ମନୋରଞ୍ଜନରାଜ୍ୟସମସ୍ୟା ଭିତ୍ତିକ ଖବର

ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କ ମାଟିଘରର କାନ୍ଥଗୁଡ଼ିକ ଭାଙ୍ଗିପଡ଼ିଛି

ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କ ମାଟିଘରର କାନ୍ଥଗୁଡ଼ିକ ଭାଙ୍ଗିପଡ଼ିଛି

ବିବାହ ସମୟରେ ବରଯାତ୍ରୀ ଶୋଭାଯାତ୍ରା ପାଇଁ ଲୋଡ଼ା ପଡୁଥିବା ସମ୍ବଲପୁରୀ ଗୀତ ‘ରଂଗବତୀ’ ସହିତ ଓଡ଼ିଶାର ଗାଁରୁ ସହର ଓ ପିଲାଠୁ ବୁଢ଼ା ଯାଏ ସମସ୍ତେ ପରିଚିତ। କିନ୍ତୁ କ୍ଷୋଭର ବିଷୟ ଯେ, ଦଶନ୍ଧି ଦଶନ୍ଧି ଧରି ଲୋକପ୍ରିୟତା ଅର୍ଜନ କରିଥିବା ଏହି ଗୀତର ଗାୟକ ଜିତେନ୍ଦ୍ର ହରିପାଲ ଏବେବି ଅବହେଳିତ ଅବସ୍ଥାରେ ଦିନ ବିତାଉଛନ୍ତି। ଜିତେନ୍ଦ୍ର ହରିପାଲଙ୍କ ଜୀବନ ଦୟନୀୟ ଅବସ୍ଥାରେ ବିତୁଛି

ସମ୍ବଲପୁର/ଭୁବନେଶ୍ୱର୧୨-୦୭-୨୦୨୫(ଏସ .ଏମ ) : ବିବାହ ସମୟରେ ବରଯାତ୍ରୀ ଶୋଭାଯାତ୍ରା ପାଇଁ ଲୋଡ଼ା ପଡୁଥିବା ସମ୍ବଲପୁରୀ ଗୀତ ‘ରଂଗବତୀ’ ସହିତ ଓଡ଼ିଶାର ଗାଁରୁ ସହର ଓ ପିଲାଠୁ ବୁଢ଼ା ଯାଏ ସମସ୍ତେ ପରିଚିତ। କିନ୍ତୁ କ୍ଷୋଭର ବିଷୟ ଯେ, ଦଶନ୍ଧି ଦଶନ୍ଧି ଧରି ଲୋକପ୍ରିୟତା ଅର୍ଜନ କରିଥିବା ଏହି ଗୀତର ଗାୟକ ଜିତେନ୍ଦ୍ର ହରିପାଲ ଏବେବି ଅବହେଳିତ ଅବସ୍ଥାରେ ଦିନ ବିତାଉଛନ୍ତି। ଜିତେନ୍ଦ୍ର ହରିପାଲଙ୍କ ଜୀବନ ଦୟନୀୟ ଅବସ୍ଥାରେ ବିତୁଛି। ଭଲ ଘର ‌ଖଣ୍ଡେ ନଥିବାରୁ ମାଟିକାନ୍ଥ ଓ ମାଟିଖପରରେ ନିର୍ମିତ ଆଶ୍ରୟସ୍ଥଳୀରେ ଜୀବନ ବିତାଉଛନ୍ତି। ତାହା ମଧ୍ୟ ଲଗାଣ ବର୍ଷାରେ ଭାଙ୍ଗି ଯାଇଛି।

     

ବିଗତ କିଛି ଦିନ ହେଲା ସମ୍ବଲପୁର ସମେତ ପୂରା ପଶ୍ଚିମ ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି। ଏହି ବର୍ଷା ଜିତ୍ରେନ୍ଦ୍ର ହରିପାଲଙ୍କ ପାଇଁ ଦାଉ ସାଜିଛି। ସମ୍ବଲପୁର ମହାନଗର ନିଗମ ଅଧୀନ ୧୮ ନମ୍ବର ୱାର୍ଡର ଷ୍ଟେସନପଡ଼ାସ୍ଥିତ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କ ମାଟିଘରର କାନ୍ଥଗୁଡ଼ିକ ଭାଙ୍ଗିପଡ଼ିଛି। ବହୁଦିନ ପୂର୍ବରୁ ଭାଙ୍ଗିଯାଇଥିବା ଘରେ ଜିତେନ୍ଦ୍ର ରହୁଥିଲେ। ମାଟି କାନ୍ଥ ଉପରେ ଫଟା ଆଜବେଷ୍ଟ ପଡ଼ିଥିବା ବେଳେ ତା ଉପରେ ଫଟାପାଲ ପଡ଼ିଛି। ଘରର ୪ଟି‌ କୋଠରୀର କାନ୍ଥଗୁଡ଼ିକ ଭୁଶୁଡ଼ିଯିବା ପରେ ଜିତେନ୍ଦ୍ର ହରିପାଲ ଅସହାୟ ହୋଇଯାଇଛି। ପ୍ରସିଦ୍ଧ ଗାୟକ ଦୟନୀୟ ଅବସ୍ଥାରେ ଦିନ ବିତାଉଥିବାରୁ ତାଙ୍କୁ ସହାୟତାର ହାତ ବଢ଼ାଇ ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ଜିତେନ୍ଦ୍ର ହରିପାଲ ‌ଷ୍ଟେସନପଡ଼ାରେ ବସବାସ କରନ୍ତି। ତାଙ୍କ ଘରକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡେ ନାହିଁ। ଏହି ପଡ଼ାରେ ଜିତେନ୍ଦ୍ରଙ୍କ ସମେତ ଶତାଧିକ ପରିବାର ବସବାସ କରୁଥିବା ବେଳେ ପ୍ରଶାସନ ପକ୍ଷରୁ ଭଲ ରାସ୍ତା ‌ଖଣ୍ଡେ ନିର୍ମାଣ ପାଇଁ ଅନେକ ଥର ଦାବି କରାଯାଇଥିବା ବେଳେ ଅଧିକାରୀ ଓ ନେତାମାନେ ଶୁଣି ନାହାନ୍ତି। ଷ୍ଟେସନପଡ଼ାବାସୀ ଏମିତି ଅଭିଯୋଗ କରୁଛନ୍ତି।

ସୂଚନାଯୋଗ୍ୟ, ଜିତେନ୍ଦ୍ର ହରିପାଲ ‘ପଦ୍ମଶ୍ରୀ’ରେ ସମ୍ମାନିତ ଗାୟକ। ସେ ‘ରଙ୍ଗବତୀ’ ଗୀତ ପାଇଁ ପ୍ରସିଦ୍ଧ ଓ ଲୋକପ୍ରିୟ ହୋଇଥିଲେ। ସେ ସମ୍ବଲପୁରୀ ଗାୟିକା କ୍ରୀଷ୍ଣା ପଟେଲଙ୍କ ସହ କୋଶଳୀ ଭାଷାରେ ଲୋକ ସଂଗୀତ ‘ରଙ୍ଗବତୀ’ ଗାଇଛନ୍ତି। ଜିତେନ୍ଦ୍ର ସମ୍ବଲପୁରର ଏକ ଦଳିତ ପରିବାରରେ ଜନ୍ମଗ୍ରହଣ କରିଛନ୍ତି। ପରେ ସେ ରଙ୍ଗବତୀର ପ୍ରଭୁତା ସଫଳତା ପରେ ବିଭିନ୍ନ ଭାଷାରେ ୧୦୦୦ରୁ ଊର୍ଦ୍ଧ୍ବ ଗୀତ ଗାଇଛନ୍ତି। ଆକାଶବାଣୀ କଳାକାର ହିସାବରେ ମଧ୍ୟ ବହୁତ ସଙ୍ଗୀତ ପରିବେଷଣ କରିଥିଲେ ଭି ବର୍ତ୍ତମାନ ସୁଦ୍ଧା ଦାରିଦ୍ରତାର କଷାଘାତରୁ ମୁକ୍ତ ହେଇ ପରି ନାହାନ୍ତି। ଜିତେନ୍ଦ୍ରଙ୍କ ପିତା ମାନଧାତା ହରିପାଳ ଜଣେ ଲୋକ ସଂଗୀତକାର ଓ ଗାୟକ ଥିଲେ। ଅର୍ଥାଭାବ ଯୋଗୁଁ ଜିତେନ୍ଦ୍ର ବିଦ୍ୟାଳୟ ଶିକ୍ଷା ଅଧାରେ ବନ୍ଦ କରିଥିଲେ। ଜିତେନ୍ଦ୍ର ତାଙ୍କ ପିଲା ଦିନରୁ ହିଁ ଗୀତ, ପାରମ୍ପାରିକ ବାଦ୍ୟ ପ୍ରତି ଅତ୍ୟନ୍ତ ଆଗ୍ରହୀ ଥିଲେ। ସଙ୍ଗୀତ ବିଦ୍ୟାଳୟରେ ନା ଲେଖିବାକୁ ଅର୍ଥ ନ ଥିବାରୁ ସେ ସ୍କୁଲ ବାହାରେ ଛିଡ଼ା ହେଇ ଶିଖୁଥିଲେ। ଏପରିକି ବର୍ଷାରେ ଭିଜି ଭିଜି ବାହାରେ ଠିଆ ହେଇ ସଙ୍ଗୀତ ଆଖଡ଼ାରୁ ଶିଖୁଥିଲେ। ଜିତେନ୍ଦ୍ରଙ୍କ ପୁଅ ଓ ପୁତ୍ରବଧୂ ମଧ୍ୟ ଗାୟକ ଗାୟିକା। ଜିତେନ୍ଦ୍ର ସପରିବାର ସମ୍ବଲପୁର ଷ୍ଟେସନପଡ଼ାସ୍ଥିତ ଝୋପଡ଼ି ଘରେ ରହନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *