TOP STORIESଦେଶ- ବିଦେଶ

ଜାତିସଂଘ ସୁରକ୍ଷା ପରିଷଦର ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ

ଜାତିସଂଘ ସୁରକ୍ଷା ପରିଷଦର ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ

ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ଆଜି ବସିବ ଜାତିସଂଘର ଗୁରୁତ୍ବପୂର୍ଣ୍ଣ ବୈଠକ । ଭାରତର ଆକ୍ରମଣ ଭୟରେ ପାକିସ୍ତାନ ଜରୁରୀକାଳୀନ ବୈଠକ ପାଇଁ ଅପିଲ କରିଥିଲା

ନୂଆଦିଲ୍ଲୀ/ଭୁବନେଶ୍ୱର ୦୫.୦୫.୨୦୨୫(ଏସ .ଏମ ) : ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ଆଜି ବସିବ ଜାତିସଂଘର ଗୁରୁତ୍ବପୂର୍ଣ୍ଣ ବୈଠକ । ଭାରତର ଆକ୍ରମଣ ଭୟରେ ପାକିସ୍ତାନ ଜରୁରୀକାଳୀନ ବୈଠକ ପାଇଁ ଅପିଲ କରିଥିଲା । ଯାହାକୁ ଗ୍ରହଣ କରିବା ସହ ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଛି ଜାତିସଂଘ ସୁରକ୍ଷା ପରିଷଦ । ପାକିସ୍ତାନ ଏବେ ୧୫ ଜଣିଆ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଅଛି । ଆଜି ଅପରାହ୍ନ ୫ଟାରେ ବୈଠକ ହେବାର ଅଛି ।ଭାରତର ଆକ୍ରମଣାତ୍ମକ ଆକ୍ସନକୁ ନେଇ ଜାତିସଂକ୍ଷ ସୁରକ୍ଷା ପରିଷଦକୁ ଜଣାଇବ ବୋଲି ରବିବାର ପାକିସ୍ତାନ କହିଥିଲା । ଭାରତର ଆକ୍ରମଣାତ୍ମକ ଆକ୍ସନ, କ୍ରୋଧ ଏବଂ ଉତ୍ତେଜକପୂର୍ଣ୍ଣ ବୟାନ ସମ୍ପର୍କରେ ୟୁଏନ୍ ସୁରକ୍ଷା ପରିଷଦକୁ ଅବଗତ କରାଯିବ ବୋଲି କହିଛନ୍ତି ପାକିସ୍ତାନର ବୈଦେଶିକ ମନ୍ତ୍ରୀ । ସିନ୍ଧୁ ନଦୀ ଜଳ ଚୁକ୍ତି ବାତିଲ ପ୍ରସଙ୍ଗ ବି ଉଠାଇବ ପାକିସ୍ତାନ ।ତେବେ ଜାତିସଂଘ ସୁରକ୍ଷା ପରିଷଦରେ ୫ ଜଣ ସ୍ଥାୟୀ ସଦସ୍ୟ ଅଛନ୍ତି । ଯେଉଁମାନଙ୍କ ପାଖରେ ଭେଟୋ ପାୱାର ରହିଛି । ଏହି ସବୁ ଦେଶ ହେଉଛି ଚୀନ, ଋଷ, ଇଂଲଣ୍ଡ, ଆମେରିକା । ବାକି ୧୦ ଅସ୍ଥାୟୀ ଦେଶ ମଧ୍ୟରେ ପାକିସ୍ତାନ, ଗୁଏନା, ପାନାକା, ଦକ୍ଷିଣ କୋରିଆ, ସିଏରା ଲିଓନେ, ସ୍ଲୋଭେନିଆ, ସୋମାଲିଆ, ଆଲଗେରିଆ, ଡେନମାର୍କ ଏବଂ ଗ୍ରୀସ୍ ଅଛନ୍ତି । କିନ୍ତୁ ଏଥିରେ ଭାରତ ନାହିଁ ହେଲେ ଅଧିକାଂଶ ଦେଶ ଭାରତ ସପକ୍ଷରେ ଅଛନ୍ତି

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *