ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ
ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ
ଅସ୍ତ୍ରବିରତି ସତ୍ତ୍ବେ ଜମ୍ମୁକାଶ୍ମୀରରେ ପ୍ରବଳ ଗୁଳିବର୍ଷା
ଶ୍ରୀନଗର/ଭୁବନେଶ୍ୱର୧୧.୦୫.୨୦୨୫(ଏସ .ଏମ ) : ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ। ସୀମାରେ ଗୁଳିବର୍ଷା କରୁଛି ପାକିସ୍ତାନ। ପୁଣି ସୀମା ପଟୁ ଆରମ୍ଭ ହେଲା ଗୁଳି ବର୍ଷଣ ସହ ଡ୍ରୋନ୍ ଆକ୍ରମଣ। ଜାମ୍ମୁକାଶ୍ମୀରର ବିଭିନ୍ନ ସେକ୍ଟରରେ ପାକିସ୍ତାନ ଗୁଳିମାଡ କରିଥିବା ସୂଚନା।ତେବେ ଅଖନୁର, ଆରଏସପୁରା, ଚାମ୍ବା, ଭିମବର ଆଦି ଅଞ୍ଚଳରେ ପାକିସ୍ତାନ ପଟୁ ଗୁଳିମାଡ ହେଉଛି। ଖାଲି ସେତିକି ନୁହେଁ ଡ୍ରୋନ ଆକ୍ରମଣ ମଧ୍ୟ ହେଉଥିବା ସ୍ଥାନୀୟ ଲୋକେ କହିବା ସହ କାଶ୍ମୀର ଉପତ୍ୟାକାରେ ପ୍ରବଳରୁ ପ୍ରବଳ ଡ୍ରୋନ ଆକ୍ରମଣ ହେଉଥିବା ଜାମ୍ମୁ କାଶ୍ମୀର ପୁଲିସ ପକ୍ଷରୁ ସୂଚନା ମିଳିଛି। ସେପଟେ ଆଜି ଭାରତ-ପାକିସ୍ତାନ ଭିତରେ ଅସ୍ତ୍ରବିରତି ନେଇ ଘୋଷଣା ହୋଇଥିଲା। ଲଗାତାର ଦୁଇ ଦେଶ ଭିତରେ ଉତ୍ତେଜନା ସ୍ଥିତିରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡିଥିଲା। ସନ୍ଧ୍ୟା ୫ଟାରୁ ଅସ୍ତ୍ରବିରତି ଲାଗୁ ହୋଇଥିବା ବେଳେ ପୁଣି ଏବେ ଅସ୍ତ୍ରବିରତି ଉଲ୍ଲଂଘନ ନେଇ ଖବର ଆସୁଛି। ଯାହାର କଡା ଜବାବ ଦେଉଛନ୍ତି ଭାରତୀୟ ଯବାନ । ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧବିରତି ମାତ୍ର ୩ ଘଣ୍ଟା ପରେ ଭାଙ୍ଗିଯାଇଛି। ପାକିସ୍ତାନ ପୁଣି ଭାରତ ଉପରେ ଡ୍ରୋନ ଆକ୍ରମଣ ଆରମ୍ଭ କରିଛି। ଏବେ ଚୀନ ଖୋଲାଖୋଲି ପାକିସ୍ତାନ ସପକ୍ଷରେ ଆସିଯାଇଛି। ଚୀନ କହିଛି ଯେ ସେ ପାକିସ୍ତାନର ସାର୍ବଭୌମତ୍ବ ଓ ଅଖଣ୍ଡତା ପଛରେ ରହିଛି। ଏହାର ରକ୍ଷା ପାଇଁ ପାକିସ୍ତାନକୁ ସବୁ ପ୍ରକାରର ସହାୟତା ପ୍ରଦାନ କରାଯିବ। ଚୀନର ଏହି ସମର୍ଥନ ପରେ ପୁଣି ଥରେ ସକ୍ରିୟ ହୋଇଉଠିଛି ପାକିସ୍ତାନ।