FoodLatestNewsTechnologyTOP STORIESଦେଶ- ବିଦେଶବାଣିଜ୍ୟରାଜ୍ୟ

୩୦ରୁ ‘ୱିମେନ୍ସ ବିଜନେସ୍ ମେଳା ୨.୦’

୩୦ରୁ ‘ୱିମେନ୍ସ ବିଜନେସ୍ ମେଳା ୨.୦’

୨୦୦ରୁ ଅଧିକ ମହିଳାଙ୍କ ଷ୍ଟଲ୍, ୩୫ରୁ ଅଧିକ ଖାଦ୍ୟ ଷ୍ଟଲ୍

ଭୁବନେଶ୍ୱର ୨୩-୦୪-୨୦୨୫(ଏସ.ଏମ ) :  ଳିତ ମାସ ୩୦ରୁ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ୱିମେନ୍ସ ବିଜିନେସ୍ ମେଳା ୨.୦ ଆରମ୍ଭ ହେବ। ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ନ୍ୟାସନାଲ୍ ୱିମେନ୍ସ ଏଣ୍ଟର୍‌ପ୍ରିନ୍ୟୁରସିପ୍ କାଉନ୍‌ସିଲ୍ (ଆଇଏନ୍‌ଡବ୍ଲ୍ୟୁଇସି) ପକ୍ଷରୁ ଆୟୋଜନ କରାଯାଉଥିବା ଏହି ମେଳା ପାଞ୍ଚ ଦିନ ଧରି ମେ’ ୪ ପର୍ଯ୍ୟନ୍ତ ଚାଲିବ। ଏଥିରେ ୨୩୦ରୁ ଅଧିକ ଷ୍ଟଲ୍‌ ସ୍ଥାପନ କରାଯିବ। ଜନଜାତି ଉଦ୍ୟୋଗୀ, ଏସ୍‌ଏଚ୍‌ଜି ଗ୍ରୁପ୍ ଏବଂ ଶିଶୁ ଉଦ୍ୟୋଗୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଷ୍ଟଲ୍‌ ଦିଆଯିବ। ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରୁ ଏଥିରେ ମହିଳା ଉଦ୍ୟୋଗୀମାନେ ଭାଗ ନେବେ। ୨୦୨୨ରେ ଏହି ମେଳାର ପ୍ରଥମ ସଂସ୍କରଣ ଆୟୋଜନ କରାଯାଇଥିଲା।

୨୦୦ରୁ ଅଧିକ ମହିଳାଙ୍କ ଷ୍ଟଲ୍
୩୫ରୁ ଅଧିକ ଖାଦ୍ୟ ଷ୍ଟଲ୍
ସାମିଲ ହେବେ ସେଲିବ୍ରିଟି, ଗ୍ଲୋବାଲ୍‌ ଆଇକନ୍

ଆଇଏନ୍‌ଡବ୍ଲ୍ୟୁଇସି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ଯେ ମେଳାର ଦ୍ବିତୀୟ ସଂସ୍କରଣ ମହିଳା ଉଦ୍ୟୋଗୀମାନଙ୍କ ବର୍ଦ୍ଧିତ ଗୁରୁତ୍ବକୁ ଉପସ୍ଥାପିତ କରିବ। ଏହା ଏକ ସମ୍ପୂର୍ଣ୍ଣ ଭିନ୍ନ ଅନୁଭୂତି ପ୍ରଦାନ କରିବ। ସୁସ୍ମିତା ସେନ୍, ଜାୟେଦ୍ ଖାନ୍, ପ୍ରକୃତି ମିଶ୍ର, ଶୋଭା ଦେ ଓ ପ୍ରହଲ୍ଲାଦ କକରଙ୍କ ଭଳି ବଲିଉଡ୍‌ ସେଲିବ୍ରିଟି ଏଥିରେ ସାମିଲ ହେବେ। ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ଏକ ଖାଦ୍ୟ ଉତ୍ସବ ଆୟୋଜନ କରାଯିବ, ଯେଉଁଥିରେ ୩୮ଟି ଷ୍ଟଲ୍‌ ରହିବ। ଏହା ବ୍ୟତୀତ ଏକ ଅଟୋମୋବାଇଲ୍ ଜୋନ୍ ରହିବ, ଯେଉଁଥିରେ ପ୍ରତିଷ୍ଠିତ ବ୍ରାଣ୍ଡ୍‌ଗୁଡ଼ିକର ଗାଡ଼ି ପ୍ରଦର୍ଶିତ ହେବ। ଏହି ମେଳାରେ ସାମିଲ ହେବାକୁ ଥିବା ମହିଳାମାନଙ୍କୁ ବ୍ୟବସାୟର ମନ୍ତ୍ର ପ୍ରଦାନ କରାଯିବ। ସେମିନାର ଆୟୋଜନ କରାଯିବ। ରାଜ୍ୟର ସବୁ ମହିଳାଙ୍କୁ ସଶକ୍ତ କରିବା ସହ ସେମାନଙ୍କ ପାଇଁ ଏହା ସହଯୋଗର ସେତୁ ହେବ। ସବୁ ଷ୍ଟଲ୍‌ର ବ୍ରାଣ୍ଡିଂ କରାଯିବ ଏବଂ ଷ୍ଟଲ୍‌ ବିଷୟରେ ସବିଶେଷ ତଥ୍ୟ ରହିବ।ଏହି ମେଳା ମହିଳାମାନଙ୍କୁ ବ୍ରାଣ୍ଡ୍ ଶୁଭାରମ୍ଭ, ବଜାର ସଂଯୋଗ, ଗ୍ରାହକ ସମ୍ପର୍କ, ଷ୍ଟାର୍ଟଅପ୍ ଏବଂ ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ଉନ୍ନତି ପାଇଁ ଆବଶ୍ୟକ ଯୋଜନା ସମ୍ପର୍କରେ ଅବଗତ କରିବ। ଏଥିରେ ଫ୍ୟାସନ୍, ସ୍ବାସ୍ଥ୍ୟ, ଖାଦ୍ୟ, କୃଷି, ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ଅର୍ଥନୀତି, ରିଅଲ୍ ଇଷ୍ଟେଟ୍ ଓ ଅଟୋମୋବାଇଲ୍ ଶିଳ୍ପର ପ୍ରତିନିଧିତ୍ବ ରହିବ। ଏହି ଅବସରରେ ଏମ୍‌ଏସ୍‌ଏମ୍‌ଇ ବିଭାଗର ସ୍ବତନ୍ତ୍ର ସଚିବ ଶୁଭେନ୍ଦ୍ର କୁମାର ନାୟକ, ଆଇସିସି ଓଡ଼ିଶା ଶାଖାର ଅଧ୍ୟକ୍ଷ ରାଜୀବ ସାହୁ, ଉପାଧ୍ୟକ୍ଷ ନୀଳାଞ୍ଜନା ମୁଖାର୍ଜୀ, ଆଇଏନ୍‌ଡବ୍ଲ୍ୟୁଇସି ଆବାହକ ପ୍ରୀତି ପଲ୍ଲବୀ ପଟ୍ଟନାୟକ, ସହ ଆବାହକ ସ୍ବାତୀ କେଜ୍ରିୱାଲ, ସୁମାଦେବୀ ଦାଶ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *