ଘଟଣା ଦୁର୍ଘଟଣାଦେଶ- ବିଦେଶସମସ୍ୟା ଭିତ୍ତିକ ଖବର

ହିମା‌ଚଳରେ ବର୍ଷା ବିପର୍ଯ୍ୟୟ

ହିମା‌ଚଳରେ ବର୍ଷା ବିପର୍ଯ୍ୟୟ

ହିମାଚଳ ପ୍ରଦେଶରେ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ପ୍ରବଳ ବର୍ଷା, ଭୂସ୍ଖଳନ ଓ ବାଦଲଫଟା ବର୍ଷା ଯୋଗୁଁ ଜନଜୀବନ ଏବଂ ସମ୍ପତ୍ତିର ବ୍ୟାପକ କ୍ଷୟକ୍ଷତି ହୋଇଛି। ହିମାଚଳରେ ବର୍ଷାଜନିତ କାରଣ ପାଇଁ ଜୁନ୍‌ ୨୦ ତାରିଖରୁ ଜୁଲାଇ ୧ ମଧ୍ୟରେ ୫୧ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ/ଭୁବନେଶ୍ୱର୦୩-୦୭-୨୦୨୫( ଏସ .ଏମ ) : ହିମାଚଳ ପ୍ରଦେଶରେ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ପ୍ରବଳ ବର୍ଷା, ଭୂସ୍ଖଳନ ଓ ବାଦଲଫଟା ବର୍ଷା ଯୋଗୁଁ ଜନଜୀବନ ଏବଂ ସମ୍ପତ୍ତିର ବ୍ୟାପକ କ୍ଷୟକ୍ଷତି ହୋଇଛି। ହିମାଚଳରେ ବର୍ଷାଜନିତ କାରଣ ପାଇଁ ଜୁନ୍‌ ୨୦ ତାରିଖରୁ ଜୁଲାଇ ୧ ମଧ୍ୟରେ ୫୧ ଜଣଙ୍କର ମୃତ୍ୟୁ ହେଇଛି ଏବଂ ଶତାଧିକ ଲୋକ ଆହତ ହୋଇଛନ୍ତି। ୨୨ ଜଣ ଲୋକ ଅଚାନକ ବନ୍ୟା ଜଳରେ ଭାସି ନିଖୋଜ ହୋଇଯାଇଥିବା ବେଳେ କ୍ଷୟକ୍ଷତି ପରିମାଣ ୫ ଶହ କୋଟିରୁ ଅଧିକ ବୋଲି ଆକଳନ କରାଯାଇଛି। ବର୍ଷା ଓ ଭୂସ୍ଖଳନ ପାଇଁ ଶତାଧିକ ରାସ୍ତା ବନ୍ଦ ହୋଇଯାଇଛି।

ଗତ ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ‌ହୋଇଛି। ବାଦଲଫଟା ବର୍ଷା ପାଇଁ ମଣ୍ଡି ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ମଣ୍ଡିରେ ୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୫ ଜଣ ନିଖୋଜ ହୋଇଛନ୍ତି। ରିଲିଫ୍‌ ଓ ଉଦ୍ଧାର ଅପରେସନ୍‌ରେ ଏନ୍‌ଡିଆରଏଫ୍‌, ଏସ୍‌ଡିଆରଏଫ୍‌ ଏବଂ ପ୍ରଶାସନିକ ଟିମ୍‌ ସକ୍ରିୟ ଭାବେ ମୁତୟନ ହୋଇଛନ୍ତି। ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ପାଇଁ ରାଜ୍ୟରେ ୪୦୬ଟି ରାସ୍ତା ବନ୍ଦ କରାଯାଇଛି। ଏଥିସହ ୧୫୧୫ ବିଦ୍ୟୁତ ଟ୍ରାନ୍ସଫର୍ମର ଏବଂ ୧୭୧ ଜଳ ଯୋଗାଣ ଯୋଜନା ପ୍ରଭାବିତ ହୋଇଛି। ସିମଲାରେ ମଧ୍ୟ ବିଭିନ୍ନ ଅଂଶରେ ଆଜି ଦିନ ପାଇଁ ପ୍ରବଳରୁ ଅତି ପ୍ରବଳ ବ‌ର୍ଷା ହେବ ବୋଲି ଆକଳନ କରାଯାଇଛି।

ମଣ୍ଡି, କାଙ୍ଗ୍ରା ଏବଂ ଚାମ୍ବା ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। କାଙ୍ଗ୍ରାରେ ସର୍ବାଧିକ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମଣ୍ଡି ଏବଂ ଚାମ୍ବାରେ ୬ ଜଣଙ୍କ ମୃତ୍ୟୁ ହୋଇଛି। କୁଲ୍ଲୁରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ବିଳାସପୁର ଏବଂ ମଣ୍ଡିରେ ଗୋଟିଏ ଲେଖାଏଁ ମୃତ୍ୟୁ ହୋଇଥିବାବେଳେ କୁଲ୍ଲୁରେ ସଡ଼କ ଦୁର୍ଘଟଣା‌ରେ ୩ ଜଣଙ୍କର ଏବଂ ଚାମ୍ବାରେ ୨ ଜଣଙ୍କ ମୃତ୍ୟୁ ହୋଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *