EntertainmentLatestNewsମନୋରଞ୍ଜନରାଜ୍ୟ

ଲିଙ୍ଗରାଜ ମହୋତ୍ସବର ତୃତୀୟ ସନ୍ଧ୍ୟା: ମନ ମୋହିଲା ସମ୍ବଲପୁରୀ ନୃତ୍ୟ

ଲିଙ୍ଗରାଜ ମହୋତ୍ସବର ତୃତୀୟ ସନ୍ଧ୍ୟା: ମନ ମୋହିଲା ସମ୍ବଲପୁରୀ ନୃତ୍ୟ

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଆୟୋଜିତ ଲିଙ୍ଗରାଜ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଚିତ୍ତାକର୍ଷକ ନୃତ୍ୟ ପରିବେଷିତ ହୋଇଥିଲା।

ଭୁବନେଶ୍ୱର ୦୮-୦୪-୨୦୨୫(ଏସ .ଏମ ) :  ହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଆୟୋଜିତ ଲିଙ୍ଗରାଜ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଚିତ୍ତାକର୍ଷକ ନୃତ୍ୟ ପରିବେଷିତ ହୋଇଥିଲା। ପ୍ରଥମେ ଗୁରୁ ମନୋରଞ୍ଜନ ପ୍ରଧାନ ଓ ତାଙ୍କ ଦଳ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଇଷ୍ଟର୍ଣ୍ଣ ଜୋନ୍‌ କଲଚରାଲ ସେଣ୍ଟର ପକ୍ଷରୁ ବିହାରର ସାକର କଳା କ୍ରିତି ଲୋକନୃତ୍ୟ ପରିବେଷଣ କରିଥିଲେ। ବଲାଙ୍ଗୀରର ଶଙ୍କର ବେହେରା ଓ ଦଳ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ। କୋଲକାତାର ଝିନୋକ ମୁଖାର୍ଜୀ ଡ୍ୟାନ୍ସ ଗ୍ରୁପ୍‌, ଛତିଶଗଡ଼ରୁ ଆସିଥିବା କଳାକାର ଝୁମର ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା। ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ନିର୍ଦ୍ଦେଶନାରେ ଆୟୋଜିତ କାର୍ଯ୍ୟକ୍ରମକୁ ବାସୁଦେବ ନାଥ ସଂଯୋଜନା କରିଥିଲେ।ଅତିଥି ଭାବେ କେନ୍ଦ୍ର ସରକାରଙ୍କ ପୂର୍ବତନ ସ୍ୱରାଷ୍ଟ୍ର ବିଭାଗର ସ୍ୱତନ୍ତ୍ର ସଚିବ ସୁରେଶ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି, ସାମ୍ବାଦିକ ରଞ୍ଜନ ଆଚାର୍ଯ୍ୟ ଏବଂ ଆକାଶବାଣୀ ଓ ଦୂରଦର୍ଶନର ପୂର୍ବତନ ଉପନିର୍ଦ୍ଦେଶକ ସୁଧାଂଶୁ ଶେଖର ଧଡ଼ା, ଉପଦେଷ୍ଟା ଶିବାନନ୍ଦ ରାୟ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ସାଧାରଣ ସମ୍ପାଦକ ସନତ ମିଶ୍ର ଅଧ୍ୟକ୍ଷତା କରିଥିଲେ। ଅନୁଷ୍ଠାନର କୋଷାଧ୍ୟକ୍ଷ ରତିକାନ୍ତ ମହାସୁଆର, ଯୁଗ୍ମସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ମୁଖପାତ୍ର ଲିଙ୍ଗରାଜ ସାହୁ, ମ୍ୟାନେଜର ବିଶ୍ବନାଥ ମହାପାତ୍ର, ବାବନ ଚନ୍ଦ୍ର ମହାପାତ୍ର, କେଦାରନାଥ ମହାପାତ୍ର, ଲଲାଟେନ୍ଦୁ ମହାନ୍ତି, ସୁଧୀର ରଞ୍ଜନ ଜେନା, ପ୍ରମୋଦ ଦାସ, ଗଣେଶ ପାଲ, ପ୍ରତାପ ପଟ୍ଟନାୟକ, ତପନ ମହାସୁଆର, ଦେବାଶିଷ ସ୍ବାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଅତିଥିମାନେ କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *