ଘଟଣା ଦୁର୍ଘଟଣାଦେଶ- ବିଦେଶ

26/11 Mumbai Terror Attack

ମୁମ୍ବାଇ ଆକ୍ରମଣକୁ ୧୭ ବର୍ଷ…

ମୁମ୍ବାଇ/ଭୁବନେଶ୍ୱର ୨୬-୧୧-୨୦୨୫(ଏସ.ଏମ ) :  ଭାରତ ପାଇଁ କଳାଦିନ, ମୁମ୍ବାଇ ପାଇଁ କଳାଦିନ… ୨୦୦୮ ପୂରା ଦେଶ ଛାତିରେ ଅଲିଭା ଦାଗ ଦେଇଥିବା ବର୍ଷ । ଆତଙ୍କୀଙ୍କ ଆତଙ୍କ, ଅନ୍ଧାଧୂନ ଗୁଳିବର୍ଷା, ଜଣେ ପରେ ଜଣେ ଶବ ପାଲଟୁଥିବାର ଦୃଶ୍ୟ, ହୋଟେଲ ତାଜ ଶୀଖରରେ ନିଆଁ ଆଉ ତାପରେ ଅପରେସନ୍… ଆତଙ୍କବାଦୀଙ୍କ ଧ୍ବଂସଲୀଲାରୁ କୁଢକୁଢ ଶବର ସଂସ୍କାର ଯାଏଁ… ଆଜି ବି ୨୬/୧୧ ମୁମ୍ବାଇ ଆକ୍ରମଣ କଥା ମନେପଡିଗଲେ ଥରିଉଠେ ଛାତି । ଆଉ ଆଜି ସେହି କଳାଦିନକୁ ପୂରିଛି ୧୭ ବର୍ଷ । ୨୭ ନଭେମ୍ବର ସକାଳୁ ସକାଳୁ ତାଜ ହୋଟେଲର ହେରିଟେଜ ୱିଙ୍ଗରେ ନିଆଁ ଲଗାଇ ଦେଇଥିଲେ ଆତଙ୍କୀ । ଯେଉଁ ନିଆଁକୁ ଦେଖିଥିଲା ସାରା ବିଶ୍ୱ । ଆଉ ଜାଣିଯାଇଥିଲା କି ଆତଙ୍କବାଦୀଙ୍କ କବଳରେ ପୂରା ହୋଟେଲ ଅଛି । ଏହାପରେ ଆରମ୍ଭ ହୋଇଥିଲା ସ୍ପେଶାଲ ଅପରେସନ । ସୁରକ୍ଷାକର୍ମୀଙ୍କ ଗୁଳିରେ ୯ ଆତଙ୍କବାଦୀ ନିପାତ ହୋଇଥିଲେ । ଆଉ ଶେଷରେ ଧରାପଡିଥିଲା ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଅଜମଲ କସାବ । ଯାହାକୁ ପରେ ପରେ ଫାଶୀ ଖୁଣ୍ଟରେ ଝୁଲାଇଥିଲେ ଭାରତର ସୁପ୍ରିମକୋର୍ଟ ।ଆଜି ସେହି ଦିନକୁ ୧୭ ବର୍ଷ ପୂରି ଥିବା ବେଳେ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସେ ଲେଖିଛନ୍ତି- ଆମ ଦେଶର ଲୋକଙ୍କୁ ସୁରକ୍ଷା ଦେବା ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ସାହସୀ ସୈନିକମାନଙ୍କୁ ମୁଁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଦେଶ କୃତଜ୍ଞତାର ସହିତ ସେମାନଙ୍କର ସର୍ବୋଚ୍ଚ ବଳିଦାନକୁ ମନେ ରଖିବ । ଆସନ୍ତୁ ଆମେ ସମସ୍ତ ପ୍ରକାରର ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଆମର ପ୍ରତିବଦ୍ଧତାକୁ ପୁନଃସ୍ଥାପନ କରିବା। ଆସନ୍ତୁ ଆମେ ଏକ ଶକ୍ତିଶାଳୀ ଏବଂ ଅଧିକ ସମୃଦ୍ଧ ଭାରତ ଗଠନ କରିବାର ସଂକଳ୍ପ ସହିତ ପ୍ରଗତି ପଥରେ ଏକାଠି ଆଗକୁ ବଢ଼ିବା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *