ରାଜ୍ୟ

ମେ ପ୍ରଥମ ଭାଗରେ ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷାଫଳ

ମେ ପ୍ରଥମ ଭାଗରେ ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷାଫଳ

ମେ ପ୍ରଥମ ଭାଗରେ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା (ମାଟ୍ରିକ୍‌) ପରୀକ୍ଷାଫଳ ବାହାରିବ। ଏନେଇ ଆଜି  ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।

କଟକ ୦୮-୦୪-୨୦୨୫(ଏସ .ଏମ ) :(ବିଜୟ କୁମାର ପଣ୍ଡା )  ମେ ପ୍ରଥମ ଭାଗରେ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା (ମାଟ୍ରିକ୍‌) ପରୀକ୍ଷାଫଳ ବାହାରିବ। ଏନେଇ ଆଜି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ବିଜ୍ଞାନ ପ୍ରଶ୍ନପତ୍ରରେ ୪ ମାର୍କ କମ୍ ପାଇଁ କିଛି ଅସୁବିଧା ନାହିଁ । ଗ୍ରେସ୍ ମାର୍କ ନେଇ ପରିଚାଳନା କମିଟି ନିଷ୍ପତ୍ତି ନେବ। ଆଉ ଦୁଇଦିନ ମଧ୍ୟରେ ଖାତା ଦେଖା ସରିବ। ଏଆଇ ଓ କ୍ୟୁଆର କୋଡ୍ ଦ୍ୱାରା ପରୀକ୍ଷା ପରିଚାଳନା ସଫଳ ହୋଇଛି । ସୂଚନାଯୋଗ୍ୟ, ଫେବ୍ରୁଆରି ୨୧ତାରିଖରୁ ଆରମ୍ଭ ହୋଇଥିବା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା (ମାଟ୍ରିକ୍‌), ମଧ୍ୟମା, ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା (ଓପନ୍ ସ୍କୁଲ) ମାର୍ଚ୍ଚ ୬ ତାରିଖରେ ଶେଷ ହୋଇଛି।‌ ‌ ବୋର୍ଡ ପକ୍ଷରୁ ପ୍ରଥମ ଥର ପାଇଁ ପ୍ରଶ୍ନପତ୍ରରେ କ୍ୟୁଆର୍‌ କୋଡ୍ ବ୍ୟବସ୍ଥା ହୋଇଥିବାରୁ ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ୍‌କୁ ସଂପୂର୍ଣ୍ଣ ରୂପେ ରୋକାଯାଇ ପାରିଛି। ସେହିପରି ବୋର୍ଡ ପକ୍ଷରୁ ସମସ୍ତ କେନ୍ଦ୍ରରେ ସିସି କ୍ୟାମେରା ବ୍ୟବସ୍ଥା ଓ ୪ସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା ପାଇଁ କପିକୁ ମଧ୍ୟ ଆଶାନୁରୂପ ଭାବେ ରୋକାଯାଇପାରିଛି। ଗତ ମାସ ୧୯ତାରିଖରୁ ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିଲା। ସବ୍‌ଜେକ୍ଟିଭ୍ ଖାତା ଏହି ୫୧ଟି ମୂଲ୍ୟାୟନ ‌କେନ୍ଦ୍ରରେ ଓ ଅବ୍‌ଜେକ୍ଟିଭର ଓଏମ୍ଆର୍‌ ଉତ୍ତରଫର୍ଦ୍ଦ ରାଜ୍ୟ ବା‌ହାରେ ମୂଲ୍ୟାୟନ କରାଯିବ। ଆସନ୍ତା ମେ’ ପ୍ରଥମ ସପ୍ତାହରେ ମାଟ୍ରିକ୍, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ଫଳାଫଳ ପ୍ରକାଶ କରାଯିବ ବୋଲି ଶ୍ରୀ ତରାଇ ସୂଚନା ଦେଇଥିଲେ।ଉଲ୍ଲେଖଯୋଗ୍ୟ, ଯୋଗ୍ୟ, ମାଟ୍ରିକ୍, ମଧ୍ୟମା, ମୁକ୍ତବିଦ୍ୟାଳୟ ପରୀକ୍ଷା ପାଇଁ ମୋଟ ୫,୨୨,୩୩୬ ପରୀକ୍ଷାର୍ଥୀ ନାମ ପଞ୍ଜୀକରଣ କରିଥିବା ବେଳେ ୩୧୩ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଛି। ପ୍ରଶ୍ନପତ୍ର ରଖିବା ପାଇଁ ୩୧୪ ନୋଡାଲ୍‌ ସେଣ୍ଟର ରହିଥିଲା। ମାଟ୍ରିକ ପରୀକ୍ଷାରେ ୫,୧୦,୭୭୮ଜଣ ପରୀକ୍ଷାର୍ଥୀ ରହିଥିବା ବେଳେ ମାଟ୍ରିକ୍ ପରୀକ୍ଷା ପାଇଁ ୨୯୭୯ କେନ୍ଦ୍ର ଥିଲା। ମଧ୍ୟମା(ସଂସ୍କୃତ ଟୋଲ୍‌) ପାଇଁ ୭୭୬୬ ପରୀକ୍ଷାର୍ଥୀ ଓ ୧୦୨ଟି ପରୀକ୍ଷା କେନ୍ଦ୍ର ଥିଲା। ରାଜ୍ୟ ମୁକ୍ତ ବିଦ୍ୟାଳୟ(ଓପନ୍ ସ୍କୁଲ) ପାଇଁ ୩୭୫୨ ପରୀକ୍ଷାର୍ଥୀ ଓ ୫୨ ପରୀକ୍ଷା କେନ୍ଦ୍ର ରହିଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *