୧୧ରେ ଆସିବେ ରାହୁଲ ଗାନ୍ଧୀ, ଖଡ୍ଗେ
୧୧ରେ ଆସିବେ ରାହୁଲ ଗାନ୍ଧୀ, ଖଡ୍ଗେ
ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆସନ୍ତା ୧୧ ତାରିଖରେ ଓଡ଼ିଶା ଆସିବେ। ଭୁବନେଶ୍ବରର ବରମୁଣ୍ଡା ପଡ଼ିଆରେ ହେବାକୁ ଥିବା ‘ସମ୍ବିଧାନ ବଞ୍ଚାଅ ସମାବେଶ’ରେ ରାହୁଲ ଉଦ୍ବୋଧନ ଦେବେ
ଭୁବନେଶ୍ବର୦୨-୦୭-୨୦୨୫( ଏସ .ଏମ ) : ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆସନ୍ତା ୧୧ ତାରିଖରେ ଓଡ଼ିଶା ଆସିବେ। ଭୁବନେଶ୍ବରର ବରମୁଣ୍ଡା ପଡ଼ିଆରେ ହେବାକୁ ଥିବା ‘ସମ୍ବିଧାନ ବଞ୍ଚାଅ ସମାବେଶ’ରେ ରାହୁଲ ଉଦ୍ବୋଧନ ଦେବେ। ତାଙ୍କ ସହ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଓ ସାଧାରଣ ସମ୍ପାଦକ କେ ସି ବେଣୁଗୋପାଳ ବି ଆସିବେ। ଓଡ଼ିଶାରେ ବିଜେପି ଶାସନକୁ ଆସିଲା ପରେ ରାହୁଲଙ୍କର ଏହା ପ୍ରଥମ ଓଡ଼ିଶା ଗସ୍ତ। ତେଣୁ ଏହି ଗସ୍ତକୁ ପ୍ରଭାବୀ କରିବା ପାଇଁ ପିସିସି ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଉଛି।
ଆଜି କଂଗ୍ରେସ ଭବନରେ ହୋଇଥିବା ଏକ ପ୍ରସ୍ତୁତି ବୈଠକରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଓଡ଼ିଶାର ବିଭିନ୍ନ ପ୍ରସଙ୍ଗରେ ରାହୁଲ ଗାନ୍ଧୀ ସାମାଜିକ ଗଣମାଧ୍ୟମରେ ମନ୍ତବ୍ୟ ରଖି ରାଜ୍ୟର ବିଜେପି ସରକାରକୁ ଅଡ଼ୁଆରେ ପକାଉଥିବା ଲକ୍ଷ୍ୟ କରାଯାଉଛି। ତେଣୁ ତାଙ୍କର ଓଡ଼ିଶା ଗସ୍ତ ଉପରେ ରାଜନୈତିକ ମହଲର ନଜର ରହିଛି।