ପାଣିପାଗରାଜ୍ୟ

୧୪ ପରେ ରାଜ୍ୟରେ ମୌସୁମୀ ବର୍ଷା କମିବ

୧୪ ପରେ ରାଜ୍ୟରେ ମୌସୁମୀ ବର୍ଷା କମିବ

ବର୍ତ୍ତମାନ ରାଜ୍ୟରେ ବର୍ଷା କମିଯାଇଛି। ୭ ତାରିଖରୁ କାଁ ଭାଁ ଅଞ୍ଚଳ ଛାଡ଼ିଦେଲେ ବର୍ଷା ନାହିଁ। ଆସନ୍ତା ୨ ଦିନ ରାଜ୍ୟରେ କେଉଁଠି କେମିତି ସ୍ବଳ୍ପ ବର୍ଷା ହୋଇପାରେ। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି

ଭୁବନେଶ୍ବର ୧୧-୦୭-୨୦୨୫(ଏସ .ଏମ ) : ର୍ତ୍ତମାନ ରାଜ୍ୟରେ ବର୍ଷା କମିଯାଇଛି। ୭ ତାରିଖରୁ କାଁ ଭାଁ ଅଞ୍ଚଳ ଛାଡ଼ିଦେଲେ ବର୍ଷା ନାହିଁ। ଆସନ୍ତା ୨ ଦିନ ରାଜ୍ୟରେ କେଉଁଠି କେମିତି ସ୍ବଳ୍ପ ବର୍ଷା ହୋଇପାରେ। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ରାଜ୍ୟରେ ୧୩ ଓ ୧୪ ତାରିଖରେ ଲଘୁଚାପଜନିତ ବର୍ଷା ଅଧିକାଂଶ ସ୍ଥାନରେ ହେବାର ସମ୍ଭାବନା ରହିଛି। ଉତ୍ତର ସୀମାନ୍ତବର୍ତ୍ତୀ ଜିଲ୍ଲା ସହ କେନ୍ଦୁଝର ଓ ଭଦ୍ରକରେ ଅପେକ୍ଷାକୃତ ଅଧିକ ବର୍ଷା ହୋଇପାରେ।

ମୋଟ ଉପରେ ଏହି ଦୁଇ ଦିନ ମଧ୍ୟମ ଧରଣର ଏବଂ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୫ ତାରିଖରୁ ରାଜ୍ୟରେ କ୍ରମଶଃ ବର୍ଷା କମିବ। ୨୦ରୁ ୨୨ ତାରିଖ ମଧ୍ୟରେ ଖରା ଓ ତାପମାତ୍ରା ବଢ଼ିବ। ୨୩ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ହେବାର ସମ୍ଭାବନା ରହିଛି। ଆଜିଠାରୁ ୨୨ ତାରିଖ ପର୍ଯ୍ୟନ୍ତ ବଜ୍ରପାତର ସମ୍ଭାବନା ଅଧିକ। ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବାଲେଶ୍ବର, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ନୂଆପଡ଼ା ଓ କଳାହାଣ୍ଡିରେ ଯାହା ବର୍ଷା ହେବ, ତାହା କୃଷି ପାଇଁ କମ୍‌ ପଡ଼ିବ ନାହିଁ। ତେବେ ଅନ୍ୟାନ୍ୟ ସ୍ଥାନରେ ବିଶେଷ କରି ଦକ୍ଷିଣ ଉପକୂଳରେ ବର୍ଷା ଚାଷ ପାଇଁ ନିଅଣ୍ଟିଆ ରହିବ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *