ଦେଶ- ବିଦେଶ

ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା

ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା

ସେନାକୁ ଖୁବଶୀଘ୍ର ମିଳିବାକୁ ଯାଉଛି ନୂଆ ଏୟାର ଡିଫେନ୍ସ ସିଷ୍ଟମ

ନୂଆଦିଲ୍ଳୀ/ଭୁବନେଶ୍ୱର୧୦-୦୬-୨୦୨୫( ଏସ .ଏମ ) : ହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା । ସେନାକୁ ଖୁବଶୀଘ୍ର ମିଳିବାକୁ ଯାଉଛି ନୂଆ ଏୟାର ଡିଫେନ୍ସ ସିଷ୍ଟମ । ଚୀନ ଓ ପାକିସ୍ତାନ ସୀମାରେ ମୁତୟନ ହେବ ଏହି ନୂତନ ବାୟୁ ରକ୍ଷା କବଚ । ଏହି ନୂଆ ରକ୍ଷା କବଚ ହେଉଛି – କ୍ବିକ୍ ରିଆକ୍ସନ ସରଫେସ୍‌ ଟୁ ଏୟାର ମିସାଇଲ ସିଷ୍ଟମ ବା QRSAM । ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ହୋଇଛି ଏହି ନୂତନ ବାୟୁ ରକ୍ଷା କବଚ । ଏହାକୁ ଡିଆରଡିଓ ଦ୍ବାରା ପ୍ରସ୍ତୁତ କରାଯାଇଛି । ଏହାକୁ ସଫଳତାର ସହ ପରୀକ୍ଷଣ ବି କରାଯାଇଛି । ଡିଆରଡିଓ ଠାରୁ ୩୦ ହଜାର କୋଟିରେ କିଣିବାକୁ ଖୁବଶୀଘ୍ର ଚୁକ୍ତି ସ୍ବାକ୍ଷର କରିବ ପ୍ରତିରକ୍ଷା ମନ୍ତ୍ରାଳୟ । ନିକଟରେ ଅପରେସନ୍ ସିନ୍ଦୂର ବେଳେ ପାକ୍ ସୀମାରେ ସୁରକ୍ଷା ଦେଇଛି ଏସ୍‌-୪୦୦ । କେବଳ ଏସ୍‌-୪୦୦ ନୁହେଁ ଏଭଳି ଅନେକ ଏୟାର ଡିଫେନ୍ସ ସିଷ୍ଟମ ଦେଶବାସୀଙ୍କୁ ସୁରକ୍ଷା ଦେଇ ଆସିଥିଲେ । ଶତ୍ରୁର ସବୁ ଆକ୍ରମଣକୁ ପଣ୍ଡ କରିଛି ବାୟୁ ରକ୍ଷା କବଚ ।

ସେନାକୁ ମିଳିବ ନୂଆ ବାୟୁ ରକ୍ଷା କବଚ

– ଭାରତୀୟ ସେନାକୁ ମିଳିବ ନୂଆ ବାୟୁ ରକ୍ଷା କବଚ
– କ୍ବିକ ରେସ୍‌ପନ୍ସ ସରଫେସ୍ ଟୁ ଏୟାର ମିସାଇଲ୍‌ ସିଷ୍ଟମ ବା QRSAM
– ଚୀନ୍ ଓ ପାକିସ୍ତାନ ସୀମାରେ ମୁତୟନ ହେବ ଏହି ସିଷ୍ଟମ
– ଦିନ ଓ ରାତି ସମୟରେ ନିର୍ଭୁଲ କାମ କରିବାରେ ସକ୍ଷମ
– ଏହାକୁ ପ୍ରସ୍ତୁତ କରିଛି ଡିଆରଡିଓ
– ଗତିଶୀଳ ଟାର୍ଗେଟକୁ ଖୋଜି ଧ୍ବଂସ କରିବାରେ ସକ୍ଷମ
– ୩୦ କି.ମି. ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ରହିଛି
– ମିଡିୟମ ରେଞ୍ଜ୍‌ ଭୂପୃଷ୍ଠରୁ ଆକାଶ ମାର୍ଗ କ୍ଷେପଣାସ୍ତ୍ର
– ୧୨୦ କି.ମି ପର୍ଯ୍ୟନ୍ତ ନଜର ରଖିପାରିବ ସର୍ଭିଲାନ୍ସ ରାଡାର
– ଟୁ ୱେ ଡାଟା ଲିଙ୍କ୍‌ କମ୍ୟୁନିକେସନ ଜରିଆରେ ରାଡାର ଓ ମିସାଇଲ ମଧ୍ୟରେ ଯୋଗଯୋଗରେ ସକ୍ଷମ

 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *