ଦେଶ- ବିଦେଶ

ବିବିସିକୁ କେନ୍ଦ୍ର ସରକାରଙ୍କ ନୋଟିସ୍

ବିବିସିକୁ କେନ୍ଦ୍ର ସରକାରଙ୍କ ନୋଟିସ୍

ପହଲଗାମ୍ ଆତଙ୍କୀଙ୍କୁ ‘ଯୋଦ୍ଧା’ ବୋଲି ଦର୍ଶାଇଛି ବିବିସି !

ନୂଆଦିଲ୍ଲୀ/ଭୁବନେଶ୍ୱର ୨୮.୦୪.୨୦୨୫ (ଏସ .ଏମ ) : ବିବିସିକୁ କେନ୍ଦ୍ର ସରକାରଙ୍କ ନୋଟିସ୍ । ପହଲଗାମ୍ ଆତଙ୍କୀ ହମଲା ଉପରେ ଖବର ପ୍ରସାରଣ ନେଇ ନୋଟିସ୍ । ବିବିସି  ମୁଖ୍ୟଙ୍କୁ କେନ୍ଦ୍ର ସରକାରଙ୍କ ଚିଠି । ପହଲଗାମ୍ ଖବର ପ୍ରସାରଣରେ ପକ୍ଷପାତିତା ନେଇ ସତର୍କ କରାଇଲେ କେନ୍ଦ୍ର ସରକାର । ତେବେ ପହଲଗାମ୍ ଆତଙ୍କୀଙ୍କୁ ଯୋଦ୍ଧା ବୋଲି ଦର୍ଶାଇଛି ବିବିସି । ତେବେ ନୋଟିସ୍ ଜାରି କରାଯିବା ସହ ବିବିସିର ରିପୋର୍ଟିଂ ଉପରେ ନଜର ରଖିଛି ବୈଦେଶିକ ମନ୍ତ୍ରାଳୟ । ସେପଟେ ପାକିସ୍ତାନ ବିରୋଧରେ ଭାରତ ଆରମ୍ଭ କରିଛି ଡିଜିଟାଲ୍ ଷ୍ଟ୍ରାଇକ୍ । ସୋଏବ ଅଖତରଙ୍କ ସମେତ ୧୬ ଜଣକ ୟୁଟ୍ୟୁବରଙ୍କର ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଯାଇଛି । ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଉତ୍ତେଜନାମୂଳକ ଏବଂ ସାମ୍ପ୍ରଦାୟିକ ସମ୍ବେଦନଶୀଳ ବିଷୟବସ୍ତୁ ପ୍ରସାରଣ ପାଇଁ ଭାରତରେ ମୋଟ ୬୩ ମିଲିୟନ୍‌ ସବସ୍କ୍ରାଇବର୍ ସହିତ ୧୬ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲକୁ ନିଷିଦ୍ଧ କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସୁପାରିସରେ ଏହି ୟୁଟ୍ୟୁବ୍ ଚ୍ୟାନେଲଗୁଡ଼ିକୁ ନିଷିଦ୍ଧ କରାଯାଇଛି। ନିଷିଦ୍ଧ ପ୍ଲାଟଫର୍ମଗୁଡ଼ିକରେ ଡନ୍, ସମା ଟିଭି, ଏଆରୱାଇ ନ୍ୟୁଜ୍, ବୋଲ୍ ନ୍ୟୁଜ୍, ରଫତାର, ଜିଓ ନ୍ୟୁଜ୍ ଏବଂ ସୁନୋ ନ୍ୟୁଜ୍ ଭଳି ନ୍ୟୁଜ୍ ଚ୍ୟାନେଲଗୁଡ଼ିକ ଅନ୍ତର୍ଭୁକ୍ତ।

 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *