ରାଜନୀତିରାଜ୍ୟ

ସୂଚନା ଅଧିକାର ଆଇନକୁ ମୋଦୀ ସରକାର ପଙ୍ଗୁ କରିଦେଇଛନ୍ତି: ଭକ୍ତ

ସୂଚନା ଅଧିକାର ଆଇନକୁ ମୋଦୀ ସରକାର ପଙ୍ଗୁ କରିଦେଇଛନ୍ତି: ଭକ୍ତ

ସରକାରଙ୍କ କାର୍ଯ୍ୟପଦ୍ଧତି ସ୍ବଚ୍ଛ ରଖିବା, ଉତ୍ତରଦାୟିତ୍ବ ବଢ଼ାଇବା, ସମାଜର ତଳସ୍ତରର ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା, ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ୟୁପିଏ ସରକାର ସୂଚନା ଅଧିକାର ଆଇନ ଆଣିଥିଲେ।

ଭୁବନେଶ୍ୱର ୧୩-୧୦-୨୦୨୫(ଏସ.ଏମ. ) : ରକାରଙ୍କ କାର୍ଯ୍ୟପଦ୍ଧତି ସ୍ବଚ୍ଛ ରଖିବା, ଉତ୍ତରଦାୟିତ୍ବ ବଢ଼ାଇବା, ସମାଜର ତଳସ୍ତରର ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା, ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ୟୁପିଏ ସରକାର ସୂଚନା ଅଧିକାର ଆଇନ ଆଣିଥିଲେ। କିନ୍ତୁ କେନ୍ଦ୍ରର ମୋଦୀ ସରକାର ଲୋକଙ୍କ ଅଧିକାର ପ୍ରତି ଅବହେଳା କରିଚାଲିଛନ୍ତି ବୋଲି ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି। ଆଜି କଂଗ୍ରେସ ଭବନରେ ସୂଚନା ଅଧିକାର ଆଇନର ୨୦ ବର୍ଷ ପୂର୍ତ୍ତି ଅବସରରେ ଅାୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଛନ୍ତି ଯେ କେନ୍ଦ୍ରରେ ୟୁପିଏ ସରକାର ଅମଳରେ ମନରେଗା, ଶିକ୍ଷା ଅଧିକାର ଆଇନ୍, ଖାଦ୍ୟ ସୁରକ୍ଷା ଆଇନ ଓ ଜଙ୍ଗଲ ସମ୍ପଦ ଅଧିକାର ଆଇନ ପରି ଅନେକ ବିଧିବ୍ୟବସ୍ଥା ହୋଇଥିଲା। କିନ୍ତୁ କେନ୍ଦ୍ରର ବିଜେପି ସରକାର  ଗଣତନ୍ତ୍ରର ପ୍ରତ୍ୟେକ ଅଙ୍ଗକୁ କ୍ରମାଗତ ଭାବରେ କାଟିବାରେ ଲାଗିଛନ୍ତି। ଯାହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ।

ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ କହିଛନ୍ତି, ଆର୍‌ଟିଆଇର ମୂଳ କଥା ହେଲା ବିଧାୟକ, ସଂସଦ ବିଧାନସଭା କିମ୍ବା ସଂସଦରେ ଯେଉଁ ଉତ୍ତର ଆଣୁଥିଲେ ସାଧାରଣ ଲୋକ ମଧ୍ୟ ସେହି ତଥ୍ୟ ୧୦ ଟଙ୍କା ଜମା କରି ପାଇପାରିବ। ତେବେ ଦୁର୍ନୀତି ରୋକିବା, ସାଧାରଣ ଲୋକଙ୍କ ଜାଣିବା ପାଇଁ ଯେଉଁ ଆଇନ ତିଆରି କରାଯାଇଥିଲା ସରକାର ତାକୁ ଠିକ୍ ଭାବେ ପରିଚାଳନା କରୁନାହାନ୍ତି। ସୂଚନା ଆଇନ ଅନ୍ତର୍ଗତ ୨୩ ଲକ୍ଷ ମାମଲା ଏବଂ ୪ ଲକ୍ଷ ଅପିଲ୍‌ ବିନା ଫଇସଲାରେ ପଡ଼ିରହିଛି। ଓଡ଼ିଶାରେ ୨୦୦୦ ସୂଚନା କର୍ମୀ ଅଛନ୍ତି। ହେଲେ ଏବେ ସୁଦ୍ଧା ୯ଜଣ ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା କରାଗଲାଣି। ବିଭିନ୍ନ ଦୁର୍ନୀତିର ପର୍ଦ୍ଦାଫାଶ କରିବାରୁ ତାଙ୍କୁ ହତ୍ୟା କରାଯାଇଛି। ରାଜ୍ୟ ସରକାର ସୂଚନା ଅଧିକାର କର୍ମୀଙ୍କୁ ସୁରକ୍ଷା ଦେବା ଦରକାର। ପିସିସି ମିଡିଆ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ କହିଥିଲେ, ୨୦୧୪ ମସିହାରୁ ସରକାର କ୍ରମାଗତ ଭାବେ ଆର୍‌ଟିଆଇ ଆଇନକୁ ଦୁର୍ବଳ କରିବାରେ ଲାଗିଛନ୍ତି। ୨୦୧୯ ସୂଚନା ସଂଶୋଧନ ଆଇନ ଉକ୍ତ ଆଇନକୁ ଅନେକ କ୍ଷତିଗ୍ରସ୍ତ କରିଛି। ଏହି ସଂଶୋଧନ ହେବା ଯୋଗୁ କାର୍ଯ୍ୟପାଳିକା ହାତରେ ସମସ୍ତ କ୍ଷମତା କେନ୍ଦ୍ରୀଭୂତ କରି ଦିଆଯାଇଛି। ବହୁ ବିଭାଗ ଆର୍‌ଟିଆଇ ତଥ୍ୟ ଦେଉନାହାନ୍ତି। ବ୍ୟକ୍ତିଗତ ଗୋପନୀୟତା ଆଳ ଦେଖାଇ ଏହାକୁ ଚାପି ଦେଉଛନ୍ତି। ସରକାର ଏଥିରୁ ବିରତ ରହିବା ଦରକାର।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *