ଅପରାଧଦେଶ- ବିଦେଶରାଜ୍ୟ

ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ସହ ପ୍ରିୟଙ୍କା ସେନାପତି ଲିଙ୍କ ଘଟଣା

ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ସହ ପ୍ରିୟଙ୍କା ସେନାପତି ଲିଙ୍କ ଘଟଣା

ପୁରୀ ପୁଲିସ ପ୍ରିୟଙ୍କା ସେନାପତିଙ୍କୁ ପଚରାଉଚରା କରିଛନ୍ତି। ଜ୍ୟୋତିଙ୍କ ସହ କାହିଁକି ଯୋଗାଯୋଗରେ ଥିଲେ ଓ ପ୍ରିୟଙ୍କା କଣ ପାଇଁ ପାକିସ୍ତାନର କର୍ତାରପୁର ଯାଇଥିଲେ ସେ ନେଇ ଛାନଭିନ ହୋଇଛି । ତଦନ୍ତ ନସାରିବା ପର୍ଯ୍ୟନ୍ତ ପ୍ରିୟଙ୍କାଙ୍କୁ ପୁରୀ ଛାଡ଼ି ନଯିବାକୁ ନିର୍ଦ୍ଦେଶ ରହିଥିବା କୁହାଯାଉଛି

ପୁରୀ/ଭୁବନେଶ୍ୱର ୧୮.୦୫.୨୦୨୫(ଏସ .ଏମ ) : ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଓ ପ୍ରିୟଙ୍କା ସେନାପତି ଲିଙ୍କ ଘଟଣାରେ ପୁଲିସର ତନାଘନା । ଆଜି ପୁରୀ ପୁଲିସ ପ୍ରିୟଙ୍କା ସେନାପତିଙ୍କୁ ପଚରାଉଚରା କରିଛି। ଜ୍ୟୋତିଙ୍କ ସହ କାହିଁକି ଯୋଗାଯୋଗରେ ଥିଲେ ଓ ପ୍ରିୟଙ୍କା କଣ ପାଇଁ ପାକିସ୍ତାନର କର୍ତାରପୁର ଯାଇଥିଲେ ସେ ନେଇ ଛାନଭିନ ହୋଇଛି। ଏକଥାକୁ ପ୍ରିୟଙ୍କାଙ୍କ ବାପା ବି ସ୍ବୀକାର କରିଛନ୍ତି ଓ ସେ କହିଛନ୍ତି, ଝିଅ ତଦନ୍ତରେ ସହଯୋଗ କରିଛି। ତଦନ୍ତ ନସାରିବା ପର୍ଯ୍ୟନ୍ତ ପ୍ରିୟଙ୍କାଙ୍କୁ ପୁରୀ ଛାଡ଼ି ନଯିବାକୁ ନିର୍ଦ୍ଦେଶ ରହିଥିବା ଚର୍ଚ୍ଚା ଜୋର ଧରିଛି । ଏ ନେଇ ଓଡିଶା ପୁଲିସ ସୂତ୍ରରୁ ସୂଚନା ମିଳିଛି ।ସେଣ୍ଟ୍ରାଲ ଇଣ୍ଟେଲ୍ଲିଜେନ୍ସ ଓ ଷ୍ଟେଟ ଇଣ୍ଟେଲ୍ଲିଜେନ୍ସ ସହ ଯୋଗାଯୋଗରେ ଅଛି ପୁରୀ ପୁଲିସ । ଏନେଇ ଏକ ସ୍ପେଶାଲ ଟିମ ଗଠନ ହୋଇଛି । ଏସପି ଏହି ଟିମର ନେତୃତ୍ବ ନେଉଛନ୍ତି । ହରିୟାଣା ପୁଲିସ ସହ ଯୋଗାଯୋଗରେ ଅଛି ଓଡ଼ିଶା ପୁଲିସ। ଏହା ଜାତୀୟ ନିରାପତ୍ତା ପ୍ରସଙ୍ଗ ହୋଇଥିବାରୁ ଓ ଘଟଣାଟି ଅତି ସମ୍ବେଦନଶୀଳ ହୋଇଥିବାରୁ ପାକିସ୍ତାନ ସହ ଲିଙ୍କ ନେଇ ପ୍ରିୟଙ୍କାଙ୍କୁ ଗୁପ୍ତ ସ୍ଥାନରେ ପଚାରଉଚରା କରାଯାଇଛି।

 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *