Latestଦେଶ- ବିଦେଶ

ୱାର୍‌ରୁମ୍‌ର ଫଟୋ ଜାରିକଲା ସେନା

ୱାର୍‌ରୁମ୍‌ର ଫଟୋ ଜାରିକଲା ସେନା

ମେ’ ୭ ତାରିଖ ରାତିରେ ପାକିସ୍ତାନ ଏବଂ ପିଓକେରେ ଆତଙ୍କୀ ଆଡ଼ା ସ୍ଥଳ ଉପରେ ଭାରତ ଆକ୍ରମଣ କରିଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଦେବାକୁ ଯାଇ ଭାରତୀୟ ସେନା ଆରମ୍ଭ କରିଥିବା ‘ଅପରେସନ୍‌ ସିନ୍ଦୂର’

ନୂଆଦିଲ୍ଲୀ/ଭୁବନେଶ୍ୱର ୨୭-୦୫-୨୦୨୫(ଏସ .ଏମ ) : ମେ’ ୭ ତାରିଖ ରାତିରେ ପାକିସ୍ତାନ ଏବଂ ପିଓକେରେ ଆତଙ୍କୀ ଆଡ଼ା ସ୍ଥଳ ଉପରେ ଭାରତ ଆକ୍ରମଣ କରିଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଦେବାକୁ ଯାଇ ଭାରତୀୟ ସେନା ଆରମ୍ଭ କରିଥିବା ‘ଅପରେସନ୍‌ ସିନ୍ଦୂର’ ଅଧୀନରେ ଏହି ଆକ୍ରମଣ ହୋଇଥିଲା। ଆଜି ପ୍ରଥମ ଥର ପାଇଁ ସେନା ପକ୍ଷରୁ ଅପରେସନ୍‌ ସିନ୍ଦୁର ୱାର୍‌ରୁମ୍‌ର ଫଟୋ ଜାରି ହୋଇଛି। ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ, ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ ଏବଂ ବାୟୁସେନା ମୁଖ୍ୟ ଏୟାର ମାର୍ସାଲ ଅମରପ୍ରୀତ ସିଂହ ୱାର୍‌ରୁମ୍‌ରେ ରହି ଅପରେସନ୍‌ ପରିଚାଳନା କରୁଥିବା ଫଟୋରେ ଦେଖିବାକୁ ମିଳିଛି। ‘ଅପରେସନ୍‌ ସିନ୍ଦୂର’ରେ ଭାରତୀୟ ସେନା ପାକିସ୍ତାନ ଏବଂ ପିଓକେରେ ଜେଇଏମ୍‌, ଏଲ୍‌ଇଟି ଏବଂ ହିଜବୁଲ୍‌ ମୁଜାହିଦ୍ଦିନର ୯ଟି ଆତଙ୍କୀ ଆଡ଼ାକୁ ଧ୍ବଂସ କରିଦେଇଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *