Latestରାଜନୀତିରାଜ୍ୟ

ଶୋଚନୀୟ ଅବସ୍ଥାରେ ତିନିକୋଣିଆ ପାର୍କ

ଶୋଚନୀୟ ଅବସ୍ଥାରେ ତିନିକୋଣିଆ ପାର୍କ

ମାଟିରେ ମିଶିଲାଣି ଜଗିଂଟ୍ରାକ୍‌
ନୂଆପଲ୍ଲୀ ଇଡି କାର୍ଯ୍ୟାଳୟ ସମ୍ମୁଖରେ ଥିବା ତିନିକୋଣିଆ ପାର୍କ ଶୋଚନୀୟ ଅବସ୍ଥାରେ ପଡ଼ିରହିଛି। ଔଷଧୀୟ ଉଦ୍ୟାନର ମାନ୍ୟତା ପାଇଥିବା ଏହି ପାର୍କ ଉଜୁଡ଼ି ଗଲାଣି। ପାର୍କରେ ଥିବା ଜଗିଂ ଟ୍ରାକ୍‌ ମାଟିରେ ମିଶିଗଲାଣି।

ଭୁବନେଶ୍ୱର ୧୯.୦୪.୨୦୨୫ (ଏସ.ଏମ ) : ନୂଆପଲ୍ଲୀ ଇଡି କାର୍ଯ୍ୟାଳୟ ସମ୍ମୁଖରେ ଥିବା ତିନିକୋଣିଆ ପାର୍କ ଶୋଚନୀୟ ଅବସ୍ଥାରେ ପଡ଼ିରହିଛି। ଔଷଧୀୟ ଉଦ୍ୟାନର ମାନ୍ୟତା ପାଇଥିବା ଏହି ପାର୍କ ଉଜୁଡ଼ି ଗଲାଣି। ପାର୍କରେ ଥିବା ଜଗିଂ ଟ୍ରାକ୍‌ ମାଟିରେ ମିଶିଗଲାଣି। ଚାରିଆଡ଼େ ଶୁଖିଲା ପତ୍ର, ଡାଇପର୍‌, ପଲିଥିନ୍‌ ଆଦି ପଡ଼ି ଅଳିଆଗଦା ଭଳି ଦେଖାଯାଉଛି। ପାର୍କରେ ଲାଗିଥିବା ଲାଇଟ୍‌ ଦିନରାତି ଜଳୁଛି। କିଛି ସ୍ଥାନରେ ପେଭର୍‌ବ୍ଲକ୍‌ ଭାଙ୍ଗିରୁଜି ଗଲାଣି। ସବୁଠାରୁ ବଡ଼ କଥା ହେଉଛି ଏଠାରେ ସନ୍ଧ୍ୟା ହେଲେ ଅସାମାଜିକଙ୍କ ଆସର ଜମୁଛି। ବିଭିନ୍ନ ସ୍ଥାନରେ ଶହଶହ ସଂଖ୍ୟାରେ ମଦବୋତଲ ଗଡ଼ୁଛି। ଶୌଚାଳୟ ଭିତରେ ଆବର୍ଜନା ଭର୍ତ୍ତି ହୋଇ ରହିଥିଲା ବେଳେ ପାଣି ଆସୁନାହିଁ। ପାର୍କର ରକ୍ଷଣାବେକ୍ଷଣ ପ୍ରତି କାହାର ନଜର ପଡ଼ୁନଥିଲା ବେଳେ ମଶାମାଛି ପ୍ରାଦୁର୍ଭାବରେ ସ୍ଥାନୀୟ ଲୋକେ ଅତିଷ୍ଠ ହୋଇଗଲେଣି। ତେଣୁ ପାର୍କର ପୁନରୁଦ୍ଧାର ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ସୂଚନା ଅନୁଯାୟୀ, ୨୦୧୦ ମସିହାରେ ଏହି ପାର୍କରେ କିଛି ଔଷଧୀୟ ଗଛ ଲଗାଯାଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ଔଷଧୀୟ ଉଦ୍ୟାନର ମାନ୍ୟତା ମିଳିଥିଲା। ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ଏକ ଏସ୍‌ଏଚ୍‌ଜି ଗ୍ରୁପ୍‌କୁ ଦିଆଯାଇଥିଲା। ଏପରିକି ଦୁଇବର୍ଷ ତଳେ ମୁକ୍ତା ଯୋଜନାରେ ଏହାର ସୌନ୍ଦର୍ଯ୍ୟୀକରଣ କରାଯାଇ ଲାଇଟ୍‌, ସିମେଣ୍ଟ କଂକ୍ରିଟ୍‌ ବେଞ୍ଚ, ଜଗିଂଟ୍ରାକ୍‌, ପେଭର୍‌ବ୍ଲକ୍‌ ବିଛାଇବା ଆଦି କାର୍ଯ୍ୟ ହୋଇଥିଲା। ତେବେ ବିଲ୍‌ ପେଣ୍ଡିଂ ଥିବାରୁ ଏହା ଉଦ୍‌ଘାଟନ ହୋଇପାରି ନଥିଲା। ଏହାପରଠାରୁ ବ୍ୟବହାର ନ ହୋଇ ପାର୍କଟି ଶ୍ରୀହୀନ ହେବାକୁ ଲାଗିଥିଲା। ତେବେ ଏହା ଉପରେ ସ୍ଥାନୀୟ କର୍ପୋରେଟର୍‌ ମାନସୀରାଣୀ ସୁନ୍ଦରାୟ କହିଛନ୍ତି, ଗତ ମାର୍ଚ୍ଚ ମାସରେ ପାର୍କର ରକ୍ଷଣାବେକ୍ଷଣ ଲାଗି ଏକ ଏସ୍‌ଏଚ୍‌ଜି ଗ୍ରୁପ୍‌ ସହିତ ଏଗ୍ରିମେଣ୍ଟ୍‌ ହୋଇଛି। ଖୁବ୍‌ଶୀଘ୍ର ଏହାର ପୁନରୁଦ୍ଧାର କରାଯିବ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *