ଦେଶ- ବିଦେଶ

ଭାରତର ତ୍ରିସ୍ତରୀୟ ଅର୍ଥନୈତିକ ଆତଙ୍କ

ଭାରତର ତ୍ରିସ୍ତରୀୟ ଅର୍ଥନୈତିକ ଆତଙ୍କ

ଭାରତର ଦ୍ରୁତ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ଭୟଭୀତ ହୋଇ ପିଓକେରେ ୨ ମାସ ପାଇଁ ଅଟା ଗଚ୍ଛିତ ରଖୁଛି। ପାକିସ୍ତାନ ସରକାର ବିଶେଷକରି ନିୟନ୍ତ୍ରଣ ରେଖା ନିକଟରେ ଅଟା ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି

ନୂଆଦିଲ୍ଲୀ /ଭୁବନେଶ୍ୱର ୦୪.୦୫.୨୦୨୫(ଏସ.ଏମ ) : ମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଦ୍ବାରା ନରସଂହାର ପରେ ଭାରତ ଦ୍ୱାରା ନିଆଯାଇଥିବା ଦ୍ରୁତ କାର୍ଯ୍ୟାନୁଷ୍ଠାନ ଯୋଗୁ ପାକିସ୍ତାନ ଆତଙ୍କିତ ଅବସ୍ଥାରେ ଅଛି। ପାକିସ୍ତାନ ପୂର୍ବରୁ ଏକ ଗଭୀର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି। ଏହି ସମୟରେ, ଶନିବାର ଭାରତ ଏହା ଉପରେ ଏକ ତ୍ରିସ୍ତରୀୟ ଅର୍ଥନୈତିକ କଟକଣା ଆରମ୍ଭ କରିଛି।ଭାରତର କଠୋର ମନୋଭାବ ଯୋଗୁ ପାକିସ୍ତାନ ଭୟଭୀତ ହେବା ସହିତ ଯେକୌଣସି ସମୟରେ ଆକ୍ରମଣ ହେବାର ଆଶଙ୍କା କରୁଛି। ଭାରତ ସହିତ ଯୁଦ୍ଧ ଆଶଙ୍କା ଯୋଗୁ ପାକ୍ ଅଧିକୃତ କଶ୍ମୀର (ପିଓକେ)ର ପରିସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଯାଇଛି।ନିୟନ୍ତ୍ରଣ ରେଖା ସଂଲଗ୍ନ ଅଞ୍ଚଳରେ ରାସନ ଅଭାବକୁ ଦୃଷ୍ଟିରେ ରଖି, ପାକିସ୍ତାନ ସେଠାରେ ଅଟା ମହଜୁଦ କରିବା ଆରମ୍ଭ କରିଛି। ଯେପରି ଅଟା ସ୍ଥାନୀୟ ଲୋଙ୍କ ପାଇଁ ଦୁଇ ମାସ ଲାଗି ଯଥେଷ୍ଟ ହୋଇ ପାରିବ।ପାକିସ୍ତାନୀ ନ୍ୟୁଜ୍ ୱେବସାଇଟ୍ ଦି ଡନ୍‌ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏଲଓସି ସଂଲଗ୍ନ ଅଞ୍ଚଳରେ ବିଶେଷ ଭାବରେ ଦୀର୍ଘସ୍ଥାୟୀ ଗହମ ଅଟା ମହଜୁଦ ରଖିବାକୁ ପିଓକେ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣତଃ, ଡିସେମ୍ବରରୁ ମେ’ମାସ ପର୍ଯ୍ୟନ୍ତ ଏହି ଅଞ୍ଚଳଗୁଡ଼ିକରେ ତୁଷାରପାତ ହୋଇଥାଏ ଏବଂ ଏହି ଅଞ୍ଚଳଗୁଡ଼ିକରେ ପହଞ୍ଚିବା କଷ୍ଟକର ହୋଇଥାଏ। ଏହି ଅଞ୍ଚଳରେ ପୂର୍ବରୁ କେବଳ ୧୫ ଦିନର ସାମଗ୍ରୀ ମହଜୁଦ ରଖାଯାଉଥିଲା। କିନ୍ତୁ ଏବେ ଭାରତ ସହିତ ଯୁଦ୍ଧର ସମ୍ଭାବନାକୁ ଦୃଷ୍ଟିରେ ରଖି ରଣନୀତିରେ ପରିବର୍ତ୍ତନ କରାଯାଇଛି। ପିଓକେର ଖାଦ୍ୟ ମନ୍ତ୍ରୀ ଚୌଧୁରୀ ଆକବର ଇବ୍ରାହିମ୍ କହିଛନ୍ତି, ପ୍ରଧାନମନ୍ତ୍ରୀ ଚୌଧୁରୀ ଅନୱରୁଲ୍ ହକ୍‌ଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆମେ ନିୟନ୍ତ୍ରଣ ରେଖା ବେଲ୍ଟରେ ଦୁଇ ମାସ ପାଇଁ ଅଟାର ମହଜୁଦ ସୁନିଶ୍ଚିତ କରିବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଚଲାଉଛୁ।ଖାଦ୍ୟ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ସାଧାରଣ ଜନତା ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ଗୁଳିକାଣ୍ଡ କିମ୍ବା ସାମରିକ କାର୍ଯ୍ୟକଳାପର ଅଧିକ ସମ୍ଭାବନା ଥିବା ଅଞ୍ଚଳରୁ ଖାଦ୍ୟ ଗୋଦାମଗୁଡ଼ିକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଏହା ବ୍ୟତୀତ, ତୁଷାରପାତ କିମ୍ବା ଭାରତୀୟ ଗୁଳିବର୍ଷା ସମୟରେ ବିଚ୍ଛିନ୍ନ ଗ୍ରାମଗୁଡ଼ିକୁ ଖାଦ୍ୟ ଯୋଗାଣ ଯେପରି ବାଧାପ୍ରାପ୍ତ ନ ହୁଏ, ସେଥିପାଇଁ ସରକାର ଯୋଜନା ମଧ୍ୟ ପ୍ରସ୍ତୁତ କରିଛନ୍ତି।ପିଓକେ ଖାଦ୍ୟ ବିଭାଗର ନିର୍ଦ୍ଦେଶକ ଅବଦୁଲ ହମିଦ କିୟାନି କହିଛନ୍ତି ଯେ, ନିୟନ୍ତ୍ରଣ ରେଖା ପାଖରେ ଥିବା ସମସ୍ତ ଗୋଦାମରେ ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍ ପୂର୍ବରୁ ସୁନିଶ୍ଚିତ କରାଯାଇଛି କିନ୍ତୁ ବର୍ତ୍ତମାନ ଦୁଇ ମାସର ଚାହିଦା ପୂରଣ କରିବା ପାଇଁ ସଂରକ୍ଷଣ କ୍ଷମତା ବୃଦ୍ଧି କରାଯାଉଛି। ଶନିବାର ଦିନ, ମୁଜାଫରାବାଦର ଉପକଣ୍ଠରେ ଥିବା ଏକ ମିଲ୍‌ରୁ ପ୍ରାୟ ୨୫୦ ଟନ୍ ଅଟା ପଠାଯାଇଥିଲା।ଭାରତ ଆକ୍ରମଣ କରିବା କହିଲେ ପାକିସ୍ତାନ ଶାନ୍ତି କଥା କହୁଛି ଏବଂ ଅନ୍ୟ ସମୟରେ ପରମାଣୁ ଅସ୍ତ୍ର ବ୍ୟବହାର କରିବାକୁ ଧମକ ଦେଉଛି। କିନ୍ତୁ ଭାରତର ଆକ୍ରମଣର ଭୟରେ ପାକିସ୍ତାନ ଭୟଭୀତ ଅବସ୍ଥାରେ ଅଛି। ଏବେ ପିଓକେରେ ପାକିସ୍ତାନର ସଦ୍ୟତମ ପଦକ୍ଷେପ ଏହି ଭୟକୁ ପ୍ରତିଫଳିତ କରୁଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *