୧୬ତମ ସାତସାହି କଟକ ନୃତ୍ୟ ଉତ୍ସବ ଚତୁର୍ଥ ସନ୍ଧ୍ୟା
ଓଡିଶୀରେ କୃଷ୍ଣ ବନ୍ଦନା ସହ ଭାରତନାଟ୍ୟମ ନୃତ୍ୟ ଦର୍ଶକଙ୍କ ମନ ମୋହିଲା
ଭୁବନେଶ୍ୱର ୨୦-୦୫-୨୦୨୫(ଏସ.ଏମ ) : (ବିଜୟ କୁମାର ପଣ୍ଡା ) କଟକ ନୃତ୍ୟ ଉତ୍ସବ କମିଟି ଜିଲ୍ଲା ପ୍ରଶାସନ ସିଏମସି ଓ ସିଡିଏର ମିଳିତ ଆନୁକୂଲ୍ୟରେ ବାଲିଯାତ୍ରା ଉପର ପଡିଆରେ ଆୟୋଜିତ ୧୬ତମ ସାତସାହି କଟକ ନୃତ୍ୟ ଉତ୍ସବ ର ଚତୁର୍ଥ ସନ୍ଧ୍ୟାକୁ ପୂର୍ବତନ ମୁଖ୍ୟ ଆୟକର ଅଯୁକ୍ତ ଶରତ କୁମାର ଦାଶ ଉଦଘାଟନ କରିଥିଲେ।ଏହି ଉତ୍ସବ ତାର ସାଂସ୍କୃତିକ ଓ ସାମାଜିକ ଉଦେଶ୍ୟ ରେ ଆଗେଇ ଚାଲିଥିବା ବେଳେ ଆଗାମୀ ଦିନରେ ଏହା ଜାତୀୟ ରୁ ଅନ୍ତର୍ଜାତୀୟ ଉତ୍ସବ ରେ ପରିଣତ ହେବ ବୋଲି ଆଶା ପ୍ରକାଶ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଉପସଭାପତି ଶ୍ରୀମତି ସୁଭଦ୍ରା ଦାସ, ଡେପୁଟି ମେୟର ଦମୟନ୍ତୀ ମାଝୀ, ୧୭ନମ୍ବର ୱାର୍ଡ କର୍ପୋରେଟର ତଥା ଲାଇସେନ୍ସ କମିଟି ଅଧ୍ୟକ୍ଷ ଏ ଶ୍ରୀଦେବୀ, ସେଣ୍ଟ୍ରାଲ ରେଡ କ୍ରସ ସଚେତନତା କମିଟି ଅଧକ୍ଷ ଡ଼ ରଞ୍ଜନ କୁମାର ବିଶ୍ୱାଳ, ଦୈନିକ ସମ୍ବାଦ ଏଜିଏମ କୃଷ୍ଣ ପ୍ରସାଦ ଦାସ, ଏସିପି ଜୋନ-୫ କୃଷ୍ଣଚନ୍ଦ୍ର ସେଠି ପ୍ରମୁଖ ସଂମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

ଏହି ଅବସରରେ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ବିରଞ୍ଚି ନାରାୟଣ ମହାପାତ୍ରଙ୍କୁ ଜାତୀୟ ସେବା ରତ୍ନ,ଆଇନଜୀବୀ ଶୈଳେନ କୁମାର ଧଳଙ୍କୁ ଓଡିଶା ଆଇନ ରତ୍ନ,ଡାକ୍ତର ସମ୍ପ୍ରିତ ସାମଲ, ଡାକ୍ତର ତନୁଶ୍ରୀ ମିଶ୍ର ଯୁବ ସମାଜସେବୀ, ଵିଶାଲ ଶର୍ମାଙ୍କୁ ଓଡିଶା ସେବା ରତ୍ନ, ବିଶିଷ୍ଟ ଶିଳ୍ପଦ୍ୟୋଗୀ ପ୍ରଶାନ୍ତ ମହାପାତ୍ରଙ୍କୁ ଓଡିଶା ଶିଳ୍ପ ରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନ ପକ୍ଷ ରୁ ଉପସଭାପତି ଶୁଚିସ୍ମିତା ପୃଷ୍ଟି ସଭାରେ ଅଧକ୍ଷତା କରିଥିବା ବେଳେ ସାଧାରଣ ସମ୍ପାଦକ ଦିପେଶ ମହାପାତ୍ର ଅତିଥିଙ୍କୁ ସ୍ୱାଗତ କରିଥିଲେ। ନୃତ୍ୟ ଜ୍ୟୋତି ଅନୁଷ୍ଠାନର ପଶ୍ଚିମ ବଙ୍ଗରୁ ଆସିଥିବା ଗୁରୁ ଅସୀମ ଦାସ ଗୃପ ଭାରତ ନାଟ୍ୟମ ନୃତ୍ୟ ପରିବେଶଣ କରିଥିଲେ।ପରେ ପରେ ବୁଲବୁଲ ଡ୍ୟାନ୍ସ ଷ୍ଟୁଡ଼ି ଓ ମମତା ଡ୍ୟାନ୍ସ ଗୃପ ରୂପାୟନ ପାଞ୍ଚ ପୁଷ୍ପ କଳା ସାଂସଦର କଳାକାର ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ।ଏହି ଅବସରରେ ଅନେକ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା। ପଦ୍ମ ଲୋଚନ ମିଶ୍ର ,ଉଲ୍ଲାସ ସେନ, ସବିତା ମହାନ୍ତି ,ବବିତା ସ୍ୱାଇଁ ,ପଦ୍ମାଳୟା ବ୍ରହ୍ମଚାରୀ, ରଶ୍ମି ରଂଜନ ତ୍ରିପାଠୀ, ବିଶ୍ୱଜିତ ସେନାପତି, ସୁବାଶିଷ ଦାସ ,ସୁନୀଲ ଦାସ ,ଶକ୍ତି ପ୍ରସାଦ ସାମଲ, ତନ୍ମୟ ରାୟ, ସତ୍ୟ ପ୍ରସାଦ ବଳ, ସାମନ୍ତ ସନ୍ଦୀପ ମିଶ୍ର ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। ସମ୍ପାଦକ ସ୍ନେହାଶିଷ ଦାସ ଧନ୍ୟବାଦ ଜଣାଇଥିଲେ।