HealthHELTHTOP STORIESବାଣିଜ୍ୟରାଜନୀତିରାଜ୍ୟ

‘ଆୟୁଷ୍ମାନ ଭାରତ’ର କାର୍ଯ୍ୟକାରିତା ନେଇ ଘରୋଇ ହସ୍ପିଟାଲଙ୍କ ଉଦ୍‌ବେଗ

‘ଆୟୁଷ୍ମାନ ଭାରତ’ର କାର୍ଯ୍ୟକାରିତା ନେଇ ଘରୋଇ ହସ୍ପିଟାଲଙ୍କ ଉଦ୍‌ବେଗ

  • ସଫ୍‌ଟୱେର୍‌ରେ ଗୁରୁତର ସମସ୍ୟା
  • ବାରମ୍ବାର ଦେବାକୁ ପଡ଼ୁଛି ଓଟିପି

ଚଳିତମାସ ୧୧ତାରିଖରେ ରାଜ୍ୟରେ ‘ଆୟୁଷ୍ମାନ ଭାରତ’ ଯୋଜନାର ଶୁଭାରମ୍ଭ ହୋଇଛି। ହିତାଧିକାରୀଙ୍କୁ ଏବେ କାର୍ଡ ବାଣ୍ଟିବା କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଏହି ଯୋଜନାର କାର୍ଯ୍ୟକାରିତାକୁ ନେଇ ରାଜ୍ୟର ଘରୋଇ ହସ୍ପିଟାଲମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଭୁବନେଶ୍ୱର ୧୮-୦୪-୨୦୨୫(ଏସ.ଏମ ) :(ବିଜୟ କୁମାର ପଣ୍ଡା )  ଳିତମାସ ୧୧ତାରିଖରେ ରାଜ୍ୟରେ ‘ଆୟୁଷ୍ମାନ ଭାରତ’ ଯୋଜନାର ଶୁଭାରମ୍ଭ ହୋଇଛି। ହିତାଧିକାରୀଙ୍କୁ ଏବେ କାର୍ଡ ବାଣ୍ଟିବା କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଏହି ଯୋଜନାର କାର୍ଯ୍ୟକାରିତାକୁ ନେଇ ରାଜ୍ୟର ଘରୋଇ ହସ୍ପିଟାଲମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ରୋଗୀ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ସଫ୍‌ଟୱେରରେ ଗୁରୁତର ସମସ୍ୟା କାରଣରୁ ରୋଗୀମାନେ ତୁରନ୍ତ ଆଡ୍‌ମିସନ ନ ପାଇ ହଟହଟା ହେଉଛନ୍ତି। ତେଣୁ ଆସନ୍ତା ୧୫ଦିନରେ ଏହି ସମସ୍ୟାର ସମାଧାନ ନ  ହେଲେ ଘରୋଇ ହସ୍ପିଟାଲମାନେ ଏହି ଯୋଜନାରୁ ଓହରିବେ ବୋଲି ଚେତାବନୀ ଦେଇଛନ୍ତି। 

 ପ୍ୟାକେଜ୍‌ ଦେୟ, ରୋଗୀ ଆଡ୍‌ମିସନ ପଦ୍ଧତିକୁ ନେଇ ପ୍ରଶ୍ନ
୧୫ଦିନରେ ସମସ୍ୟାର ସମାଧାନ ନ ହେଲେ ଯୋଜନାରୁ ଓହରିବେ ହସ୍ପିଟାଲ

ଆଜି ରାଜ୍ୟର ସମସ୍ତ ଘରୋଇ ଓ କର୍ପୋରେଟ୍‌ ହସ୍ପିଟାଲର ଉଦ୍ୟୋକ୍ତା ଓ ସିଇଓମାନଙ୍କ ଆଇଏମ୍‌ଏ ଭବନରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଆୟୁଷ୍ମାନ ଭାରତ ପାଇଁ ଏକ ନୂଆ ସଫ୍‌ଟୱେରର ବ୍ୟବସ୍ଥା କରାଯାଇଛି। ମାତ୍ର ଘରୋଇ ହସ୍ପିଟାଲମାନେ ଏଥିରେ ଚିକିତ୍ସା ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଓଟିପି, କ୍ଷୁଦ୍ର ଡାଟା ସାଇଜ, ରୋଗୀର ଅର୍ଥ ପରିମାଣ ଜଣା ନ ପଡ଼ିବା ଓ ପ୍ରିଣ୍ଟ ନ ହୋଇପାରିବା ଭଳି ସମସ୍ୟା ଦେଖା ଦେଉଛି। ରୋଗୀ ଚିକିତ୍ସା ପାଇଁ ଯେଉଁ ପ୍ୟାକେଜ୍ ରହିଛି ତାହାକୁ ସ୍ବୀକୃତି ଦେବାରେ ବିଳମ୍ବ ହେଉଛି। ଅନେକ ଅନାବଶ୍ୟକ ଫଟୋ ଓ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇ ପୁଣି ଦିନେ ଦୁଇ ଦିନ ଭିତରେ ଆଡ୍‌ମିଟ୍ ହେଲେ ଏହି ଯୋଜନାରେ ଭର୍ତ୍ତି ହେବା ଏକପ୍ରକାର ଅସମ୍ଭବ। 

ସେହିପରି ପ୍ରତ୍ୟେକ ରୋଗୀଙ୍କ ପାଇଁ ଯେଉଁ ପ୍ୟାକେଜ୍ ଦେୟ ରହିଛି ତାହା ଯ‌ଥେଷ୍ଟ କମ୍। ଜୀବନ ରକ୍ଷାକାରୀ ଅସ୍ଥି ଶଲ୍ୟ ଓ ସ୍ନାୟୁ ଶଲ୍ୟ, ସ୍ତ୍ରୀରୋଗ ବିଭାଗର ଇମ୍‌ପ୍ଲାଣ୍ଟ ପରିମାଣ ନଗଣ୍ୟ। ହୃତ୍‌ପିଣ୍ଡର ପେସ୍‌ ମେକର ସର୍ବନିମ୍ନ ମୂଲ୍ୟ ଦେଢ଼ ଲକ୍ଷ ଥିବା ବେଳେ ଆୟୁଷ୍ମାନ ଭାରତ ଯୋଜନାରେ ୭୫ହଜାର ରହିଛି। ତେଣୁ ଘରୋଇ ହସ୍ପିଟାଲମାନେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହାର ସମାଧାନ କରିବା ଲାଗି ଅଲ୍‌ ଓଡ଼ିଶା ଘରୋଇ ହସ୍ପିଟାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ୍‌ର ସଂପାଦକ ଇନ୍ଦ୍ରମଣି ଜେନା ଓ ଅନ୍ୟମାନେ ଦାବି ରଖିଛନ୍ତି।  ଉଲ୍ଲେଖ ଯେ ଆୟୁଷ୍ମାନ ଭାରତ ପାଇଁ ନୂଆ ସଫ୍‌ଟୱେର ପ୍ରସ୍ତୁତ ହେବା ପରେ ଏଥିରେ କିଛିଟା ସମସ୍ୟା ଆଶଙ୍କା କରି ରାଜ୍ୟ ସରକାର ଏକ ସ୍ବତନ୍ତ୍ର ଏସ୍‌ଓପି ଜାରି କରିଥିଲେ। ସମସ୍ୟାର ସମାଧାନ କିଭଳି ଢଙ୍ଗରେ କରାଯାଇପାରିବ ସେହି ସଂପର୍କରେ ବିସ୍ତୃତ ଭାବେ ସୂଚନା ଦିଆଯାଇଥିଲା। ତେଣୁ ରୋଗୀମାନେ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ସରକାରଙ୍କ ପକ୍ଷରୁ ଗୁରୁତ୍ବ ଦିଆଯାଇଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *