TOP STORIESଦେଶ- ବିଦେଶ

୨୧ ଦିନ ପରେ ଭାରତ ଫେରିଲେ ପୂର୍ଣ୍ଣମ୍ କୁମାର ସ

୨୧ ଦିନ ପରେ ଭାରତ ଫେରିଲେ ପୂର୍ଣ୍ଣମ୍ କୁମାର ସ

ବିଏସଏଫ ଯବାନଙ୍କୁ ଛାଡ଼ିଲା ପାକିସ୍ତାନ

ନୂଆଦିଲ୍ଲୀ/ଭୁବନେଶ୍ୱର ୧୪.୦୫.୨୦୨୫(ଏସ .ଏମ ) : ର୍ତ୍ତମାନ ସମୟର ସବୁଠାରୁ ବଡ଼ ଖବର । ବିଏସଏଫ ଯବାନଙ୍କୁ ଛାଡ଼ିଲା ପାକିସ୍ତାନ । ବିଏସଏଫ ଯବାନ ପୂର୍ଣ୍ଣମ୍ କୁମାର ସ’ଙ୍କୁ ଭାରତକୁ ହସ୍ତାନ୍ତର କଲା ପାକିସ୍ତାନ । ୱାଘା-ଅଟାରୀ ବର୍ଡର ଦେଇ ଭାରତ ଫେରିଲେ ବିଏସଏଫ ଯବାନ ପୂର୍ଣ୍ଣମ୍ କୁମାର । ଭାରତୀୟ ଅଫିସଙ୍କୁ ଯବାନଙ୍କୁ ହସ୍ତାନ୍ତର କଲା ପାକିସ୍ତାନ । ତେବେ ବିଏସଏଫ ଯବାନ ପୂର୍ଣ୍ଣମ୍ କୁମାର ଭାରତ ଫେରି ଆସିବା ଭାରତର କୂଟନୈତିକ ବିଜୟ ।ତେବେ ୨୩ ଏପ୍ରିଲରେ ଭୁଲ ବଶତଃ ପାକିସ୍ତାନ ସୀମା ଅତିକ୍ରମ କରିଥିବାରୁ ଯବାନଙ୍କୁ ଅଟକ ରଖିଥିଲା ପାକିସ୍ତାନ । ସେ ପଞ୍ଜାବ ଫିରୋଜପୁର ସେକ୍ଟରରେ ମୁତୟନ ଥିଲେ । ଏପ୍ରିଲ ୨୩ ଅର୍ଥାତ ପହଲଗାମ୍ ହମଲା ପର ଦିନ ତାଙ୍କୁ ପାକିସ୍ତାନ ରେଞ୍ଜର ଅଟକ ରଖିଥିଲେ । ଆଉ ୨୧ଦିନ ପରେ ଶେଷରେ ଯବାନଙ୍କୁ ଛାଡିଛି ପାକିସ୍ତାନ ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *