Latestଅପରାଧଦେଶ- ବିଦେଶରାଜ୍ୟ

ୟୁଟ୍ୟୁବର ଲବ ହାଁସଦାଙ୍କ ନାଁରେ ଏତଲା

ୟୁଟ୍ୟୁବର ଲବ ହାଁସଦାଙ୍କ ନାଁରେ ଏତଲା

ଲବ ହାଁସଦାଙ୍କ ପ୍ରେମିକା ସୋଲମୀ ମୁର୍ମୁ ୨ ଦିନ ତଳେ ଆତ୍ମହତ୍ୟା କରିଥିବାବେଳେ ତାଙ୍କ ମୃତ୍ୟୁ ପାଇଁ ଲବଙ୍କୁ ଦାୟୀ କରି ଥାନାରେ ଲବଙ୍କ ନାଁରେ ଏତଲା ଦେଇଛନ୍ତି ମୃତ ସୋଲମୀଙ୍କ ଭାଇ

ଭୁବନେଶ୍ବର୧୬-୦୫-୨୦୨୫ (ଏସ.ଏମ ) : ଢିଲା ବହୁ ଚର୍ଚ୍ଚିତ ୟୁଟ୍ୟୁବର ଲବ ହାଁସଦାଙ୍କ ଅଡ଼ୁଆ । ବିବାଦ ଘେରରେ ୟୁଟ୍ୟୁବର ଲବ ହାଁସଦା । ତାଙ୍କ ନାଁରେ ବେଙ୍ଗାଲୁରୁର ଏଚ.ଏସ.ଆର ଲେ ଆଉଟ ଥାନାରେ ଏତଲା ହୋଇଛି । ଲବ ହାଁସଦାଙ୍କ ପ୍ରେମିକା ସୋଲମୀ ମୁର୍ମୁ ୨ ଦିନ ତଳେ ଆତ୍ମହତ୍ୟା କରିଥିବାବେଳେ ତାଙ୍କ ମୃତ୍ୟୁ ପାଇଁ ଲବଙ୍କୁ ଦାୟୀ କରି ଥାନାରେ ଲବଙ୍କ ନାଁରେ ଏତଲା ଦେଇଛନ୍ତି ମୃତ ସୋଲମୀଙ୍କ ଭାଇ ।ତେବେ ଲବଙ୍କ ପ୍ରେମିକା ଜଣେ ବାଇକ ରାଇଡର ହୋଇଥିବା ବେଳେ ତାଙ୍କ ଘର ବିହାରରେ । ଆଉ ସେ ବେଙ୍ଗାଲୁରୁରେ ଚାକିରି କରୁଥିଲେ । ଉଭୟଙ୍କ ଭିତରେ ଅନେକ ଦିନର ସମ୍ପର୍କ ଥିଲା । ଲବ ହାଁସଦାଙ୍କ ଅନେକ ମହିଳାଙ୍କ ସହ ସମ୍ପର୍କ ଥିବା କଥା ଜାଣିବାକୁ ପାଇବା ପରେ ସୋଲମୀ, ଏନେଇ ଲବଙ୍କୁ ପଚାରିବାରୁ ଲବ ବାରମ୍ବାର ତାଙ୍କୁ ନିର୍ଯାତନା ଦେଇଆସୁଥିଲେ । ଆଉ ଶେଷରେ ବାଧ୍ୟ ହୋଇ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ ସୋଲମୀ । ସବୁଠାରୁ ବଡ଼ କଥା ହେଲା ଆତ୍ମହତ୍ୟାର କିଛି ସମୟ ପୂର୍ବରୁ ମଧ୍ୟ ସୋଲମୀ ଲବଙ୍କୁ ଯୋଗାଯୋଗ କରିଥିଲେ ବୋଲି ସୋଲମୀଙ୍କ ଭାଇ ଏତଲାରେ ଲେଖିଛନ୍ତି । ତେବେ ଗାଁରୁ ଗ୍ଲୋବ ଯାତ୍ରା କରି ବିଭିନ୍ନ ଦେଶ ବୁଲି ଚର୍ଚ୍ଚାକୁ ଆସିଥିଲେ ୟୁଟ୍ୟୁବର ଲବ ହାଁସଦା । ପରେ ସେ ବିଭିନ୍ନ ମ୍ୟୁଜିକ ଭିଡିଓ ମଧ୍ୟ କରିଛନ୍ତି । ତେବେ ତାଙ୍କ ନାଁରେ ଏତଲା ପରେ ଏବେ କଣ ହେବ ଆଗାମୀ ପଦକ୍ଷେପ ତା ଉପରେ ନଜର ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *