LatestTOP STORIESରାଜ୍ୟ

୫୦୦ ରାଜସ୍ବ ଗାଁରେ ଏଯାଏ ମୋବାଇଲ ସହ ଇଣ୍ଟରନେଟ୍ ସେବା ଉପଲବ୍ଧ ନାହିଁ

୫୦୦ ରାଜସ୍ବ ଗାଁରେ ଏଯାଏ ମୋବାଇଲ ସହ ଇଣ୍ଟରନେଟ୍ ସେବା ଉପଲବ୍ଧ ନାହିଁ

ମୋବାଇଲ୍ ନେଟୱର୍କ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିଛି। କିନ୍ତୁ କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ୫୦୦ ରାଜସ୍ବ ଗାଁରେ ଏଯାଏ ମୋବାଇଲ ସହ ଇଣ୍ଟରନେଟ୍ ସେବା ଉପଲବ୍ଧ ହୋଇପାରିନି।

କୋରାପୁଟ/ଭୁବନେଶ୍ୱର ୧୬.୦୪.୨୦୨୫(ଏସ .ଏମ ) : ମୋବାଇଲ୍ ନେଟୱର୍କ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିଛି। କିନ୍ତୁ କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ୫୦୦ ରାଜସ୍ବ ଗାଁରେ ଏଯାଏ ମୋବାଇଲ ସହ ଇଣ୍ଟରନେଟ୍ ସେବା ଉପଲବ୍ଧ ହୋଇପାରିନି। ଯାହାଫଳରେ ଇ-କେୱାଇସି ଏବଂ ଅନ୍ୟ ସରକାରୀ କାମ ବାଧାପ୍ରାପ୍ତ ହେଉଛି। କୋରାପୁଟ ଜିଲ୍ଲାରେ ୫ଲକ୍ଷ ଆୟୁଷ୍ମାନ କାର୍ଡ ବିତରଣ କରିବାକୁ ସରକାର ଯୋଜନା କରିଛନ୍ତି। ଏହାରି ମଧ୍ୟରେ ଜିଲ୍ଲାରେ ୩ଲକ୍ଷ ୩୦ହଜାର କାର୍ଡ ପହଞ୍ଚିଛି। ତେବେ ଏହାକୁ ବିତରଣ କରିବା ପୂର୍ବରୁ ଇ-କେୱାଇସି କରିବାକୁ ପଡ଼ିବ। ଏଥିପାଇଁ ଆଶାକର୍ମୀ ଘର ଘର ବୁଲି ଇ-କେୱାଇସି କରିବା ଆରମ୍ଭ କରିଛନ୍ତି। ଇ-କେୱାଇସି କାମ ସରିବା ପ‌ରେ ପଞ୍ଚାୟତ ଓ ବ୍ଲକସ୍ତରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରି କାର୍ଡ ବିତରଣ କରାଯିବ। ବିଡ଼ମ୍ବନା ହେଲା ପାହାଡ଼ିଆ ତଥା ଜଙ୍ଗଲିଆ ଅଞ୍ଚଳରେ ଆଦୌ ମୋବାଇଲ୍‌ ନେଟୱର୍କ ରହୁନାହିଁ। ଯେମିତି ଆନ୍ଧ୍ର ସୀମାନ୍ତ ସୁଙ୍କି ଯିବା ରାସ୍ତାରେ ଅଧିକ ସ୍ଥାନରେ ମୋବାଇଲ ନେଟୱାର୍କ ମିଳୁନାହିଁ।ସେହିପରି ନନ୍ଦପୁରରୁ ସୀମାନ୍ତ ଚାଟୁଆ ଯିବା ରାସ୍ତାରେ ବି ନେଟୱାର୍କ ରହୁନି। କୋରାପୁଟ-ରାୟଗଡ଼ା ଓ କୋରାପୁଟ-ଜୟପୁର ରାସ୍ତାରେ ବି ସମାନ ଅବସ୍ଥା। କୋରାପୁଟ ସହର ଠାରୁ ୧୦କିମି ଦୂରରେ ଥିବା ସଦର ବ୍ଲକ ଅନ୍ତର୍ଗତ କେନ୍ଦାର ପଞ୍ଚାୟତର ୧୦ ଗାଁରେ ପହଞ୍ଚିପାରୁନି ମୋବାଇଲ ନେଟୱର୍କ କିମ୍ବା ଇଣ୍ଟରନେଟ୍‌। ପଞ୍ଚାୟତର ମୁଖ୍ୟାଳୟ କେନ୍ଦାର ସହିତ ମଶାପୁଟ, ବୁଟୁଗୁଡ଼ା, ଘୋଡ଼ାଧରା, ତଲବାଙ୍ଗରା, ଗିର୍ଲିପୁଟ, ଫୁଲପଦର, ମସ୍ତିଗୁଡ଼ା, କୁସୁମଗୁଡ଼ା, ଦଣ୍ଡାକୋଟ୍ରା ଆଦି ଗାଁରେ ମୋବାଇଲ ନେଟୱାର୍କକୁ ବହୁବର୍ଷ ହେଲା ଅପେକ୍ଷା କରିଛନ୍ତି ଗ୍ରାମବାସୀ। ବହୁ ଚର୍ଚ୍ଚିତ ଦୟାନିଧିଗୁଡା ଗାଁରେ ମଧ୍ୟ ନେଟୱାର୍କ ଆସୁନି। ଗ୍ରାମବାସୀ କହିଛନ୍ତି, ପାହାଡ଼ ଚଢ଼ିଲେ ହିଁ ନେଟୱର୍କ ମିଳୁଛି। ନେଟୱର୍କ ଖୋଜିବା ପରେ ବାହାର ଦୁନିଆ ସହ ଯୋଗାଯୋଗ ହୋଇପାରୁଛି। ଏହି କାରଣରୁ ଜରୁରି ସମୟରେ ହଇରାଣ ହେବାକୁ ପଡୁଛି। ଏମିତି ସ୍ଥିତିରେ ଶହ ଶହ ଗାଁରେ କେମିତି ହିତାଧିକାରୀଙ୍କ ଇ-କେୱାଇସି କରାଯିବ ବୋଲି ପ୍ରଶ୍ନ ଉଠିଛି। ଇଣ୍ଟରନେଟ୍‌ ନଥିବା ସ୍ଥାନରେ କିଭଳି ହିତାଧିକାରୀଙ୍କ ଇ-କେୱାଇସି କରାଯିବ ସେହି ବିଷୟରେ ଆଶାକର୍ମୀଙ୍କୁ କିଛି କୁହାଯାଇନାହିଁ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *