TOP STORIESଦେଶ- ବିଦେଶରାଜ୍ୟ

ୟୁସୁଫ ପଠାନଙ୍କୁ କଡ଼ା ଜବାବ ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

ୟୁସୁଫ ପଠାନଙ୍କୁ କଡ଼ା ଜବାବ ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

ଓଡ଼ିଶା ଉପରେ ସାମାନ୍ୟତମ ଜ୍ଞାନ ନଥିବା ଜଣେ ବ୍ୟକ୍ତି ଏଭଳି ମନ୍ତବ୍ୟ ରଖିଛନ୍ତି। ପେଟପାଟଣା ପାଇଁ ଆସୁଥିବା ବାହାର ରାଜ୍ୟର ଲୋକଙ୍କ ପାଇଁ ଓଡ଼ିଶା କେବେ ବି ଏକ ଅସୁରକ୍ଷିତ ସ୍ଥାନ ନୁହେଁ

ଭୁବନେଶ୍ୱର ୦୫.୦୫.୨୦୨୫(ଏସ .ଏମ ) : ଡ଼ିଶାରେ କାମ କରୁଥିବା ପଶ୍ଚିମବଙ୍ଗର ମୁର୍ଶିଦାବାଦ, ବରହମପୁର ଆଦି ଅଞ୍ଚଳର ମୁସଲିମ୍ ସମ୍ପ୍ରଦାୟର ଶ୍ରମିକଙ୍କୁ ଆକ୍ରମଣ କରାଯାଉଛି। ଏଥିରେ ହସ୍ତକ୍ଷେପ କରି ଓଡ଼ିଶା ସରକାରଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବାକୁ ଟିଏମ୍‌ସି ସାଂସଦ ତଥା ପୂର୍ବତନ କ୍ରିକେଟର ୟୁସୁଫ ପଠାନ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି। ଏହି ଘଟଣାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ୟୁସୁଫ ପଠାନଙ୍କୁ କଡ଼ା ଜବାବ ଦେଇ କହିଛନ୍ତି, ଓଡ଼ିଶା ଉପରେ ସାମାନ୍ୟତମ ଜ୍ଞାନ ନଥିବା ଜଣେ ବ୍ୟକ୍ତି ଏଭଳି ମନ୍ତବ୍ୟ ରଖିଛନ୍ତି। ପେଟପାଟଣା ପାଇଁ ଆସୁଥିବା ବାହାର ରାଜ୍ୟର ଲୋକଙ୍କ ପାଇଁ ଓଡ଼ିଶା କେବେ ବି ଏକ ଅସୁରକ୍ଷିତ ସ୍ଥାନ ନୁହେଁ। ଓଡ଼ିଶା ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ଶରଣ ଓ ରୋଜଗାର ଦେଇଛି। ଇତିହାସରେ କେବେ ବି ଓଡ଼ିଶା କାହା ପାଇଁ ଅସୁରକ୍ଷିତ ସ୍ଥାନ ବୋଲି ଅଭିଯୋଗ ଆସିନାହିଁ। ପ୍ରଥମ ଥର ପାଇଁ ଓଡ଼ିଶା ଉପରେ ସାମାନ୍ୟ ଜ୍ଞାନ ନଥିବା ଲୋକ ଏଭଳି ଅଭିଯୋଗ ଆଣିଛନ୍ତି।

ୟୁସୁଫ ପଠାନଙ୍କୁ କଡ଼ା ଜବାବ ଦେଲା ବିଜେପି

ଏହାସହ ଶ୍ରୀ ପୂଜାରୀ କହିଛନ୍ତି ଯେ, ୟୁସୁଫ ପଠାନ କ୍ରିକେଟରେ ମନ ଦେଇଥିଲେ ମଙ୍ଗଳ ହେଇଥାନ୍ତା; ଦେଶର ମଙ୍ଗଳ ହୁଅନ୍ତା। ତାଙ୍କୁ ଓଡ଼ିଶା ଉପରେ ଅଧିକ ଅଧ୍ୟୟନ କରିବାର ଆବଶ୍ୟକତା ରହିଛି। କ୍ରିକେଟ ଛାଡ଼ିଲେ ଅନ୍ୟ କୌଣସି ବିଷୟରେ ତାଙ୍କର ଜ୍ଞାନ ନାହିଁ। ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ମୁହଁ ଖୋଲିଲେ ଭଲ ହୁଅନ୍ତା। ଯଦି ବାଂଲାଦେଶୀଙ୍କ କଥା କହୁଛନ୍ତି, ସେମାନେ ଅନୁପ୍ରବେଶକାରୀ। ଆଇନ ଉଲ୍ଲଂଘନ କରି ଆସିଛନ୍ତି। ବିନା ଭିସାରେ ଆସିବା ଅପରାଧ। ସେହିପରି ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ ସାମାଜିକ ଗଣମାଧ୍ୟମରେ ୟୁସୁଫ ପଠାନଙ୍କୁ ଟା‌ର୍ଗେଟ୍ କରି କହିଛନ୍ତି, ଆପଣ ଯେଉଁମାନଙ୍କୁ ନେଇ ଚିନ୍ତିତ ସେମାନେ ପ୍ରକୃତରେ ବେଆଇନ ଭାବେ ଆସିଥିବା ବାଂଲାଦେଶୀ ଓ ରୋହିଙ୍ଗ୍ୟା ଅନୁପ୍ରବେଶକାରୀ। ସେମାନେ ଓଡ଼ିଶାର ସାମାଜିକ ସଂସ୍କୃତି ସଦ୍‌ଭାବକୁ ନଷ୍ଟ କରୁଛନ୍ତି। ସେମାନେ ଜାଲ ପରିଚୟ ପତ୍ର ସହ ଆସିଛନ୍ତି, ଯାହାକୁ ଭୋଟ ବ୍ୟାଙ୍କ ରାଜନୀତି ପାଇଁ ପଶ୍ଚିମବଙ୍ଗ ସରକାର ଯୋଗାଇ ଦେଇଛନ୍ତି। ମୁର୍ଶିଦାବାଦରେ ହିନ୍ଦୁଙ୍କ ପ୍ରତି ଆକ୍ରମଣବେଳେ ଆପଣ କାହିଁକି କିଛି କହିନଥିଲେ ବୋଲି ଅନିଲ ପ୍ରଶ୍ନ କରିଛନ୍ତି। ଏବେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଲଢ଼େଇ କରିବାର ସମୟ, ରାଜ୍ୟ- ରାଜ୍ୟ ଭିତରେ ଲଢ଼େଇ କରିବାର ସମୟ ନୁହେଁ ବୋଲି ସେ କହିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *