ଦେଶ- ବିଦେଶ

ପୁଲୱାମା ପରେ ପହଲଗାମ୍

ପୁଲୱାମା ପରେ ପହଲଗାମ୍

ଦୋହଲିଗଲା ଦେଶ, ଆତଙ୍କୀ ଖେଳିଲେ ରକ୍ତର ହୋଲି…

ନୂଆଦିଲ୍ଲୀ/ଭୁବନେଶ୍ୱର ୨୩-୦୪-୨୦୨୫(ଏସ.ଏମ ) :  ପୁଲୱାମା ପରେ ପହଲଗାମ୍… ଏଥର ଯବାନଙ୍କ ଉପରେ ଗୁଳି ନୁହେଁ ସାଧାରଣ ଜନତାଙ୍କ ଉପରେ ଅନ୍ଧାଧୁନ ଗୁଳିମାଡ କରିଛନ୍ତି ଆତଙ୍କବାଦୀ । ଫଳରେ ଘଟଣାସ୍ଥଳରେ ହିଁ ଟଳିପଡିଛନ୍ତି ୨୬ ଜଣ ପର୍ଯ୍ୟଟକ । ୨୦୧୯  ପୁଲୱାମା ଆକ୍ରମଣ ପରେ ଏହା ସବୁଠୁ ବଡ ଆତଙ୍କୀ ହମଲା ବୋଲି କୁହାଯାଉଥିବା ବେଳେ ଧାରା ୩୭୦ ଉଚ୍ଛେଦ ପରେ ଏହା ଆତଙ୍କୀଙ୍କ ବଡ ନରସଂହାର ।ବିଭିନ୍ନ ସମୟରେ ରକ୍ତର ହୋଲି ଖେଳିଥିବା ଆତଙ୍କୀଙ୍କୁ କଡା ଜବାବ ଦେଇ ଆତଙ୍କୀ ଶିବିର ଉପରେ ଆଉ ଏକ ଏୟାର ଷ୍ଟ୍ରାଇକ୍ କରି ସୈତାନଙ୍କୁ ପାନେ ଦେବାକୁ ଦାବି ହୋଇଛି । 

କେବେ କେଉଁ ଆତଙ୍କୀ ଆକ୍ରମଣ ?

-୨୦୨୦ ଅକ୍ଟୋବର ୨୯ରେ ବିଜେପି କର୍ମୀଙ୍କୁ ଆକ୍ରମଣ, ୩ ମୃତ
-୨୦୨୧ ଡିସେମ୍ବର ୧୨ରେ ଶ୍ରୀନଗରରେ ପୋଲିସ ଗାଡ଼ି ଉପରେ ଆକ୍ରମଣ- ୩ ମୃତ
-୨୦୨୨ ଅଗଷ୍ଟ ୧୧ରେ ରଜୌରୀରେ ଆତ୍ମଘାତୀ ବିସ୍ଫୋରଣରେ ୫ ମୃତ
-୨୦୨୩ ଜାନୁଆରୀ ୧ରେ ରଜୌରୀରେ ଲୋକଙ୍କ ଉପରେ ହମଲା- ୪ ମୃତ
-୨୦୨୩ ଏପ୍ରିଲ ୨୦ରେ ପୁଞ୍ଚରେ ଯବାନଙ୍କ ଗାଡି ଉପରେ ହମଲା- ୫ ମୃତ
-୨୦୨୩ ଡିସେମ୍ବର ୨୧ରେ ରଜୌରୀରେ ଆଇଡି ବିସ୍ଫୋରଣରେ ୫ ମୃତ
-୨୦୨୪ ଜୁଲାଇ ୯ରେ କାଠୁଆରେ ଆର୍ମି କନଭେ ଉପରେ ହମଲାରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା
-୨୦୨୪ ନଭେମ୍ବର ୪ରେ ଶ୍ରୀନଗର ଲାଲ ଚୌକରେ ଗ୍ରେନେଡ୍ ମାଡରେ ୧୪ ଆହତ ହୋଇଥିଲେ

 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *