ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ନିକୋଲାସ ପୂରନ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି
ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ନିକୋଲାସ ପୂରନ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି
ନିକୋଲାସ ପୂରନ ମାତ୍ର ୨୯ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ୍କୁ ବାଏ ବାଏ କରିଛନ୍ତି। ୱେଷ୍ଟଇଣ୍ଡିଜ୍ର ସବୁଠୁ ଅଧିକ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବା ଏବଂ ଏହି ଫର୍ମାଟ୍ରେ ସର୍ବାଧିକ ରନ୍ ସଂଗ୍ରହକାରୀ ତାଲିକାରେ ପୂରନ ଶୀର୍ଷରେ ଥିଲେ
ନୂଆଦିଲ୍ଲୀ/ଭୁବନେଶ୍ୱର୧୧-୦୬-୨୦୨୫(ଏସ .ଏମ ) : ୱେଷ୍ଟଇଣ୍ଡିଜ୍ ଧଳାବଲ୍ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ନିକୋଲାସ ପୂରନ ମାତ୍ର ୨୯ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ୍କୁ ବାଏ ବାଏ କରିଛନ୍ତି। ୱେଷ୍ଟଇଣ୍ଡିଜ୍ର ସବୁଠୁ ଅଧିକ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବା ଏବଂ ଏହି ଫର୍ମାଟ୍ରେ ସର୍ବାଧିକ ରନ୍ ସଂଗ୍ରହକାରୀ ତାଲିକାରେ ପୂରନ ଶୀର୍ଷରେ ଥିଲେ। ପୂରନଙ୍କ ଏହି ଆକସ୍ମିକ ଅବସର ୨୦୨୩ ଦିନିକିଆ ବିଶ୍ବକପ୍ ଯୋଗ୍ୟତା ଅର୍ଜନ କରିପାରି ନଥିବା ୱେଷ୍ଟ୍ଇଣ୍ଡିଜ୍କୁ ବଡ଼ ଝଟ୍କା। ଗତ ବର୍ଷ ପୂରନ ଟ୍ବେଣ୍ଟି-୨୦ କ୍ରିକେଟ୍ରେ ସର୍ବାଧିକ ଛକା (୧୭୦) ମାରିଥିଲେ।
ଚଳିତ ବର୍ଷ ଆଇପିଏଲ୍ରେ ପୂରନ ପ୍ରଥମ ଥର ଗୋଟିଏ ଋତୁରେ ୫୦୦ରୁ ଊର୍ଧ୍ବ ରନ୍ କରିଥିଲେ ଏବଂ ଏଥିରେ ୪୦ଟି ଛକା ଥିଲା। ପୂରନ କିଛି ଦିନ ବିରତି ନେବାକୁ ଇଣ୍ଡିଜ୍ ବୋର୍ଡକୁ ଅନୁରୋଧ କରିବାରୁ ଇଂଲଣ୍ଡ ଓ ଆୟର୍ଲାଣ୍ଡ ବିପକ୍ଷ ଶୃଙ୍ଖଳାରେ ସ୍ଥାନ ମିଳିନଥିଲା। ୱେଷ୍ଟ୍ଇଣ୍ଡିଜ୍ ପାଇଁ ଟେଷ୍ଟ୍ ମ୍ୟାଚ୍ ଖେଳି ନଥିବା ପୂରନ ୨୦୧୬ ସେପ୍ଟେମ୍ବରରେ ଟ୍ବେଣ୍ଟି-୨୦ ଏବଂ ୨୦୧୯ ଫେବ୍ରୁଆରିରେ ଦିନିକିଆ ପଦାର୍ପଣ କରିଥିଲେ। ୨୦୨୨ରେ ଦଳର ନେତୃତ୍ବ ନେବା ପରେ ୱେଷ୍ଟଇଣ୍ଡିଜ୍ ୩୦ ମ୍ୟାଚ୍ ଖେଳି କେବଳ ୮ ବିଜୟ ପାଇଥିଲା। ୨୦୨୨ ଟ୍ବେଣ୍ଟି-୨୦ ବିଶ୍ବକପ୍ ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଥିଲା ବେଳେ ୨୦୨୩ ଦିନିକିଆ ବିଶ୍ବକପ୍କୁ ଯୋଗ୍ୟତା ଅର୍ଜନ କରିପାରି ନଥିଲା।