ଖେଳଦେଶ- ବିଦେଶ

ଆତଙ୍କବାଦୀ ଆକ୍ରମଣରେ ନିହତ ନିରୀହ ପର୍ଯ୍ୟଟକଙ୍କୁ କ୍ରିକେଟର୍‌ମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି

ଆତଙ୍କବାଦୀ ଆକ୍ରମଣରେ ନିହତ ନିରୀହ ପର୍ଯ୍ୟଟକଙ୍କୁ କ୍ରିକେଟର୍‌ମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି

ନୂଆଦିଲ୍ଲୀ/ଭୁବନେଶ୍ୱର ୨୪.0୪.୨୦୨୫ (ଏସ .ଏମ ) : ମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଲୋମଟାଙ୍କୁରା ତଥା ହୃଦୟବିଦାରକ ଆତଙ୍କବାଦୀ ଆକ୍ରମଣରେ ନିହତ ନିରୀହ ପର୍ଯ୍ୟଟକଙ୍କୁ କ୍ରିକେଟର୍‌ମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ବୁଧବାରର ସନ୍‌ରାଇଜର୍ସ ହାଇଦ୍ରାବାଦ-ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ୍‌ ଅବସରରେ ବାହୁରେ କଳାପଟି ପିନ୍ଧି ଏହି ନିନ୍ଦନୀୟ ଘଟଣା ବିରୋଧରେ ଆନୁଷ୍ଠାନିକ ପ୍ରତିବାଦ ଜଣାଇଛନ୍ତି। ଏଥିଲାଗି ଚିୟର ଲିଡର୍ସଙ୍କ ନାଚ ଓ ଆତସବାଜିକୁ ବନ୍ଦ କରିଦିଆଯାଇଛି। ମ୍ୟାଚ୍ ପୂର୍ବରୁ ଉଭୟ ଦଳର ଖେଳାଳିମେନେ ଏକ ମିନିଟ୍‌ର ନିରବ ପ୍ରାର୍ଥନା କରିଥିଲେ। ସେହିଭଳି କିଂବଦନ୍ତି କ୍ରିକେଟର୍ ବିରାଟ ‌କୋହଲି, ବିସିସିଆଇ ସଂପାଦକ ଦେବଜିତ ସାଇକିଆ, ଭାରତୀୟ ଅଲରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା, ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ଅଧିନାୟକ ପ୍ୟାଟ୍ କମିନ୍ସ, ଭାରତୀୟ କ୍ରିକେଟର୍ କେଏଲ୍ ରାହୁଲ, ଶୁବମନ ଗିଲ ପ୍ରମୁଖ ‘ଏକ୍ସ’ ପୃଷ୍ଠାରେ ଏହି ଭୟଙ୍କର ଘଟଣାକୁ କଠୋର ଶବ୍ଦରେ ନିନ୍ଦା କରିଛନ୍ତି। ମହମ୍ମଦ ସାମି, ମହମ୍ମଦ ସିରାଜଙ୍କ ଭଳି କ୍ରିକେଟର୍ ଏହି ଘଟଣାରେ ସଂପୃକ୍ତ ଆତଙ୍କବାଦୀଙ୍କୁ ମାନବତାର ଶତ୍ରୁ ଭାବେ ବର୍ଣ୍ଣନା କରିବା ସହ ସେମାନଙ୍କୁ କଠୋରରୁ କଠୋରତମ ଶାସ୍ତି ଦେବାକୁ ଆହ୍ବାନ କରିଛନ୍ତି। ପୂର୍ବତନ କ୍ରିକେଟର୍ ତଥା ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର, ଯୁବରାଜ ସିଂହ, ଇର୍ଫାନ ପଠାନ, ବୀରେନ୍ଦ୍ର ସେହବାଗ, ସୁରେଶ ରାଇନା ପ୍ରମୁଖ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଦିବଂଗତଙ୍କ ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ସେହିଭଳି ମୃତାହତଙ୍କ ପରିବାରକୁ ନ୍ୟାୟ ଦେବାକୁ ଭାରତ ସରକାରଙ୍କୁ ଆହ୍ବାନ କରିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *