ଦେଶ- ବିଦେଶମନୋରଞ୍ଜନ

ଜୁଲାଇ ୩ରୁ ଆରମ୍ଭ ହେଉଛି ପବିତ୍ର ଅମରନାଥ ଯାତ୍ରା

ଜୁଲାଇ ୩ରୁ ଆରମ୍ଭ ହେଉଛି ପବିତ୍ର ଅମରନାଥ ଯାତ୍ରା

ଏଥିପାଇଁ ପ୍ରଥମ ଦଳ ଆଜି ଜମ୍ମୁ ବେସ୍ କ୍ୟାମ୍ପରେ ପହଞ୍ଚିଛନ୍ତି । ଜମ୍ମୁ ଓ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି

ଶ୍ରୀନଗର/ଭୁବନେଶ୍ୱର୦୨-୦୭-୨୦୨୫( ଏସ .ଏମ ) : ସନ୍ତା କାଲି ଅର୍ଥାତ୍ ଜୁଲାଇ ୩ରୁ ଆରମ୍ଭ ହେଉଛି ପବିତ୍ର ଅମରନାଥ ଯାତ୍ରା । ଏଥିପାଇଁ ପ୍ରଥମ ଦଳ ଆଜି ଜମ୍ମୁ ବେସ୍ କ୍ୟାମ୍ପରେ ପହଞ୍ଚିଛନ୍ତି । ଜମ୍ମୁ ଓ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି ।ଆସନ୍ତା କାଲି ଆରମ୍ଭ ହେବାକୁ ଥିବା ଅମରନାଥ ଯାତ୍ରା ପାଇଁ ଜମ୍ମୁର ରାମବନସ୍ଥିତ ଚନ୍ଦରକୋଟ୍ ଲାଙ୍ଗର ସ୍ଥଳରେ ଶ୍ରଦ୍ଧାଳୁମାନେ ପହଞ୍ଚିବାରେ ଲାଗିଛନ୍ତି । ଗୁରୁବାରଦିନ ସେଠାରୁ ପ୍ରଥମ ଦଫାରେ ପ୍ରାୟ ୫୮୯୨ ଜଣ ଶ୍ରଦ୍ଧାଳୁ ଯାତ୍ରାରମ୍ଭ କରିବେ ।ଗୁରୁବାରଦିନ ପ୍ରଥମ ଦଫାରେ ପ୍ରାୟ ୫୮୯୨ ଜଣ ଶ୍ରଦ୍ଧାଳୁ ଯାତ୍ରାରମ୍ଭ କରିବେ । ଏହି ଯାତ୍ରା ପାଇଁ ଦୁଇଟି ବେସ କ୍ୟାମ୍ପ ଅନନ୍ତନାଗ ଜିଲ୍ଲାର ପହଲଗାମ ଓ ଗନ୍ଦରବଲ ଜିଲ୍ଲାର ବଲତାଲରେ ସ୍ଥାପନ କରାଯାଇଛି । ଶ୍ରଦ୍ଧାଳୁମାନେ ଏହି ବେସ କ୍ୟାମ୍ପରେ ପହଞ୍ଚିବା ପରେ ପବିତ୍ର ଅମରନାଥ ଗୁମ୍ଫା ଅଭିମୁଖେ ଯାତ୍ରାରମ୍ଭ କରିବେ ।ଏହି ଯାତ୍ରା ପାଇଁ ଦୁଇଟି ବେସ କ୍ୟାମ୍ପ ଅନନ୍ତନାଗ ଜିଲ୍ଲାର ପହଲଗାମ ଓ ଗନ୍ଦରବଲ ଜିଲ୍ଲାର ବଲତାଲରେ ସ୍ଥାପନ କରାଯାଇଛି । ଶ୍ରଦ୍ଧାଳୁମାନେ ଏହି ବେସ କ୍ୟାମ୍ପରେ ପହଞ୍ଚିବା ପରେ ପବିତ୍ର ଅମରନାଥ ଗୁମ୍ଫା ଅଭିମୁଖେ ଯାତ୍ରାରମ୍ଭ କରିବେ । ପହଲଗାମର ନୁନଓ୍ବାନ ବେସ କ୍ୟାମ୍ପରୁ ୩୪୦୩ ଜଣ ଶ୍ରଦ୍ଧାଳୁ ଓ ବଲତାଲ ବେସ କ୍ୟାମ୍ପରୁ ୨୪୮୯ ଜଣ ଶ୍ରଦ୍ଧାଳୁ ଅମରନାଥ ଯାତ୍ରା କରିବେ ।ପହଲଗାମରେ ଗତ ଏପ୍ରିଲ ମାସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଏଥରର ଅମରନାଥ ଯାତ୍ରା ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ସେନା, ସିଆରପିଏଫ ଓ ସ୍ଥାନୀୟ ପୁଲିସଙ୍କୁ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଇଛି ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *