କିଏ ଜୀବନ ସହ ଜୀବୀକା ବି ହରାଇଛି, କିଏ କେତେ ପରିଶ୍ରମରେ ଗଢିଥିବା ସ୍ବପ୍ନର ଘର ବି ହରାଇଛି

ସିମଲା/ଭୁବନେଶ୍ୱର ୦୬-୦୭-୨୦୨୫(ଏସ .ଏମ ) : ଦିନ ଚାଲିଗଲା, ଚିହ୍ନ ରହିଗଲା । ବନ୍ୟା ସିନା ଛାଡିଛି ହେଲେ କ୍ଷତଚିହ୍ନ ସେମିତି ରହିଛି । ହିମାଚଳ ପ୍ରଦେଶ ଛାତିରେ ପ୍ରକୃତି ତାଣ୍ଡବଲୀଳା ରଚିବା ପରେ ଏବେ ଟକି ଧ୍ବଂସଲୀଳା ଥମିଛି । ଆଉ ବର୍ଷା-ବନ୍ୟାର ସେ ହାହାକାର ପରିସ୍ଥିତି ଟିକେ ସୁଧୁରିଛି । ନଦୀରେ ଜଳ କମିଛି ସତ ହେଲେ ପ୍ରଳୟ ବେଳେ ପାଣି ପାଟିରେ ସବୁ କିଛି ପଶିଯାଇଛି । ଆଉ ଏବେ ଯାହା କିଛି ରହି ଯାଇଛି ତାହା ଗଭୀର କ୍ଷତିର କ୍ଷତଚିହ୍ନ ।

ପାଣିର ପ୍ରଖର ସୁଅରେ ଘର ଭାସିଯାଇଛି, ଭୂସ୍କଳନର ଭୟଙ୍କର ତାଣ୍ଡବରେ ବଡ ବଡ ବିଲ୍ଡିଂ ଧସି ଯାଇଛି । ପାହାଡ ଧସି ଆସି ଜନବସତିରେ ପଡିଛି, ମାଟି ଧୋଇ ଯାଇଛି, ମନ୍ଦିର କ୍ଷତିଗ୍ରସ୍ତର ହୋଇଛି, ଗଛ ଉପୁଡି ପଡି ଭାସି ଯାଇଛି, ମଣିଷ ଭାସିଯାଇଛନ୍ତି.. ଏମିତି କେତେ କଣ ଏ ପ୍ରଳୟ ନେଇଯାଇଛି । ଆଉ ଏବେ ଯେତେବେଳେ ଟିକେ ବର୍ଷା କମିତି ସେତେବେଳେ ଯେଉଁ ଚିତ୍ର ହିମାଚଳ ପ୍ରଦେଶରୁ ଆସିଛି ତାହା ଦେଖି ଛାତି ଥରିଯାଉଛି ।

ପ୍ରକୃତି କୋପ ଯେ କେତେ ଭୟଙ୍କର ହୋଇପାରେ ତାର ବଡ ଉଦାହରଣ ହିମାଚଳର ମଣ୍ଡିରୁ ଆସି ଥିବା ଚିତ୍ର ହିଁ ବଖାଣୁଛି । କିଏ ପରିବାର ହରାଇଛି, କିଏ ଘରଦ୍ବାର ଦୋକାନ ହରାଇଛି, କିଏ ଜୀବନ ସହ ଜୀବୀକା ବି ହରାଇଛି, କିଏ କେତେ ପରିଶ୍ରମରେ ଗଢିଥିବା ସ୍ବପ୍ନର ଘର ବି ହରାଇଛି । ଥରେ ଭାବିଲେ ଜଣେ ମଣିଷ ତାର ଜୀବନ କାଳ ଭିତରେ କେତେ ପରିଶ୍ରମ କରି ଘରଖଣ୍ଡେ କରିଥିବ ହେଲେ ପ୍ରକୃତି ଗୋଟିଏ ଝଟକାରେ ସେ ଘରକୁ ଧୋଇନେବ- ଓଃ କେମିତି ଲାଗୁଥିବ ତାକୁ । ଏମିତି କେବଳ ଗୋଟିଏ ଘଟଣା ନୁହେଁ ହିମାଚଳପ୍ରଦେଶର ମଣ୍ଡିରୁ ଆସିଛି ଅନେକ କାହାଣୀ ଯାହା କରୁଣ ଓ ଦାରୁଣ ।

ବନ୍ୟାରେ କ୍ଷତିଗ୍ରସ୍ତ ସ୍ଥାନୀୟ ବାସିନ୍ଦା ପ୍ରଳୟକୁ ପାଖରୁ ଦେଖିଥିବା କହିଛନ୍ତି ଆଉ ବଖାଣିଛନ୍ତି କ୍ଷୟକ୍ଷତି କଥା । କିଛି ଲୋକଙ୍କର ୨୫ ବର୍ଷ ତଳର ବଗିଚା ଧସି ଭାସି ଯାଇଛି ତ କିଏ ଭଗବାନକୁ ଧନ୍ୟବାଦ ଦେଉଛି କି ବରଂ ତାର ସବୁ କିଛି ପାଣି ପାଟିରେ ପଶିଯାଉ କିନ୍ତୁ ତାର ଜୀବନ ସହ ତାର ପରିବାର ସୁରକ୍ଷିତ ଅଛନ୍ତି । ପ୍ରଳୟ ପରେ ଧିରେଧିରେ ଅଣ୍ଟା ସଳଖୁଛି ହିମାଚଳ ପ୍ରଦେଶ ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *