ଦେଶ- ବିଦେଶବାଣିଜ୍ୟରାଜନୀତିସମସ୍ୟା ଭିତ୍ତିକ ଖବର

ୟୁକ୍ରେନକୁ ପାଟ୍ରିଅଟ୍‌ କ୍ଷେପଣାସ୍ତ୍ର ପଠାଇବ ଆମେରିକା

ୟୁକ୍ରେନକୁ ପାଟ୍ରିଅଟ୍‌ କ୍ଷେପଣାସ୍ତ୍ର ପଠାଇବ ଆମେରିକା

ୟୁକ୍ରେନ୍‌ରେ ଯୁଦ୍ଧ ଜାରି ରଖିଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ପ୍ରବଳ ଅସନ୍ତୋଷ ଝାଡ଼ିଛନ୍ତି

ୱାସିଂଟନ୍‌/ନୂଆଦିଲ୍ଲୀ୧୫-୦୭-୨୦୨୫(ଏସ .ଏମ ) : ୟୁକ୍ରେନ୍‌ରେ ଯୁଦ୍ଧ ଜାରି ରଖିଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ପ୍ରବଳ ଅସନ୍ତୋଷ ଝାଡ଼ିଛନ୍ତି। ଟ୍ରମ୍ପ୍‌ ୟୁକ୍ରେନକୁ ପାଟ୍ରିଅଟ୍‌ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ବା କ୍ଷେପଣାସ୍ତ୍ର ପଠାଇବେ ବୋଲି ଘୋଷଣା କରିଛନ୍ତି। ମ୍ୟାରିଲାଣ୍ଡରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଟ୍ରମ୍ପ କହିଛନ୍ତି, ୟୁକ୍ରେନ ପାଇଁ ଅତ୍ୟନ୍ତ ଆବଶ୍ୟକ ଥିବା ପାଟ୍ରିଅଟ କ୍ଷେପଣାସ୍ତ୍ର ଆମେ ପଠାଇବୁ। ଏହି ଅବସରରେ ଟ୍ରମ୍ପ କହିଛନ୍ତି, ପୁଟିନ ବାସ୍ତବରେ ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦିଅନ୍ତି। ସେ ଭଲ କଥା‌ କୁହନ୍ତି କିନ୍ତୁ ପରେ ସେ ସନ୍ଧ୍ୟାରେ ସମସ୍ତଙ୍କ ଉପରେ ବୋମା ବର୍ଷା କରନ୍ତି। ତେଣୁ ସେଠାରେ କିଛି ସମସ୍ୟା ଅଛି ଯାହାକୁ ମୁଁ ପସନ୍ଦ କରେନାହିଁ। ଟ୍ରମ୍ପ କହିଛନ୍ତି, ୟୁକ୍ରେନକୁ ସେ କେତେ ସଂଖ୍ୟକ ପାଟ୍ରିଅଟ୍‌ କ୍ଷେପଣାସ୍ତ୍ର ପଠାଇବେ ସେ ନିଷ୍ପତ୍ତି ନେଇନାହାନ୍ତି କିନ୍ତୁ ସେମାନଙ୍କର ସୁରକ୍ଷା ଆବଶ୍ୟକ ଥିବାରୁ ପାଟ୍ରିଅଟ୍‌ ‌କ୍ଷେପଣାସ୍ତ୍ର ପଠାଯିବ। ଏ ବାବଦ ଅର୍ଥ ୟୁରୋପୀୟ ସଂଘ ପଇଠ କରିବ ବୋଲି ସୂଚନା ଦେଇଛନ୍ତି। ଟ୍ରମ୍ପ୍‌ ଗତ ସପ୍ତାହରେ କହିଥିଲେ ‌ଯେ ତାଙ୍କ ପ୍ରଶାସନ ୟୁରୋପରେ ନାଟୋ ସହଯୋଗୀଙ୍କୁ ଅସ୍ତ୍ର ବିକ୍ରି ପାଇଁ ନିଷ୍ପତ୍ତି ନେଇଛି ଯାହା କି ପରେ କିବ୍‌କୁ ପଠାଯାଇପାରିବ। ଏଭଳି ସ୍ଥିତିରେ ‌ୟୁକ୍ରେନ ‌ରାଷ୍ଟ୍ରପତି ବୋଲଡିମିର୍‌ ଜେଲେନସ୍କି କହିଛନ୍ତି ଯେ ଅସ୍ତ୍ରଶସ୍ତ ଉତ୍ପାଦନ ବୃଦ୍ଧି ଓ କ୍ରୟ ସଂପର୍କରେ ସେ ଟ୍ରମ୍ପଙ୍କ ସ୍ବତନ୍ତ୍ର ପ୍ରତିନିଧି କିଥ୍‌ କେଲଗ୍‌ଙ୍କ ସହିତ କଥା ହୋଇଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *