ମନୋରଞ୍ଜନରାଜ୍ୟ

ଆଜି ରଜସଂକ୍ରାନ୍ତି

ଆଜି ରଜସଂକ୍ରାନ୍ତି

ଆଜି ଓଡ଼ିଶାର ଗଣପର୍ବ ରଜ। ଗତକାଲି ପହିଲି ରଜ ଥିବା ବେଳେ ଆଜି ରଜ ସଂକ୍ରାନ୍ତି। ଏଥିଲାଗି ସହରଠୁ ପଲ୍ଲୀ ସବୁଠି ଉତ୍ସବର ମାହୋଲ। ତିନିଦିନିଆ ରଜ ଉତ୍ସବର ପ୍ରମୁଖ ଦିନ

ଭୁବନେଶ୍ବର୧୫-୦୬-୨୦୨୫( ଏସ .ଏମ ) : ଆଜି ଓଡ଼ିଶାର ଗଣପର୍ବ ରଜ। ଗତକାଲି ପହିଲି ରଜ ଥିବା ବେଳେ ଆଜି ରଜ ସଂକ୍ରାନ୍ତି। ଏଥିଲାଗି ସହରଠୁ ପଲ୍ଲୀ ସବୁଠି ଉତ୍ସବର ମାହୋଲ। ତିନିଦିନିଆ ରଜ ଉତ୍ସବର ପ୍ରମୁଖ ଦିନ। ରଜ ସଂକ୍ରାନ୍ତିରେ ଗାଁ ଆମ୍ବତୋଟାରେ ସକାଳୁ ସକାଳୁ ଶୁଭୁଛି ରଜଗୀତ । ସହରର ବିଭିନ୍ନ ପାର୍କରେ ଦୋଳି, ପାନ ଓ ପିଠା ଭିତରେ ରଜର ଆସର ଜମିଛି। ପରମ୍ପରା ସମ୍ପନ୍ନ ରଜଗୀତରେ ଉତ୍ସବମୁଖର ପୁରପଲ୍ଲୀ ।

ବିଭିନ୍ନ ସ୍ଥାନରେ ରଜଗୀତ ବାଜୁଛି, ଝିଅ ବୋହୂ ଦୋଳି ଖେଳୁଛନ୍ତି । ତା ସହିତ ପୁଚି ଖେଳ, ତାସ୍ ଖେଳ, ଲୁଡୁ ଖେଳ ସାଙ୍ଗକୁ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି । ବିଭିନ୍ନ ସ୍ଥାନରେ ଅନେକ ପ୍ରକାରର ପାରମ୍ପରିକ ପିଠା, ମିଠା, ପାନ ଏବଂ ଖାଦ୍ୟର ଧାଡ଼ି ଧାଡ଼ି ଷ୍ଟଲ ଲାଗିଛି । କେତେକ ପାର୍କରେ ମଧ୍ୟ ରଜଦୋଳି ଲାଗିଛି । ସକାଳୁ ସକାଳୁ ପାର୍କରେ ରଜ ଦୋଳି ଖେଳର ମଜା ନେଉଛନ୍ତି ଲୋକେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *