ଦେଶ- ବିଦେଶରାଜନୀତିରାଜ୍ୟ

୨୦୪ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ

୨୦୪ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ

ସ୍ଥାନୀୟ ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମରେ ୧୬ତମ ରୋଜଗାର ମେଳା ଆଜି ଅନୁଷ୍ଠିତ ହୋଇଛି। ପୂର୍ବତଟ ରେଳବାଇ ଦ୍ୱାରା ଆୟୋଜିତ ଏହି ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହୋଇ ଉଦ୍‌ବୋଧନ ଦେଇଥିଲେ

ଭୁବନେଶ୍ବର୧୩-୦୭-୨୦୨୫(ଏସ .ଏମ ) : ସ୍ଥାନୀୟ ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମରେ ୧୬ତମ ରୋଜଗାର ମେଳା ଆଜି ଅନୁଷ୍ଠିତ ହୋଇଛି। ପୂର୍ବତଟ ରେଳବାଇ ଦ୍ୱାରା ଆୟୋଜିତ ଏହି ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହୋଇ ଉଦ୍‌ବୋଧନ ଦେଇଥିଲେ। ଆଜି ଦେଶର ୪୭ଟି ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ ସରକାରୀ ବିଭାଗ ଏବଂ ସଂଗଠନରେ ନବନିଯୁକ୍ତ ଯୁବକ ଯୁବତୀମାନଙ୍କୁ ୫୧ହଜାରରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ୨୦୪ ଜଣଙ୍କୁ ନିଯୁକ୍ତି ପତ୍ର ବିତରଣ କରିଥିଲେ। ପୂର୍ବତଟ ରେଳବାଇର ବିଶାଖାପାଟଣା ଏବଂ ସମ୍ବଲପୁର ଡିଭିଜନରେ ମଧ୍ୟ ରୋଜଗାର ମେଳା ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ, ଡାକ ବିଭାଗ, ଆଇସିଏମ୍‌ଆର୍‌, ଏମ୍‌ସ, ଜିଏସ୍‌ଟି, କେନ୍ଦ୍ରୀୟ ଉତ୍ପାଦ ଏବଂ ସୀମା ଶୁଳ୍କ, ଆଇଆଇଏସ୍‌ଇଆର୍‌, ଏସ୍ଏଲ୍‌ବିସି ଏବଂ ସିଆର୍‌ପିଏଫ୍‌ର ଅଧିକାରୀମାନେ ଅତିଥିଭାବେ ଯୋଗ ଦେଇଥିଲେ। ରାଷ୍ଟ୍ରର ବିକାଶରେ ଯୁବପିଢ଼ିଙ୍କ ସର୍ବାଧିକ ଭାଗିଦାରୀ ବଢ଼ାଇବା ମୂଳ ଉଦ୍ଦେଶ୍ୟ ବୋଲି ଶ୍ରୀ ପ୍ରଧାନ ନିଜ ଅଭିଭାଷଣରେ କହିଥିଲେ।

ଶ୍ରୀ ପ୍ରଧାନ ଆହୁରି କହିଥିଲେ, ଓଡ଼ିଶା ସମେତ ସାରା ଦେଶରେ ରୋଜଗାର ମେଳା ମାଧ୍ୟମରେ ଏପର୍ଯ୍ୟନ୍ତ ୧୦ ଲକ୍ଷରୁ ଅଧିକ ନିଯୁକ୍ତି ପତ୍ର ପ୍ରଦାନ କରାଯିବା ଖୁସିର ବିଷୟ। ମୋଦୀ ସରକାରଙ୍କ ସଫଳ ନୀତି ଓ କଲ୍ୟାଣକାରୀ ଯୋଜନା କାରଣରୁ ଦେଶର ପ୍ରାୟ ୨୫ କୋଟି ଏବଂ ଓଡ଼ିଶାର ପ୍ରାୟ ୧ କୋଟି ଲୋକ ଦ୍ରାରିଦ୍ର୍ୟ ସୀମାରେଖାରୁ ମୁକ୍ତ ହୋଇ ବିକାଶ ସହ ଯୋଡ଼ି ହୋଇଛନ୍ତି। ଟୋକ୍ନୋଲୋଜି, ଇନୋଭେସନ, ଷ୍ଟାର୍ଟଅପ୍ ଭଳି ବିଭିନ୍ନ କ୍ଷେତ୍ରରେ ଭାରତର ରୂପରେଖ ବଦଳିଛି। ବିଶ୍ୱ ବନ୍ଧୁ ଭାବରେ ଭାରତ ନୂଆ ପରିଚୟ ପାଇଛି। ଏହାକୁ ଦୃଷ୍ଟିରେ ରଖି ଆମେ ଯୁବପିଢ଼ିଙ୍କ ଇନୋଭେସନ, ଦକ୍ଷତା ଏବଂ ନେତୃତ୍ୱରେ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବାର ଲକ୍ଷ୍ୟ ହାସଲ କରିବା ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ କହିଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *