16 students fall ill after drinking water
ପାଣି ପିଇ ଅସୁସ୍ଥ ହେଲେ ରେଭେନ୍ସା ଇଷ୍ଟ ହଷ୍ଟେଲର ୧୬ଛାତ୍ର
- ପାଣି ପିଇ ଅସୁସ୍ଥ ହେଲେ Ravenshaw ଇଷ୍ଟ ହଷ୍ଟେଲର ୧୬ଛାତ୍ର।
- କଟକସ୍ଥିତ ଏସସିବି ହସ୍ପିଟାଲରେ ଚାଲିଛି ଚିକିତ୍ସା।
- ୧୮୦ଜଣ ଛାତ୍ର ରହୁଥିବା ଏହି ହଷ୍ଟେଲରେ ୧୬ଜଣ ଏଭଳି ପାଣି ପିଇ ଅସୁସ୍ଥ ହେବା ଘଟଣା ଚର୍ଚ୍ଚାରେ ରହିଛି।
କଟକ ୨୯-୧୦-୨୦୨୫(ଏସ.ଏମ ) : ପାଣି ପିଇ ଅସୁସ୍ଥ ହେଲେ ରେଭେନ୍ସା ଇଷ୍ଟ ହଷ୍ଟେଲର ୧୬ଛାତ୍ର। କଟକସ୍ଥିତ ଏସସିବି ହସ୍ପିଟାଲରେ ଚାଲିଛି ଚିକିତ୍ସା। ୧୮୦ଜଣ ଛାତ୍ର ରହୁଥିବା ଏହି ହଷ୍ଟେଲରେ ୧୬ଜଣ ଏଭଳି ପାଣି ପିଇ ଅସୁସ୍ଥ ହେବା ଘଟଣା ଚର୍ଚ୍ଚାରେ ରହିଛି। ତେବେ ଚିକିତ୍ସା ପରେ ୧୬ଜଣ ଛାତ୍ରଙ୍କ ଅବସ୍ଥା ଏବେ ସ୍ଥିର ଥିବା କୁହାଯାଉଛି।
ପାଣିକୁ ପରୀକ୍ଷା ପାଇଁ ପଠାଯାଇଛି…
ପ୍ରାଥମିକ ସୂଚନାରୁ ଜଣାପଡିଛି ଯେ, ହଷ୍ଟେଲର ପାଣି ପିଇ ଛାତ୍ର ଅସୁସ୍ଥ ହୋଇଛନ୍ତି। ଏଥିପାଇଁ ପାଣିକୁ ପରୀକ୍ଷା ପାଇଁ ପଠାଯାଇଛି। କୁହାଯାଉଛି ଯେ, ଗତକାଲି ରାତିରେ ହଷ୍ଟେଲର ଛାତ୍ରମାନେ ବାସି ଅଣ୍ଡା ତଡକା, ଭଜା, ରୁଟି ଓ ଭାତ ଖାଇଥିଲେ। ତେବେ ଏହା ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ରେଭେନ୍ସାର ଅନ୍ୟ ଏକ ହଷ୍ଟେଲର ଛାତ୍ରମାନେ ଅସୁସ୍ଥ ହୋଇପଡ଼ିଥିଲେ। ହଷ୍ଟେଲ ରହୁଥିବା ଛାତ୍ରଙ୍କ କହିବା ମୁତାବକ, ହଷ୍ଟେଲ ବହୁତ ଅବ୍ୟବସ୍ତା ଭିତରେ ଚାଲୁଛି। ଦୁଇଟି Aquaguard ରହିଛି। ହେଲେ ସେଥିରୁ ଗୋଟେ ଆକୁଆଗାର୍ଡ ଖରାପ ହୋଇଯାଇଛି। ଏବେ ମାତ୍ର ଗୋଟାଏ Aquaguard ଚାଲିଥିବା ବେଳେ ତା’ର ମଧ୍ୟ ଠିକ ଭାବେ ସର୍ଭିସିଂ ହେଉନାହିଁ। ବାରମ୍ବାର ଭିସି, ହଷ୍ଟେଲ ୱାର୍ଡେନ, ରେଜିଷ୍ଟ୍ରାରଙ୍କୁ କହିବା ପରେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ
