ନଦୀକୁ ଡେଇଁ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଆତଙ୍କୀର ମୃତ୍ୟୁ
ନଦୀକୁ ଡେଇଁ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଆତଙ୍କୀର ମୃତ୍ୟୁ
- ସେ ପହଲଗାମ ଆତଙ୍କୀଙ୍କୁ ସହଯୋଗ କରୁଥିଲା
- ଓଭର ଗ୍ରାଉଣ୍ଡ ୱାର୍କର ଭାବେ କାର୍ଯ୍ୟ କରୁଥିଲା
ଜମ୍ମୁ-କଶ୍ମୀର/ଭୁବନେଶ୍ୱର ୦୫.୦୫.୨୦୨୫(ଏସ .ଏମ ) : ନଦୀକୁ ଡେଇଁ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଆତଙ୍କୀର ମୃତ୍ୟୁ । ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଚଳାଇଥିବା ବେଳେ ଆତଙ୍କବାଦୀ ଜଙ୍ଗଲରୁ ନଦୀକୁ ଡେଇଁ ଖସିଯାଇଛି । ଜମ୍ମୁ କଶ୍ମୀର ରକି ନଦୀକୁ ଡେଇଁ ଆତଙ୍କବାଦୀ ପହଁରି ପହଁରି ଯାଉଥିବାର ଭିଡିଓ ଦେଖିବାକୁ ମିଳିଛି। ଆତଙ୍କବାଦୀଙ୍କୁ ଧରିବା ପାଇଁ ରାଷ୍ଟ୍ରୀୟ ରାଇଫଲ ଏବଂ ଏସଓଜି ଯବାନମାନେ ଆତଙ୍କବାଦୀର ପିଛା କରୁଥିବା ବେଳେ ସେ ଖସିଯିବାରେ ସକ୍ଷମ ହୋଇଛି ।ଏହି ବ୍ୟକ୍ତି ଜଣଙ୍କ କୁଲଗାମ ଜିଲ୍ଲାର । ଆତଙ୍କୀଙ୍କୁ ରହିବା ଏବଂ ଖାଇବାକୁ ଦେଇଥିଲେ । ପରେ ଯବାନମାନେ ଆସିବାରୁ ଆତଙ୍କୀ ଜଙ୍ଗଲ ଭିତରୁ ନଦୀକୁ ଡେଇଁ ପଳାଇଯାଉଥିବା ଦେଖିବାକୁ ମିଳିଛି । ତା’ ନାମ ଇମତିଆଜ୍ ମହମ୍ମଦ ମାର୍ଗେ, ବୟସ ୨୩ ବର୍ଷ ବୋଲି ସୂଚନା ମଳିଛି । ନଦୀରେ କରେଣ୍ଟ ପ୍ରବାହ ଅଧିକ ଥିବାରୁ ପାଣିରେ ବୁଡି ତାର ମୃତ୍ୟୁ ହୋଇଛି । ସେ ପହଲଗାମ ଆତଙ୍କୀଙ୍କୁ ସହଯୋଗ କରୁଥିଲା । ଓଭର ଗ୍ରାଉଣ୍ଡ ୱାର୍କର ଭାବେ କାର୍ଯ୍ୟ କରୁଥିଲା । ମାର୍ଗେର ମୃତଦେହ ମିଳିବା ପରେ କୁଲଗାମର ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ଯେ ଦୁଇ ଦିନ ପୂର୍ବରୁ ସେନା ତାଙ୍କୁ ଗିରଫ କରିଥିଲା ଏବେ ତା’ର ମୃତଶରୀର ମିଳିଛି ବୋଲି କହିଛନ୍ତି ମେହବୁବା ମୁଫତି ।